ଅଭିଯୁକ୍ତକୁ ନ ଧରିବାରୁ ତାତିଲେ ଲୋକ, ପୋଲିସ ପାଟ୍ରୋଲିଂ ଗାଡ଼ିକୁ ଅଟକ ରଖିଲେ ଗ୍ରାମବାସୀ

ଅଭିଯୁକ୍ତକୁ ନ ଧରିବାରୁ ତାତିଲେ ଲୋକ। ଦୀର୍ଘ ସମୟ ଧରି PCR ଭ୍ୟାନକୁ ଅଟକାଇଲେ ଗାଁ ଲୋକ। ସୋର ବ୍ଲକ ସାଜନପୁର ପଞ୍ଚାୟତ କେଶରପୁର ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି।

ସୋର (କେନ୍ୟୁଜ): ଅଭିଯୁକ୍ତକୁ ନ ଧରିବାରୁ ତାତିଲେ ଲୋକ। ଦୀର୍ଘ ସମୟ ଧରି PCR ଭ୍ୟାନକୁ ଅଟକାଇଲେ ଗାଁ ଲୋକ। ସୋର ବ୍ଲକ ସାଜନପୁର ପଞ୍ଚାୟତ କେଶରପୁର ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ କେଶରପୁର ଗାଁର ଗୟାଧର ନାୟକଙ୍କ ଝିଅ ରେଣୁ ସିଂ ଉତ୍ତରପ୍ରଦେଶରେ ବିବାହ କରିଛନ୍ତି। ଗତ କିଛି ଦିନ ତଳେ ରେଣୁ ବାପଘରକୁ ଆସିଥିଲେ। ଗୟାଧରଙ୍କ ପୁଅ ହରେକୃଷ୍ଣ ଓ ବୋହୂ ନିର୍ମଳା ବାପା ଓ ମାଆଙ୍କୁ ମାଡ଼ ଦେବାରୁ ରେଣୁ ବିରୋଧ କରିଥିଲେ। ଏଥିରେ ଉତ୍ କ୍ଷିପ୍ତ ହୋଇ ହରେକୃଷ୍ଣ ଓ ନିର୍ମଳା ରେଣୁଙ୍କୁ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଗତକାଲି ରାତିରେ ପୁଣି ହରେକୃଷ୍ଣ ଅନ୍ୟ ଦୁଇ ଯୁବକଙ୍କ ସହ ମିଶି ଭଉଣୀକୁ ଜାଳି ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପାଟି ଶୁଣି ଗାଁଲୋକେ ସୋର ପୋଲିସକୁ ଖବର ଦେଇଥିଲେ। ତେବେ ପୋଲିସ ପାଟ୍ରୋଲିଂ ଭ୍ୟାନ୍ ଗାଁରେ ପହଞ୍ଚି ଅଭିଯୁକ୍ତଙ୍କୁ ନଧରିବାରୁ ଗାଁଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଶେଷରେ ପୋଲିସ ବାଧ୍ୟ ହୋଇ ଦୁଇ ଯୁବକଙ୍କୁ ଗିରଫ କରିବାରୁ ଗାଁଲୋକେ ପୋଲିସ ଗାଡ଼ିକୁ ଛାଡି ଦେଇଥିଲେ।