କୋକେଇରୁ ୪ଘଣ୍ଟା ପାଇଁ ଜୀବନ ପାଇଲେ ଯୁବକ, ଶେଷରେ ପୁଣି ଆଖି ବୁଜିଦେଲେ
ଭୁବନେଶ୍ୱରର ବଡ଼ଗଡ଼ ଅଞ୍ଚଳରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି । କୋକେଇ ବନ୍ଧା ହେଉ ଥିବା ସମୟରେ ହଠାତ୍ ମୃତକଙ୍କ ଜୀବନ ଫେରି ଆସିଥିଲା। କାନ୍ଦୁଥିବା ପରିବାର ତାହା ଦେଖି ହସି ଉଠିଥିଲା। ଚିକିତ୍ସା ପାଇଁ ତାଙ୍କୁ ପୁଣି ହସ୍ପିଟାଲ ନିଆଗଲା। କିନ୍ତୁ ୪ ଘଣ୍ଟା ପରେ ଉକ୍ତ ବ୍ୟକ୍ତି ଜଣକ ହସ୍ପିଟାଲର ଆଇସିୟୁରେ ‘ପୁଣି’ ଶେଷ ନିଶ୍ବାସ ତ୍ୟାଗ କଲେ।
![death body](https://knewsodisha.com/wp-content/uploads/2023/02/death-body-1.jpg)
ଭୁବନେଶ୍ୱର (କେନ୍ୟୁଜ): କୁହାଯାଏ ବଞ୍ଚିବା , ମରିବା ସବୁ ଉପରବାଲା ହାତରେ । କିନ୍ତୁ ଏମିତି ବି ଚମତ୍କାର ହୁଏ ଯେବେ ମରିଯାଇଥିବା ମଣିଷ ବି ୪ ଘଣ୍ଟା ପାଇଁ ଜିଇଁ ଉଠିବ । ଯାହା ଏକ ଆଶ୍ଚର୍ଯ୍ୟ ଜନକ କଥା । କୋକେଇ ବନ୍ଧା ହେଉ ଥିବା ସମୟରେ ହଠାତ୍ ମୃତକଙ୍କ ଜୀବନ ଫେରି ଆସିଥିଲା। କାନ୍ଦୁଥିବା ପରିବାର ତାହା ଦେଖି ହସି ଉଠିଥିଲା। ଚିକିତ୍ସା ପାଇଁ ତାଙ୍କୁ ପୁଣି ହସ୍ପିଟାଲ ନିଆଗଲା। କିନ୍ତୁ ୪ ଘଣ୍ଟା ପରେ ଉକ୍ତ ବ୍ୟକ୍ତି ଜଣକ ହସ୍ପିଟାଲର ଆଇସିୟୁରେ ‘ପୁଣି’ ଶେଷ ନିଶ୍ବାସ ତ୍ୟାଗ କଲେ। ଏପରି ଏକ ଚମକ୍ରାର ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରର ବଡ଼ଗଡ଼ ଅଞ୍ଚଳରେ ।
ସୂଚନା ଅନୁସାରେ ଗତକାଲି ବଡ଼ଗଡ଼ ଗ୍ରାମର ମନୋଜ ଦାସଙ୍କ ପେଟ ଓ ଛାତିରେ ଯନ୍ତ୍ରଣା ହେଉଥିଲା। ଏହାପରେ ପରିବାର ଲୋକ ତାଙ୍କୁ ଲକ୍ଷ୍ମୀସାଗର ଛକସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କର ପରୀକ୍ଷା କରିବା ସହିତ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ। ଚିକିତ୍ସା ଚାଲିଥିବାବେଳେ ଗତକାଲି ଦିନ ଗୋଟାଏ ବେଳେ ହସ୍ପିଟାଲ ତରଫରୁ ମନୋଜଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହା ଶୁଣି ପରିବାର ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡୁଥିଲା ପରିବେଶ। ହସ୍ପିଟାଲରୁ ଶବକୁ ଘରକୁ ନିଆଯିବା ସହ ଶେଷକୃତ୍ୟ ପାଇଁ ପ୍ରସ୍ତୁତି ଚାଲିଲା। କିନ୍ତୁ ହଠାତ୍ ମନୋଜଙ୍କ ନିଶ୍ବାସ ପ୍ରଶ୍ବାସ ପୁଣି ଚାଲିବାକୁ ଲାଗିଥିଲା। ଯାହାକୁ ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାରର ମୁହଁରେ ହସ ଫୁଟି ଉଠିଥିଲା। ପରିବାର ଲୋକ ତାଙ୍କୁ ନିକଟରେ ଥିବା ଏକ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ପ୍ରାୟ ଦୁଇଘଣ୍ଟା ଚିକିତ୍ସିତ ହେବା ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ତେବେ ସନ୍ଧ୍ୟା ୫ଟା ସମୟରେ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।