Below header

OMC ରେ ଖାଲିପଡିଛି ବିଭିନ୍ନ ପଦବୀ, ଏଠାରେ କରନ୍ତୁ ଆବେଦନ

ଓଡିଶା ମାଇନିଂ କର୍ପୋରେସନ (OMC) ରେ ଖାଲିପଡିଛି ପଦବୀ । ଇଚ୍ଛୁକ ପ୍ରାର୍ଥୀ ଓଏମସି ଲିମିଟେଡର ଅଫିସିଆଲ ୱେବସାଇଟ omcltd.in କୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ସରକାରୀ କମ୍ପାନୀରେ ଚାକିରି କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଓଡିଶା ମାଇନିଂ କର୍ପୋରେସନ (OMC) ରେ ଖାଲିପଡିଛି ପଦବୀ । ଇଚ୍ଛୁକ ପ୍ରାର୍ଥୀ ଓଏମସି ଲିମିଟେଡର ଅଫିସିଆଲ ୱେବସାଇଟ omcltd.in କୁ ଯାଇ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୮ ଡିସେମ୍ବର ୨୦୨୩ ରହିଛି ।

ପଦବୀ ବିବରଣୀ : ୧୦୦

ଜୁନିଅର ଇଂଜିନିୟର (ମେକାନିକାଲ) : ୨୦
ଜୁନିଅର ଇଂଜିନିୟର (ଇଲେକ୍ଟ୍ରିକାଲ) : ୧୪
ଜୁନିଅର ଇଂଜିନିୟର (ସିଭିଲ) : ୧୬
ଜୁନିଅର ନର୍ସ: ୧୧
ଜୁନିଅର ଫାର୍ମାସିଷ୍ଟ : ୯
ଇଲେକ୍ଟ୍ରିସିଆନ ଗ୍ରେଡ ୩ : ୩୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ଡିସେମ୍ବର ୮, ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବା ପୂର୍ବରୁ ନୋଟିଫିକେସନରେ ଏକାଡେମିକ କ୍ୱାଲିଫିକେସନ ଏବଂ ବୟସ ସୀମା ଯାଞ୍ଚ କରିଦିଅନ୍ତୁ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ କମ୍ପ୍ୟୁଟର ଅଧାରିତ ଟେଷ୍ଟ ମାଧ୍ୟମରେ ହେବ । ସିବିଟି ଟେଷ୍ଟ ପରେ ଯୋଗ୍ୟତା ଅନୁସାରେ ସମସ୍ତ ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ଡକାଯିବ ।

ଆବେଦନ ଶୁଳ୍କ : ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ୫୦୦ ଟଙ୍କା ଦେଇ ଆବେଦନ କରିବେ । ଅନଲାଇନ ମୋଡରେ ଆବେଦନ ହେବ । ଅନୁସୂଚିତ ଜାତି/ଜନଜାତି/PWD ପ୍ରାର୍ଥୀଙ୍କୁ ପରୀକ୍ଷା ଶୁଳ୍କରେ ସାମାନ୍ୟ ଛାଡ୍‌ କରାଯାଇଛି ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.