ଟିମ୍ ଭାରତର ବିଜୟ ପାଇଁ ସାରା ଦେଶରେ ପ୍ରାର୍ଥନା, ହୋମଯଜ୍ଞ: ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏଥର ବିଶ୍ୱକପ୍ ଆମର

ସବୁଠି ଶୁଭୁଛି 'ଜୟ ହୋ...ଇଣ୍ଡିଆ' । ବିଶ୍ବକପରେ ଭାରତର ବିଜୟ ପାଇଁ ଫ୍ୟାନଙ୍କ ଶୁଭେଚ୍ଛା । ଟିମ ଇଣ୍ଡିଆର ବିଜୟ ପାଇଁ ଦେଶବ୍ୟାପି ବିଭିନ୍ନ ସ୍ଥାନରେ ଚାଲିଛି ପୂଜାର୍ଚ୍ଚନା ଓ ହୋମଯଜ୍ଞ। ଉଜ୍ଜୟିନୀ ମହାକାଳ ମନ୍ଦିରରେ ଭସ୍ମ ଆଳତୀ କରାଯାଇଛି।

ବିଶ୍ବକପରେ ଭାରତର ବିଜୟ ପାଇଁ ଫ୍ୟାନଙ୍କ ଶୁଭେଚ୍ଛା । ଟିମ ଇଣ୍ଡିଆର ବିଜୟ ପାଇଁ ଦେଶବ୍ୟାପି ବିଭିନ୍ନ ସ୍ଥାନରେ ଚାଲିଛି ପୂଜାର୍ଚ୍ଚନା ଓ ହୋମଯଜ୍ଞ। ଉଜ୍ଜୟିନୀ ମହାକାଳ ମନ୍ଦିରରେ ଭସ୍ମ ଆଳତୀ କରାଯାଇଛି। ସବୁଠି ଶୁଭୁଛି ଜୟ ହୋ ଇଣ୍ଡିଆ। ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଏଥର ବିଶ୍ୱକପ୍ ଜିତିବ ଭାରତ । ପୁଣି ଥରେ ଭାରତ ହେବ ବିଶ୍ୱ ଚାମ୍ପିଅନ୍ ।

ସେହିପରି ଆଇସିସି ବିଶ୍ୱକପ ଫାଇନାଲ ମ୍ୟାଚର ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ସ୍ୱତନ୍ତ୍ର ଟ୍ରେନ୍ ସେବା ଘୋଷଣା କରିଛି । ଏହି ସ୍ୱତନ୍ତ୍ର ଟ୍ରେନ୍ ସେବା ଦିଲ୍ଲୀ ଓ ମୁମ୍ବାଇରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଚାଲିବ । ଟ୍ରେନ୍ ଗୁଡିକ ଗତ କଲି ସନ୍ଧ୍ୟାରେ ବାହାରି ଆଜି ସକାଳେ ଅହମଦାବାଦରେ ପହଞ୍ଚିବ । ଦିଲ୍ଲୀରୁ ଗୋଟିଏ ଟ୍ରେନ ଓ ମୁମ୍ବାଇରୁ ତିନୋଟି ଟ୍ରେନ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଛି।

ସେପଟେ ବିଶ୍ବକପ୍ ଫାଇନାଲ ଫାଇଟ୍ ଦେଖିବାକୁ ଅହମଦାବାଦରେ ଜମିଲାଣି କ୍ରିକେଟର, ନେତା ଓ ସେଲିବ୍ରିଟିଙ୍କ ଭିଡ଼ । ଅହମ୍ମଦାବାଦରେ ପହଞ୍ଚିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର। ଆଜି ଟ୍ରଫି ନେଇ ଯିବୁ ବୋଲି କହିଛନ୍ତି ମାଷ୍ଟର ବ୍ଲାଷ୍ଟର। ସେହିପରି ମ୍ୟାଚ୍ ଦେଖିବାକୁ ଅପରାହ୍ନ ୩ଟାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅଷ୍ଟ୍ରେଲିଆ ଉପପ୍ରଧାନମନ୍ତ୍ରୀ। ତାଙ୍କ ସହ ଏହି ସ୍ମରଣୀୟ ମ୍ୟାଚ୍ ଦେଖିବାକୁ ଆସିବେ ଶହଶହ ଭିଭିଆଇପି । ପ୍ରଥମ ଥର ଷ୍ଟାଡିୟମରେ ମ୍ୟାଚ୍ ଦେଖିବେ ୧ ଲକ୍ଷ ୩୦ ହଜାର ଦର୍ଶକ । ଖେଳ ସାଙ୍ଗକୁ ଜମିବ ରଂଗାରଂଗ କାର୍ଯ୍ୟକ୍ରମ । ଖେଳ ଆରମ୍ଭରୁ ହେବ ବାୟୁସେନାର ଏୟାର ସୋ । ଏହାସହ ଲେଜର ଓ ଡ୍ରୋନ ଶୋ’ର ଆୟୋଜନ ମଧ୍ୟ କରାଯାଇଛି । ଦିନ ସାଢେ ଗୋଟାଏରେ ହେବ ଏୟାର ସୋ। ୨୦ମିନିର ହେବ ବାୟୁସେନାର ଏହି ଏୟାର ସୋ। ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଟିମ ଏହି ଏୟାର ସୋ କରିବେ। ଏଥିରେ ସୂର୍ଯ୍ୟକିରଣ ବିମାନ ଟିମ ସହ ସାମିଲ ଅଛି ଏମକେ ୧୩୨ ବିମାନ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.