Below header

SBI ରେ PO ୨୦୦୦ ପିଓ ପଦବୀ ଖାଲି, ଜାଣନ୍ତୁ କେମିତି ହେବ ଚୟନ

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଖାଲିପଡିଛି ପ୍ରୋବେସନାରୀ ଅଫିସର ପଦବୀ । ୮୧୦ ସାମାନ୍ୟ ବର୍ଗ, ଓବିସି ପାଇଁ ୫୪୦, EWS ପ୍ରାର୍ଥୀ ୨୦୦, ୩୦୦ ଅନୁସୂଚିତ ଜାତି ଏବଂ ୧୫୦ ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ ସିଟ୍‌ ରହିଛି । ଏଥିପାଇଁ ପ୍ରିଲିମ୍ସ ପରୀକ୍ଷା ନଭେମ୍ବର ୨୦୨୩ରେ ଆୟୋଜିତ ହେବ ।

ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଖାଲିପଡିଛି ପ୍ରୋବେସନାରୀ ଅଫିସର ପଦବୀ । ୨୦୦୦ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି ଏସବିଆଇ । ଏହିସବୁ ପଦବୀ ପାଇଁ ସେପ୍ଟେମ୍ବର ୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ sbi.co.in, www.sbi.co.in/career, bank.sbo/careers/current-openings କୁ ଯାଇ ୨୭ ସେପ୍ଟେମ୍ବର ମଧ୍ୟରେ ଆବେଦନ କରିବାକୁ ହେବ । ୮୧୦ ସାମାନ୍ୟ ବର୍ଗ, ଓବିସି ପାଇଁ ୫୪୦, EWS ପ୍ରାର୍ଥୀ ୨୦୦, ୩୦୦ ଅନୁସୂଚିତ ଜାତି ଏବଂ ୧୫୦ ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ପାଇଁ ସିଟ୍‌ ରହିଛି । ଏଥିପାଇଁ ପ୍ରିଲିମ୍ସ ପରୀକ୍ଷା ନଭେମ୍ବର ୨୦୨୩ରେ ଆୟୋଜିତ ହେବ । ପ୍ରାର୍ଥୀଙ୍କ ଚୟନ ୩ଟି ପର୍ଯ୍ୟାୟରେ ହେବ ।

ପଦବୀ ବିବରଣୀ : ୨୦୦୦

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୭ ସେପ୍ଟେମ୍ବର ରହିଛି ।

ପ୍ରାରମ୍ଭିକ ପରୀକ୍ଷା ପାଇଁ କଲ ଲେଟର : ଅକ୍ଟୋବର ଦ୍ୱିତୀୟ ସପ୍ତାହ
ଅନଲାଇନ ପରୀକ୍ଷା : ନଭେମ୍ବର ୨୦୨୩
ପ୍ରାରମ୍ଭିକ ପରୀକ୍ଷା ଫଳ ଘୋଣୋ : ନଭେମ୍ବର/ଡିସେମ୍ବର
ମୁଖ୍ୟ ପରୀକ୍ଷା କଲ୍‌ : ନଭେମ୍ବର/ଡିସେମ୍ବର
ଅନଲାଇନ ମୁଖ୍ୟ ପରୀକ୍ଷା : ଡିସେମ୍ବର/ଜାନୁଆରୀ ୨୦୨୪
ମୁଖ୍ୟ ପରୀକ୍ଷା ଫଳ : ଡିସେମ୍ବର/ଜାନୁଆରୀ ୨୦୨୪
ଇଣ୍ଟରଭ୍ୟୁ ଗ୍ରୁପ ଏକ୍ସରସାଇଜ : ଜାନୁଆରୀ/ଫେବୃଆରୀ ୨୦୨୪
ଶେଷ ରେଜଲ୍ଟ : ଫେବୃଆରୀ/ମାର୍ଚ୍ଚ ୨୦୨୪

ଶିକ୍ଷାଗତ ଯୋଗ୍ୟତା : କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୌଣସି ବିଷୟରେ ସ୍ନାତକ ଡିଗ୍ରୀ କରିଥିବା ଜରୁରୀ। ଶେଷ ବର୍ଷ ଛାତ୍ର ମଧ୍ୟ ଆବେଦନ କରିପାରିବେ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୨୧ରୁ ୩୦ ବର୍ଷ ମଧ୍ୟରେ ହେବ ଜରୁରୀ । ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀଙ୍କୁ ୫ ବର୍ଷ ଏବଂ ଓବିସି ୩ ବର୍ଷ ଛାଡ୍‌ ମିଳିବ ।

ଚୟନ ପରୀକ୍ଷା : ପ୍ରିଲିମ୍ସ, ମେନ୍ସ, ସାଇକୋମାଟ୍ରିକ ଟେଷ୍ଟ(ଗ୍ରୁପ ଏକ୍ସରସାଇଜ ଇଣ୍ଟରଭ୍ୟୁ) । ପ୍ରିଲିମ୍ସରେ ପରୀକ୍ଷା ଆଧାରରେ ମେନ୍ସ ପରୀକ୍ଷା ପାଇଁ ଡକାଯିବ । ତୃତୀୟ ଚରଣରେ ସାଇକୋମାଟ୍ରିକ ଟେଷ୍ଟ ପାଇଁ ଡକାଯିବ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୭୦ ହଜାର ସହିତ ଡିଏ, ଏଚଆରଏ ସବୁ ମିଳିବ ।

ଅଧିକ ଜାଣିବା ୱେବସାଇଟକୁ ଯାଇ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.