Below header

ସାହା ହେଲା କିସ୍‌ ଫାଉଣ୍ଡେସନ୍‌, ତିନି ଅସହାୟ ଭାଇ ଭଉଣୀଙ୍କୁ ବଢାଇଲା ସହାୟତାର ହାତ

ଅସହାୟ ତିନି ଭାଇଭଉଣୀଙ୍କୁ ସାହା ହେଲା କିସ୍ ଫାଉଣ୍ଡେସନ୍‌ । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବାଜପୁର ବଣିଆଟାଙ୍ଗୀର ଅସହାୟ ତିନି ଭାଇ ଉଉଣୀ ସୁସ୍ମିତା ସେନାପତି, ସ୍ୱୟଂପ୍ରଭା ସେନାପତି ଓ ଦେବେନ୍ଦ୍ର ସେନାପତିଙ୍କୁ ସହାୟତାର ହାତ ବଢ଼ାଇଲା କିସ୍ ଫାଉଣ୍ଡେସନ୍ ।

ଖୋର୍ଦ୍ଧା (କେନ୍ୟୁଜ): ଅସହାୟ ତିନି ଭାଇଭଉଣୀଙ୍କୁ ସାହା ହେଲା କିସ୍ ଫାଉଣ୍ଡେସନ୍‌ । ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବାଜପୁର ବଣିଆଟାଙ୍ଗୀର ଅସହାୟ ତିନି ଭାଇ ଉଉଣୀ ସୁସ୍ମିତା ସେନାପତି, ସ୍ୱୟଂପ୍ରଭା ସେନାପତି ଓ ଦେବେନ୍ଦ୍ର ସେନାପତିଙ୍କୁ ସହାୟତାର ହାତ ବଢ଼ାଇଲା କିସ୍ ଫାଉଣ୍ଡେସନ୍ । ସେମାନଙ୍କ ଖାଇବା, ରହିବା ଓ ପାଠପଢ଼ି ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ କିସ୍ ଫାଉଣ୍ଡେସନ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛନ୍ତି ।

ଗଣମାଧ୍ୟମରୁ ଏହି ତିନି ଭାଇ ଭଉଣୀ ବାପାମାଆଙ୍କୁ ହରାଇ ବେସାହାରା ହୋଇପଡ଼ିଥିବା ଖବର ଜାଣିବା ପରେ ଶ୍ରୀ ସାମନ୍ତ ନିଜ ପ୍ରତିନିଧିଙ୍କ ଜରିଆରେ ତୁରନ୍ତ ସେମାନଙ୍କ ବିଷୟରେ ପଚାରି ବୁଝିଥିଲେ । ଶ୍ରୀ ସାମନ୍ତ ସେମାନଙ୍କ ଖାଇବା ଓ ଚଳିବା ପାଇଁ ତୁରନ୍ତ ୧୦ ହଜାର ଟଙ୍କା ପ୍ରେରଣ କରିବା ସହ ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ମାସିକ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏହା ସହିତ ବଡ଼ଭଉଣୀ ସୁସ୍ମିତା ପାଠ ପଢ଼ି ଚାକିରି କରିବା ବୟସ ହେଲେ ତାକୁ କିଟ୍‍ ବା କିସ୍‍ରେ ଯୋଗ୍ୟତା ଅନୁସାରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ଶ୍ରୀ ସାମନ୍ତ ଘୋଷଣା କରିଛନ୍ତି ।

ବଡ଼ ଭଉଣୀ ସୁସ୍ମିତା ସେନାପତି ଚଳିତବର୍ଷ ମାଟ୍ରିକ୍ ପାସ୍ କରିଥିବା ବେଳେ ଉଚ୍ଚଶିକ୍ଷା ପାଇଁ ଇଚ୍ଛା ଥିଲେ ମଧ୍ୟ ବାଧକ ସାଜିଥିଲା ଦାରିଦ୍ର‌୍ୟ । ଶ୍ରୀ ସାମନ୍ତ କହିଛନ୍ତି, ପିତାମାତା ହରାଇ ଅସହାୟ ହୋଇପଡିଥିବା କିମ୍ବା ଅନ୍ୟ କୌଣସି କାରଣରୁ ପାଠ ପଢ଼ି ପାରୁନଥିବା ପିଲାମାନଙ୍କ ପାଇଁ କିସ୍‍ ଫାଉଣ୍ଡେସନ୍‍ ସର୍ବଦା ଆଗେଇ ଆସିଥାଏ । ଶିକ୍ଷା ବିନା ଯେପରି କୌଣସି ପିଲାର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇ ନ ଯାଏ ସେଥିପ୍ରତି କିସ୍‍ ଫାଉଣ୍ଡେସନ୍‍ ସର୍ବଦା ଯତ୍ନଶୀଳ ରହି ଆସିଛି । ଅସମୟରେ ଏଭଳି ସହାୟତା ଯୋଗାଇ ଦେଇଥିବାରୁ କିସ୍ ଫାଉଣ୍ଡେସନ୍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ତିନି ଭାଇ ଭଉଣୀ କୃତଜ୍ଞତା ଜଣାଇଥିବା ବେଳେ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଂଚଳରେ ବେଶ ପ୍ରଶଂସା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.