କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର: ବାରବାଟୀରେ ଖେଳାଯିବ T20 ଟୁର୍ଣ୍ଣାମେଣ୍ଟ, ଆସିବେ IPL ଷ୍ଟାର

ଆସନ୍ତା ୧୫ ତାରିଖରୁ ବାରବାଟି ଷ୍ଟାଡିୟମରେ ଖେଳାଯିବ ଆନ୍ତଃରାଜ୍ୟ T20 ଟୁର୍ଣ୍ଣାମେଣ୍ଟ। ସେପ୍ଟେମ୍ୱର ୧୫ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ।ଏହି ଟୁର୍ଣ୍ଣାମେଣ୍ଟରେ IPL ରେ ଖେଳିଥିବା ରୀୟନ୍ ପରାଗ, ସେହେବାଜ୍ ନଦିମ, ରିଶି ଧୱନ୍, ସଚିନ୍ ବାବି, ପ୍ରଶାନ୍ତ ଚୋପ୍ରାଙ୍କୁ ଦେଖିବାକୁ ମିଳିବ।

କଟକ (କେନ୍ୟୁଜ): ଆସନ୍ତା ୧୫ ତାରିଖରୁ ବାରବାଟି ଷ୍ଟାଡିୟମରେ ଖେଳାଯିବ ଆନ୍ତଃରାଜ୍ୟ T20 ଟୁର୍ଣ୍ଣାମେଣ୍ଟ। ବାରବାଟି ଷ୍ଟାଡିୟମ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଭୈରବ୍ ଚନ୍ଦ୍ର ମହାନ୍ତିଙ୍କ ନାମରେ ଏହି ଟୁର୍ଣ୍ଣାମେଣ୍ଟକୁ ବିସି ମେମୋରିଆଲ T20 କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଖାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଦୁଇଟି ଗ୍ରୁପ୍ ରେ ଖେଳିବେ ମୋଟ ୮ ଟି ଟିମ୍।

ସେପ୍ଟେମ୍ୱର ୧୫ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ। ଏହି ୮ଟି ଦଳ ହେଲେ ଆସାମ , ହିମାଚଳ ପ୍ରଦେଶ, କେରଳା , ହାଇଦ୍ରାବାଦ , ଝାଡ଼ଖଣ୍ଡ , ଛତିଶଗଡ଼ , ଓଡିଶା ଏ ଓ ଓଡିଶା ବି । ଏହି ଟୁର୍ଣ୍ଣାମେଣ୍ଟରେ IPL ରେ ଖେଳିଥିବା ରୀୟନ୍ ପରାଗ, ସେହେବାଜ୍ ନଦିମ, ରିଶି ଧୱନ୍, ସଚିନ୍ ବାବି, ପ୍ରଶାନ୍ତ ଚୋପ୍ରାଙ୍କୁ ଦେଖିବାକୁ ମିଳିବ। ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ମାସ ୨୨ ତାରିଖରେ ଖେଳାଯିବ।

ସବୁଠାରୁ ବଡ କଥା ହେଲା ଦର୍ଶକମାନେ ମାଗଣାରେ ଷ୍ଟାଡିୟମରେ ବସି ଖେଳ ଦେଖିପାରିବେ। ଏହା ସହ ଖେଳର ସିଧାପ୍ରସାରଣ ଫ୍ୟାନ କୋଡ ଆପ୍ସ ମାଧ୍ୟମରେ ଦେଖିପାରିବେ। ପ୍ରତ୍ୟେକ ମ୍ୟାଚରେ ମ୍ୟାନ ଅଫ ଦ ମ୍ୟାଚଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବାକୁ ଥିବା ବେଳେ ମ୍ୟାନ୍ ଅଫ ଦି ସିରିଜ୍ କୁ ୫୦ ହଜାର ଟଙ୍କା ନଗଦ ଟଙ୍କା ପୁରସ୍କାର ଦିଆଯିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.