Below header

ଷଣ୍ଡ ଠାରୁ ୧୦୦ହାତ ଦୂରରେ ରହନ୍ତୁ ଆଜ୍ଞା, ଜୀବନ ଚାଲିଯାଇପାରେ

ଆପଣ ପ୍ରାୟତଃ ଘର ବାହାରେ ଯିବା ଆସିବା ସମୟରେ ଗାଈ,ଷଣ୍ଢ ମାନଙ୍କୁ ରାସ୍ତାରେ ଦେଖୁଥିବେ । ସେମାନଙ୍କୁ କିଛି ଖାଇବାକୁ ବି ଦେଉଥିବେ । ହେଲେ ଏଇ ଷଣ୍ଢ ଯେ କୋଉ ନିରିହ ଲୋକର ଜୀବନ ନେଇଯିବ, ତାହାକୁ ଭାବିଲା ବେଳକୁ ବି ଭୟ ଲାଗୁଛି ।

ଯାଜପୁର(କେନ୍ୟୁଜ):  ପୁଅ କାନ୍ଦୁଛି ହସ୍ପିଟାଲରେ । ବାପା ଆଉ ନାହିଁ ଏ ଦୁନିଆରେ। କଣ ହେଇଗଲା ସବୁ କେଇ ମିନିଟ୍ ଭିତରେ । ଚାଲୁଥିବା ବୁଲୁଥିବା ମଣିଷଟା ନିସ୍ତେଜ ହେଇଗଲା । ଘଟଣା କଣ ଆପଣ ଜାଣିଲେ ମୁଣ୍ଡରେ ହାତ ଦେବେ । ଆପଣ ପ୍ରାୟତଃ ଘର ବାହାରେ ଯିବା ଆସିବା ସମୟରେ ଗାଈ,ଷଣ୍ଢ ମାନଙ୍କୁ ରାସ୍ତାରେ ଦେଖୁଥିବେ । ସେମାନଙ୍କୁ କିଛି ଖାଇବାକୁ ବି ଦେଉଥିବେ । ହେଲେ ଏଇ ଷଣ୍ଢ ଯେ କୋଉ ନିରିହ ଲୋକର ଜୀବନ ନେଇଯିବ, ତାହାକୁ ଭାବିଲା ବେଳକୁ ବି ଭୟ ଲାଗୁଛି । ଏହି ଘଟରା ଜାଣିଲା ପରେ ଆପଣ ବି ଏଥର ଷଣ୍ଡ ଠାରୁ ୧୦୦ ହାତ ଦୁରରେ ରହିବେ ଆଜ୍ଞା।

ମାରଣା ଷଣ୍ଢ ଆକ୍ରମଣରେ ଜଣଙ୍କର ଜୀବନ ଚାଲିଗଲା । ଏଭଳି ଏକ ଅଭାବନୀୟ ଘଟରା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଦେଓଦା ଗ୍ରାମରେ । ଖବର ମୁତାବକ, ଆଜି ସକାଳୁ ଘଟିଥିଲା ଏହି ଅଘଟଣ। ମାରଣା ଷଣ୍ଢ ଆକ୍ରମଣରେ ଗ୍ରାମର ଅଲେଖ ମଳିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ବୟସ ପାଖାପାଖି ୫୫ବର୍ଷ ହେବ। ଅଲେଖ ଆଜି ସକାଳେ ଘର ପାଖରେ ବସିଥିବା ବେଳେ ଏକ ମାରଣା ଷଣ୍ଢ ଆକ୍ରମଣ କରିଥିଲା ତାଙ୍କୁ । ଯାହା ଫଳରେ ସେ ଗୁରୁତର ହୋଇପଡିଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଲୋକେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଏମିତି ବି ଆସେ ମୃତ୍ୟୁ । ସକାଳେ ଘର ବାହାରେ ବସିଥିଲେ ଆଉ କେଇ ମିନିଟରେ ଚାଲିଗଲା ପ୍ରାଣ । ଏଠି ଦୋଷ କାହାର? ଗ୍ରାମବାସୀଙ୍କ କହିବା କଥା ଗତକିଛି ଦିନ ହେବ ମାରଣା ଷଣ୍ଢଟି ଗାଁରେ ଉପଦ୍ରବ କରୁଥିଲେ ବି ଏନେଇ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ । ଯାହାଫଳରେ ଚାଲିଯାଛି ଗୋଟେ ଜୀବନ। ଏତେ ପରେ ବି ଦେଖାଯାଉ ଷଣ୍ଢଟିକୁ କାବୁ କରିବାକୁ କେବେ ନିଆଯାଉଛି ପଦକ୍ଷପ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.