ଋଷିକେଶ: ଚିଲ୍ଲା ରେଞ୍ଜରେ ମର୍ମନ୍ତୁଦ ଦୁର୍ଘଟଣା; ଗାଡ଼ିର ଟାୟାର ଫାଟି ୪ ବନ ଅଧିକାରୀ ମୃତ, ୫ ଆହତ

ଉତ୍ତରାଖଣ୍ଡର ଋଷିକେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ରାଜାଜୀ ଟାଇଗର ରିଜର୍ଭ ପାର୍କର ଚିଲ୍ଲା ରେଞ୍ଜରେ ଏକ ଇଣ୍ଟରସେପ୍ଟର ଗାଡ଼ିର ଟାୟାର ଫାଟି ୪ ଜଣଙ୍କର ମୃତ୍ୟୁ ହୋଇଛି ।

ଉତ୍ତରାଖଣ୍ଡର ଋଷିକେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ରାଜାଜୀ ଟାଇଗର ରିଜର୍ଭ ପାର୍କର ଚିଲ୍ଲା ରେଞ୍ଜରେ ଏକ ଇଣ୍ଟରସେପ୍ଟର ଗାଡ଼ିର ଟାୟାର ଫାଟି ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନଙ୍କ ମଧ୍ୟରେ ଦୁଇ ପ୍ରଶାସନିକ ଅଧିକାରୀ ଥିବାବେଳେ ପାର୍କର ଅନ୍ୟ ଦୁଇ ବନ୍ୟଜୀବ ପାଳକ ନିକଟସ୍ଥ ଚିଲ୍ଲା ହ୍ରଦରେ ପଡ଼ି ନିଖୋଜ ଅଛନ୍ତି । ଉଦ୍ଧାରକାରୀ ଦଳ ସେମାନଙ୍କ ମୃତଦେହ ଖୋଜାଖୋଜି କରୁଛି ।

ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତକମାନଙ୍କ ମଧ୍ୟରେ ପିଏମ୍‌ଓରେ ମୁତୟନ ଜଣେ ବରିଷ୍ଠ ଅଧିକାରୀଙ୍କ ଭାଇ ଥିବା ଜଣାପଡ଼ିିଛି । କୁହାଯାଉଛି କି, ଚିଲ୍ଲା ରେଞ୍ଜରେ ହୋଇଥିବା ଏହି ଦୁର୍ଘଟଣାରେ ୧୦ ଜଣ ଲୋକ ଇଣ୍ଟରସେପ୍ଟର ଗାଡ଼ିରେ ଥିଲେ । ମୃତକମାନେ ହେଲେ, ଚିଲ୍ଲା ରେଞ୍ଜର ଶୈଳେଶ ଘିଲ୍‌ଡିୟାଲ, ଡେପୁଟି ରେଞ୍ଜର ପ୍ରମୋଦ ଧ୍ୟାନି, ଚିଲ୍ଲା କଲୋନୀ ବାସିନ୍ଦା ତଥା ବନ କର୍ମଚାରୀ ଖଲିଲ୍‌ଙ୍କ ପୁଅ ସୈଫ୍‌ ଅଲି ଖାନ ଓ ଦିଲ୍ଲୀ ଆକ୍ସା ଗ୍ରୁପ୍‌ର କୁଳରାଜ ସିଂ ।

ସେପଟେ ନିଖୋଜ ବ୍ୟକ୍ତିଙ୍କୁ ଖୋଜାଖୋଜି କରିବାରେ SDRF ସର୍ଚ୍ଚ ଅପରେସନ ଚଳାଇଛି । ଦୁର୍ଘଟଣାରେ ମୃତକ ଏବଂ ଆହତମାନଙ୍କୁ ଋଷିକେଶ ଏମ୍ସ ହସ୍ପିଟାଲକୁ ଅଣାଯାଇଛି । ପୋଲିସ ମାମଲାର ତଦନ୍ତ କରୁଛି । ଏହି ଘଟଣା ସୋମବାର ଅପରାହ୍ନ ୫ଟାର ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ଚିଲ୍ଲା ରେଞ୍ଜରେ ଏକ ଇଣ୍ଟରସେପ୍ଟର ଗାଡ଼ିରେ ବସି ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ଯାଉଥିଲେ । ଜଳ ବିଦ୍ୟୁତ୍‌ ଗୃହଠାରୁ ଅଳ୍ପ ଦୂର ଚିଲ୍ଲା ହ୍ରଦ ପାଖରେ ହଠାତ୍‌ ଗାଡ଼ିର ଟାୟାର ଫାଟିଥିଲା । ଫଳରେ ଗାଡ଼ିଟି ଅନିୟନ୍ତ୍ରିତ ହୋଇ ଏକ ଗଛ ସହ ପିଟି ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.