ଆକାଶଗଙ୍ଗାରେ ମିଳିଲା ୧୦୦୦ ରହସ୍ୟମୟ ସୂତା
ବର୍ତ୍ତମାନ ଯେବେଠାରୁ ଜେମ୍ସୱେବ୍ ଟେଲିସ୍କୋପ ମହାକାଶରେ ପହଞ୍ଚିଛି ସେବେଠାରୁ ହିଁ ମହାକାଶ ବିଷୟରେ ଓ ଗ୍ରହମାନଙ୍କ ବିଷୟରେ ଅନେକ ସୂଚନା ଦେଉଛି । ତେବେ ବର୍ତ୍ତମାନ ମଧ୍ୟ ଏହି ପାୱାରଫୁଲ ଦୂରବୀକ୍ଷଣଯନ୍ତ୍ର ମିଲ୍କୱେ ଗ୍ୟାଲେକ୍ସି ବା ଆକାଶଗଙ୍ଗା ମଝିରେ କିଛି ରହସ୍ୟମୟ ଅଜବ ସୂତାର ଫଟୋକୁ କ୍ୟପଚର କରିଛି । ତେବେ ଏହି ସୂତାକୁ ବୈଜ୍ଞାନିକ ଭାଷାରେ ରେଡ଼ିଓ ଫିଲାମେଣ୍ଟ କୁହାଯାଇଛି। ଟେଲିସ୍କୋପରେ ଦେଖା ଯାଇଥିଲା ଯେ ଆକାଶଗଙ୍ଗାରେ ପ୍ରାୟ ୧୦୦୦ ରୁ ଅଧିକ ରହସ୍ୟମୟ ଫିଲାମେଣ୍ଟ ରହିଛି। ଯାହାକି କୌଣସି ରେଡିଓ ଉର୍ଜାର ବିସ୍ଫୋରଣ ପାଇଁ ଦେଖାଯାଇଥିଲା । ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଗ୍ୟାଲେକ୍ସିରେ ଆହୁରି ୧୦ ଗୁଣା ଅଧିକ ସୂତା ରହିଥାଇ ପାରେ। ଏହାର ଆଖ ପାଖରେ ଅନେକ ସଂଖ୍ୟାର ଇଲେକ୍ଟ୍ରୋନସ୍ ଶକ୍ତି ରହିଛି ବୋଲି ଜଣାପଡିଛି। ତେବେ ଏହା ଚୁମ୍ବକୀୟ ଶକ୍ତି ପାଇଁ ମହାକାଶରେ ଘୁୁରିଥାଏ।
ବୈଜ୍ଞାନିକ ଯେତେବେଳେ ଏହି ସୂତାର ବା ରେଡ଼ିଓ ଫିଲାମେଣ୍ଟର ବୟସ ଜାଣିବାକୁ ଚେଷ୍ଟା କରିଥିଲେ ସେମାନେ ଜାଣିବାକୁ ପାଇଲେ ଯେ ଅନେକ ବର୍ଷରୁ ଏହା ମହାକାଶରେ ରହିଛି । ଦକ୍ଷିଣ ଆଫ୍ରିକାରେ ଥିବା ମିର୍କାଟ ରେଡ଼ିଓ ଟେଲିସ୍କୋପ ପ୍ରଥମେ ଏହାର ସନ୍ଧାନ କରିଥିଲା । ପ୍ରଥମେ ଜଣାପଡିଥିଲା ଯେ ଏହି ସୂତା ଗୁଡ଼ିକର ସଂଖ୍ୟା ଖୁବ୍ କମ ଥିଲା କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ସୂତା ଏବେ ୧୦୦୦ ରୁ ୧୦ ଗୁଣା ଅଧିକ ହୋଇପାରେ।
ବୈଜ୍ଞାନିକମାନେ ଏହି ଅଜବ ସୂତା ବା ରେଡିଓ ୱେଭ ର ସୃଷ୍ଟି ବିଷୟରେ ଜାଣିବା ପାଇଁ ଗବେଷଣା କରିଛନ୍ତି। ଇଲିନାୟ ଇଁବେଷ୍ଟନରେ ଥିବା ୟୁନିର୍ଭରସିଟିର ରସାୟନ ବିଜ୍ଞାନ ପ୍ରଫେସର ଫରହଦ ୟୁସୂପ କହିଛନ୍ତି କିଛି ରେଡିଓ ଫିଲାମେଣ୍ଟର ଯାଞ୍ଚ କରିବା ପାଇଁ ପରୀକ୍ଷା କରିବା ପରେ ଏହା ବିଷୟରେ ସବୁ ଜଣାପଡ଼ିବ।
ପ୍ରଫେସର ଫରହଦ କହିଛନ୍ତି ଏବେ ଆମେ ଏହି ୱେଭ ର ବଡ଼ ଛବି ଦେଖିବାକୁ ଚାହୁଁଛୁ ସେଥିପାଇଁ ଏହି ସୂତା ଭଳି ୱେଭର ଫଟୋକୁ ସ୍କେଲ ଉପରେ ରଖି ଗବେଷଣା କରୁଛୁ। ଯଦି ଏହାର ସୃଷ୍ଟି ହେବାର କାରଣ ଜାଣିପାରିବେ ।