Hera ମିଶନରେ ଯୋଗ ଦେଲେ ୪ ରିସର୍ଚ୍ଚର, କରିବେ ୪୫ଦିନର ମଙ୍ଗଳ ଯାତ୍ରା
ମଙ୍ଗଳକୁ ଯିବେ ରିସର୍ଚ୍ଚର। ବୈଜ୍ଞାନିକ ମାନେ ଏବେ ମଙ୍ଗଳକୁ ଯିବାର ପ୍ଳାନିଂ କରୁଛନ୍ତି। ଖୁବ ଶୀଘ୍ର ସେମାନେ ଏହି ମିଶନକୁ ଆରମ୍ଭ କରିବେ। ଯେଉଁଥିରେ ୪ଜଣ ଲୋକ ମଙ୍ଗଳକୁ ଯିବେ। ତେବେ ମଙ୍ଗଳକୁ ଯିବାର ପ୍ଲାନିଂ ଏବେ ଆରମ୍ଭ ହୋଇଥିବା ବେଳେ ଗ୍ରାଉଣ୍ଡ ଲେଭଲରୁ ଏଥିପାଇଁ କାମ ଆରମ୍ଭ ହୋଇଛି। ୪ଜଣ କ୍ରିଉ ମେମ୍ବର ଏହି ଷ୍ଟଡି ରିସର୍ଚ୍ଚ ପାଇଁ ସିଲେକ୍ଟ ହୋଇଛନ୍ତି।
ଏହି ରିସର୍ଚ୍ଚରେ ସେମାନେ ପୃଥିବୀରୁ ମଙ୍ଗଳ ପର୍ଯ୍ୟନ୍ତ ଥିବା ଦୂରତା ମଧ୍ୟରେ ସେମାନଙ୍କ ଶରୀର ଉପରେ କେଉଁ ପ୍ରଭାବ ପଡ଼ିବ ତାହା ମଧ୍ୟ ଦେଖିବେ।
ଆସନ୍ତା କିଛି ଦିନ ମଧ୍ୟରେ ଏହି ରିସର୍ଚ୍ଚ ପ୍ରୋଜେକ୍ଟ ଆରମ୍ଭ ହୋଇଯିବ। ଯେଉଁଥିରେ ୪ ଜଣ କ୍ରିଉ ମେମ୍ବର ୪୫ ଦିନ ପାଇଁ ମଙ୍ଗଳ ଗ୍ରହକ ୁ ଯାତ୍ରା କରିବେ। ଏହି ମିଶନର ନାମ ରହିଛି The Human Exploration Research Analog । ମଙ୍ଗଳରେ ଘଟୁଥିବା ସବୁ ଘଟଣାର କାରଣ ଉପରେ ରିସର୍ଚ୍ଚ କରିବା ରହିଛି ଏହାର ମୁଖ୍ୟ ଲକ୍ଷ।
ତେବେ ଏହି ରିସର୍ଚ୍ଚରେ ଥିବା ୪ଜଣ କ୍ରିଉ ମେମ୍ବରଙ୍କ ନାମ ହେଉଛି ଜାରେଡ ବ୍ରୋଡି୍ରିକ, ପିଏଟ୍ରୋ ଦି ଟିଲୋ, ଡ୍ରାଗସ ମାଇକେଲ ପପେସ୍କୁ ଓ ପାଟ୍ରିକ ରିଡଗ୍ଲେ। ଏହି ୪୫ ଦିନ ମଧ୍ୟରେ ରିସର୍ଚ୍ଚର ମାନେ ଅନ୍ତରୀକ୍ଷ ମିଶନରେ ସବୁ ପ୍ରକାର ଏକ୍ସପେରିମେଣ୍ଟ କରିବେ।
ଏହାର ନାମ ସର୍ଟ ଫର୍ମରେ ହେରା ରଖାଯାଇଛି। ଏହା ଏକ ମିଶନ ଆନାଲଗ୍ ଯାହା ମାଧ୍ୟମରେ ରିସର୍ଚ୍ଚର ମାନେ କ୍ଷୁଦ୍ର ଗ୍ରହ, ମଙ୍ଗଳ ସହ ଚନ୍ଦ୍ରମାର ନିକଟବର୍ତ୍ତୀ ହୋଇ ଏହା ସମ୍ପର୍କରେ ବର୍ତ୍ତମାନ ଓ ଭବିଷ୍ୟତର ସବୁ ଅନେଷ୍ଵଣ କରିବେ । ନାସାର କହିବା ଅନୁଯାୟୀ ସେହି ସ୍ଥାନରେ ଫିଲ୍ଡ ପରୀକ୍ଷଣ ମଧ୍ୟ କରାଯିବ। ସାମାନ୍ୟତା ବିଷୟରେ ଦେଖାଯିବ ।
ଏହି ମିଶନରେ ନୂଆ ଟେକ୍ନୋଲୋଜି ସହ ରୋବୋଟିକ ଇକ୍ୱିପମେଣ୍ଟ, ଭେଇକିଲ୍ସ, କମ୍ୟୁନିକେଟର୍ସ, ପାଓ୍ଵାର ଜେନେରେସନ , ମୋବିଲିଟି, ଇନଫ୍ରାଷ୍ଟ୍ରକଚର ସହିତ ଷ୍ଟୋରଜେ ମଧ୍ୟ ଇନକ୍ଲୁଡ ହେବ। ମଙ୍ଗଳକୁ ଯାତ୍ରା କରୁଥିବା ସମୟରେ ପୃଥିବୀ ସହ ତାଙ୍କର କଣ୍ଟାକ୍ଟ କେତେ ମାତ୍ରାରେ ରହୁଛି ତାହା ମଧ୍ୟ ଦେଖାଯିବ।
ତେବେ ଗତ ୧୫ ନଭେମ୍ବର ୨୦୨୧ରେ ହେରାର କ୍ୟାମ୍ପେନ ୬. ମିଶନ ୧ ସରିଥିଲା। ଏହାପରେ ଏବେ ପୁଣି ଏହି ମିଶନ ଆରମ୍ଭ ହେବ । ଯାହା ଆସନ୍ତା ସେପ୍ଟେମ୍ବର ୧୨ ତାରିଖ ୨୦୨୨ ମସିହାରେ ସରିବ।