Below header

କେବଳ ଭାରତ ପାଇଁ ନୁହେଁ ସମଗ୍ର ପୃଥିବୀ ପାଇଁ ଆଜିର ଦିନ ଖୁବ ଖାସ୍, ଜାଣନ୍ତୁ କାହିଁକି

ମାର୍ଚ୍ଚ ୨୯ ତାରିଖ କେବଳ ଭାରତ ପାଇଁ ନୁହେଁ ସମଗ୍ର ପୃଥିବୀ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। କାରଣ ଏହିଦିନ ସୌର ମଣ୍ଡଳର ସବୁଠାରୁ କ୍ଷୁଦ୍ର ଗ୍ରହ ବେସ୍ତାକୁ ବୈଜ୍ଞାନିକ ମାନେ ଖୋଜି ବାହାର କରିଥିଲେ। ଏକ ନୂଆ ରିସର୍ଚ୍ଚରୁ ଜଣାଯାଇଛି କି ପୂର୍ବରୁ ଏହି ଗ୍ରହରେ ଜଳ ଥିଲା। ଗ୍ରହର କେତେକ ସ୍ଥାନରେ ନାଳ ଓ ପାଣି ବୋହିବା ଚିହ୍ନରୁ ପୂର୍ବରୁ ଏଠାରେ ପାଣିଥିବା କଥା ଜଣାଯାଏ।

ଦେଶର ସ୍ୱାଧୀନତା ଆନ୍ଦୋଳନ ସହ ମଧ୍ୟ ମାର୍ଚ୍ଚ ୨୯ର ସମ୍ପର୍କ ରହିଛି। ୧୮୫୭ ମସିହାରେ ମାର୍ଚ୍ଚ ୨୯ ତାରିଖ ଦିନ ମଙ୍ଗଲ ପାଣ୍ଡେ ଇଂରେଜ ମାନଙ୍କ ବିରୋଧରେ ବିଦ୍ରୋହର ପ୍ରଥମ ବହ୍ନି ଜଳାଇଥିଲେ। ତାଙ୍କ ପ୍ରେରଣା ପାଇ ଅନ୍ୟମାନେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ।

Short Film - ASTRONUT - YouTube

୧୮୦୭: ଜର୍ମାନୀର ମହାକାଶଚାରୀ ଉଇଲହେମ ଓଲବର୍ସ କ୍ଷୁଦ୍ରଗ୍ରହ ବେସ୍ତାକୁ ଖୋଜିଥିଲେ। ଏହାକୁ ଆକାଶର ସବୁଠାରୁ ଚମକଦାର ଛୋଟ ତାରା କୁହାଯାଏ।

୧୮୪୯: ମହାରାଜା ଦିଲ୍ଲୀପ ସିଂହ ଦିବଂଗତ ପିତା ରଣଜିତ ସିଂହଙ୍କ ସିଂହାସନ ଛାଡିଥିଲେ ଓ ପରେ ଏହାକୁ ଇଷ୍ଟ ଇଣ୍ଡିଆ କମ୍ପାନୀ ନିଜ କବ୍ଜାକୁ ନେଇଯାଇଥିଲା।

୧୮୫୭: କଲିକତା ନିକଟସ୍ଥ ବାରାକପୁରରେ ମଙ୍ଗଲ ପାଣ୍ଡେ ଇଂରେଜ ମାନଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଥିଲେ।

mangal

୧୮୫୯: ବାହାଦୂର ଶାହା ଜାଫର ଦ୍ଵିତୀୟଙ୍କୁ ୧୮୫୭ କ୍ରାନ୍ତି ପାଇଁ ଦାୟୀ କରି ଇଂରେଜ ସରକାର ତାଙ୍କୁ ରେଙ୍ଗୁନ ପଠାଇଦେଇଥିଲେ।

୧୯୫୩: ହେଲେରୀ ଓ ଟେନଜିଙ୍ଗ ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭେରେଷ୍ଟର ଶିଖର ଛୁଇଁଥିଲେ।

୧୯୯୯: ଉତ୍ତର ପ୍ରଦେଶର କୁମାୟୁନ ଓ ଚମେଲି (ବର୍ତ୍ତମାନର ଉତ୍ତରାଖଣ୍ଡ)ରେ ଅଧରାତିରେ ହୋଇଥିବା ଭୂମିକମ୍ପରେ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା।

୨୦୦୨: ଦିଲ୍ଲୀ ଓ ବେଜିଂ ମଧ୍ୟରେ ବାଣିଜ୍ୟିକ ବିମାନ ସେବା ଆରମ୍ଭ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.