RBI ଘୋଷଣା ପରେ ହୋମ ଲୋନ ଏବଂ କାର ଲୋନର EMIରେ ଆପଣଙ୍କୁ କେତେ ହେବ ଫାଇଦା, ଜାଣନ୍ତୁ ଏଇଠି

କାରୋନା ଭାଇରସ ପାଇଁ ହେଉଥିବା ଆର୍ଥିକ ସଙ୍କଟକୁ ଦେଖି ଆରବିଆଇ ସାଧାରଣ ଜନତାଙ୍କୁ ବଡ ଆଶ୍ବସ୍ଥି ଦେଇ ରେପୋ ରେଟକୁ ୦.୭୫% ହ୍ରାସ କରାଇବା ପାଇଁ ଘୋଷଣା କରିଛି। ଏହାଦ୍ୱାରା ସାଧାରଣ ଜନତାଙ୍କର ଲୋନର ଇଏମଆଇ କମ ହେବ। ତେବେ ଜାଣନ୍ତୁ ହୋମ ଲୋନ ଏବଂ ଅଟୋ ଲୋନ ଉପରେ ଦିଆଯାଉଥିବା EMI ଦ୍ୱାରା ସାଧାରଣ ଜନତାଙ୍କୁ କେତେ ଫାଇଦା ହେବ?

ଧରାଯାଉ ଯଦି ୨୦ ବର୍ଷ ପାଇଁ ୩୦ ଲକ୍ଷ ଟଙ୍କାର ୭.୮୫% ସୁଧ ହାରରେ ହୋମ ଲୋନ ନେଇଛନ୍ତି। ତେବେ ଆପଣଙ୍କ ସୁଧ ହାର ଆରବିଆଇର ଏହି ଘୋଷଣା ପରେ ହ୍ରାସ ପାଇ ୭.୧୦% ହୋଇଯିବ।

car ସେହିପରି ଯଦି ଆପଣ ୧୦ ଲକ୍ଷ ଟଙ୍କାର ଅଟୋ ଲୋନ ୯.୩୦% ସୁଧରେ ନେଇଛନ୍ତି ତେବେ ତାହା ହ୍ରାସ ପାଇ ୮.୫୫% ହୋଇଯିବ। ଏହାଦ୍ୱାରା ଆପଣଙ୍କ ପ୍ରତି ମାସର EMIରେ ୪୦୦ ଟଙ୍କାର ଫାଇଦା ହେବ।

ଆରବିଆଇ EMIକୁ ନେଇ କରିଥିବା ଏହି ଘୋଷଣାରେ ୭୫ ବେସିକ ପଏଣ୍ଟ ହ୍ରାସ କରିଛନ୍ତି। ଏହାର ସିଧା ପ୍ରଭାବ ଆପଣଙ୍କ ଲୋନର ସୁଧ ଉପରେ ପଡିବ। ଧରାଯାଉ ହୋମ ଲୋନର ସୁଧ ୮.୪୫% ଅଛି, ତେବେ ତାହା ହ୍ରାସ ପାଇ ୭.୭୦% ହୋଇଯିବ।

ଆରବିଆଇର ଏହି ଘୋଷଣାର ସିଧା ପ୍ରଭାବ ଆପଣଙ୍କ ଅଟୋ ଲୋନ ଉପରେ ପଡିବ। ୭୫ ବେସିକ ପଏଣ୍ଟରେ ଆପଣଙ୍କୁ ଅଶ୍ବସ୍ଥି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.