ଅକ୍ଷୟ କୁମାରଙ୍କ ପରେ ବରୁଣ ଧାୱନ ଦାନ କଲେ ୫୫ ଲକ୍ଷ, ଏହି ସବୁ ଷ୍ଟାର ମଧ୍ୟ ଘୋଷଣା କଲେ ଆର୍ଥିକ ରାଶି

କରୋନା ଭାଇରସର ଲଢେଇରେ ଏବେ ବଲିଉଡ ଆକ୍ଟର ବରୁଣ ଧାୱନ ମଧ୍ଯ ଯୋଗଦାନ ଦେଇଛନ୍ତି । ସୂଚନା ଅନୁଯାୟୀ କରୋନା ପାଇଁ ବରୁଣ ୫୫ ଲକ୍ଷ ଟଙ୍କା ଦାନ କରିଛନ୍ତି । ତେବେ ସେଥିମଧ୍ୟରୁ ସେ ୨୫ ଲକ୍ଷ ଟଙ୍କା ମହାରାଷ୍ଟ୍ର ସିଏମ୍ ଫଣ୍ଡରେ ଦାନ କରିଥିବା ବେଳେ ୩୦ ଲକ୍ଷ ପିଏମ କେୟର୍ସ ଫଣ୍ଡରେ ଦାନ କରିଛନ୍ତି । ପିଏମ ଫଣ୍ଡରେ ଦାନ କରିଥିବା ବରୁଣ ଦ୍ଵିତୀୟ ଅଭିନେତା ଅଟନ୍ତି । ଏହା ପୂର୍ବରୁ ଅକ୍ଷୟ କୁମାର ମଧ୍ଯ ୨୫ କୋଟି ଦେବାପାଇଁ ଘୋଷଣା କରିସାରିଛନ୍ତି ।

ନିଜର ଟ୍ୱିଟରରେ ଏହି ବିଷୟରେ ସୂଚନା ଦେବାପରେ ବରୁଣ ଲେଖିଥିଲେ ଯେ ଆମେ ସମସ୍ତେ ଏହି ଯୁଦ୍ଧ ନିଶ୍ଚୟ ଜିତିବା । ଦେଶ ବଞ୍ଚିଲେ ଆମେ ବଞ୍ଚିବା । ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କେୟର୍ସ ଫଣ୍ଡର ଆରମ୍ଭ କରିଦେଇଛନ୍ତି ଏବଂ ଏହି ଫଣ୍ଡ ଜରିଆରେ ସେ ଲୋକମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।

ତେବେ ପିଏମଙ୍କ ଅନୁରୋଧ ପରେ ସର୍ବପ୍ରଥମେ ଏହି ଫଣ୍ଡରେ ଅକ୍ଷୟ କୁମାର ୨୫ କୋଟି ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ । ତେବେ ତାଙ୍କ ସହିତ ଆହୁରି ଅନେକ କଳାକାର ଆର୍ଥିକ ରାଶି ସହାୟତା ପାଇଁ ମଧ୍ଯ ଘୋଷଣା କରିଛନ୍ତି । ଯେଉଁ ମାନଙ୍କ ମଧ୍ୟରେ କପିଲ ଶର୍ମା, ହ୍ରୀତିକ୍ ରୋ଼ଶନ୍, ବାହୁବଳି ଷ୍ଟାର୍ ପ୍ରଭାସ, ମହେଶ୍ ବାବୁ, ଚିରଞ୍ଜୀବ୍ ଆଦି ସାମିଲ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.