୭ବର୍ଷର ନାବାଳକ ନିଜ ମାଙ୍କୁ କଲେ ବିବାହ, କାରଣ ଜାଣି ହେବେ ଆଶ୍ଚର୍ୟ୍ୟ

ଦୁନିଆର ସମସ୍ତ ପିତାମାତା ନିଜ ସନ୍ତାନର ସବୁ ସ୍ବପ୍ନ ପୂରଣ କରିବାକୁ ଚହାନ୍ତି। ଏପରିକି ସଂସାର ମହୋମାୟାରୁ ବହୁ ଦୂରରେ ରହୁଥିବା ଛୋଟପିଲା ପିତାମାତାଙ୍କ ଦ୍ବାରା ମନଗଢ଼ା କାହାଣୀକୁ ମଧ୍ୟ ବାସ୍ତବ ଭାବିଥାନ୍ତି। କିନ୍ତୁ ନିକଟରେ ଜଣେ ମା ତାଙ୍କ ସନ୍ତାନର ଏମିତି ଏକ ଇଛା ପୂରା କରିଛନ୍ତି ଯାହା ବୋଧ ହୁଏ କିଏ ବିଶ୍ବାସ କରିପାରିବେ ନାହିଁ। ଲଣ୍ଡନରେ ରହୁଥିବା ୭ବର୍ଷର ଲୋଗନ ହଠାତ୍ ସକାଳୁ ନିଜ ମାଙ୍କୁ ବିବାହ କରୁଥିବା ସ୍ବପ୍ନ ଦେଖିଥିଲେ। ସବୁଠାରୁ ଆଶ୍ଚର୍ୟ୍ୟ କଥା ହେଉଛି ତାଙ୍କ ମା ଜୋଲିଏନ୍ ନିଜ ପୁଅର ଏହି ଇଛାକୁ ପୂରା ମଧ୍ୟ କରିଛନ୍ତି।

fairytale

ଲୋଗାନଙ୍କ ମା ଜୋଲିଏନ୍ ଖାଲି ତାଙ୍କ ପୁଅର ମନସ୍କାମନା ପୂରା କଲେ ତାହା ନୁହଁ ବରଂ ଏଥିରେ ତାଙ୍କ ସଂପୂର୍ଣ୍ଣ ପରିବାର ମଧ୍ୟ ସାମିଲ ହୋଇଥିଲା। କଥାଟି ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ ଏହା ପଛରେ ରହିଛି ଏକ ଭାବୁକ କାହାଣୀ। କାରଣ ଲୋଗାନ ଏବେ ଜେନେଟିକ୍ ଡ଼ିସଅଡ଼ର ଲ୍ୟୁକୋଡ଼ିଷ୍ଟୋଫି ରୋଗରେ ପୀଡ଼ିତ। ଏକାରଣରୁ ସେ ଆଉ କିଛି ସମୟର ଅତିଥି ଏଣୁ ତାଙ୍କ ପରିବାର ସେ ଦେଖିଥିବା ସମସ୍ତ ସ୍ବପ୍ନକୁ ସାକର କାରିବାକୁ ଚେଷ୍ଟା କରୁଛନ୍ତି।

ଲୋଗାନଙ୍କ ଇଛା ରହିଥିଲା ସେ ନିଜକୁ ରାଜକୁମାର ଏବଂ ମାଙ୍କୁ ରାଣୀ ଭଳି ଦେଖନ୍ତୁ। ନିଜ ପୁଅର ଇଛାକୁ ପୁରା କରିବାକୁ ଯାଇ ଜୋଲିଏନ୍ ବଡ଼ ଆଡ଼ମ୍ବରର ସହ ବିବାହ ଆୟୋଜିତ କରିବା ସହ ତାଙ୍କ ପୁଅକୁ ରାଜ ଭଳି ସଜବାଜ କରିଥିଲେ। ବିବାହଟି ସଂପୂର୍ଣ୍ଣ ଫେରୀଟେଲ ବ୍ୟୁଟି ଏଣ୍ଡ ବିଷ୍ଟ ୱେଡ଼ିଂ ଥିମରେ ହୋଇଥିଲା। ଏହି ବିବାହରେ ତାଙ୍କ ସମସ୍ତ ସାଙ୍ଗ ଏବଂ ପରିବାର ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା।

ଆହୁରି ପଢ଼ନ୍ତୁ : ଫଟୋଗ୍ରାଫିରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଗୌତମ

ଏହି ବିବାହ ଏକଦମ୍ ବାସ୍ତବିକ୍ ବିବାହ ଭଳି ହୋଇଥିଲା। ଏଥିରେ ମା ଏବଂ ପୁଅ ବିବାହରେ ନିଆଯାଇଥିବା ସମସ୍ତ ବଚ୍ଚନ ଗ୍ରହଣ କରିଥିଲେ। ଏହି ଉତ୍ସବରେ ବହୁତ ଭାବୁକ ହୋଇ ଉଠିଥିଲେ ଜୋଲିଏନ୍। ସେ କହିଥିଲେ ଏଭଳି ପରିସ୍ଥିତିରେ ମୁଁ ମୋ ସାଙ୍ଗ ଏବଂ ବନ୍ଧୁ ପରିଜନଙ୍କ ସହଯୋଗ ପାଇଁ ବହୁତ ଖୁସି ଅଛି।