Below header

୭୭ ବର୍ଷ ବୟସରେ ମହିଳା କଲେ ମଡେଲିଙ୍ଗ୍, ଯାହାର କାରଣ ଜାଣିବା ପରେ ଆପଣଙ୍କ ଆଖିରେ ଆସିଯିବ ଲୁହ

ଅର୍ଥ ହିଁ ଅନର୍ଥର କାରଣ। ଆପଣମାନେ ଜାଣିଛନ୍ତି ଟଙ୍କା ମଣିଷ କିଛି ଭି କରିବା ପାଇଁ ପ୍ରସ୍ତୁତ ହୋଇଥାଏ। ମଣିଷ ନିଜର ସମସ୍ୟାକୁ ଦୂର କରିବା ପାଇଁ ବିଭିନ୍ନ ପ୍ରୟାସ କରିଥାଏ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆଜ୍ଞା ହଁ ଦକ୍ଷିଣ କୋରିଆରେ ଜଣେ ୭୭ ବୟସ୍କ ମହିଳା ଯୁବ ପିଢୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ବାସ୍ତବରେ ମହିଳା ଜଣକ ଖୁବ୍ କରଜରେ ବୁଡି ରହିଛନ୍ତି। ଏହି କାରଣରୁ ସେ ନିଜର ଏହି ସମସ୍ୟାକୁ ଦୂର କରିବା ପାଇଁ ମଡେଲିଙ୍ଗ୍ କରିବା ଆରମ୍ଭ କରିଛନ୍ତି।

old ledyମହିଳା ଜଣକ ଏକ ହସ୍ପିଟାଲରେ କାମ କରୁଥିଲେ। ସେ ଟେଲିଭିଜନରେ ଦେଖାଉଥିବା ବିଜ୍ଞାପନ ଦେଖିବା ପରେ ହିଁ ମଡେଲିଙ୍ଗ୍ ଆରମ୍ଭ କରିଥିଲେ। ବର୍ତ୍ତମାନ ମହିଳା ଜଣକ ସିୟୋଲ ଫ୍ୟାଶନ ୱିକରେ ମଡେଲିଙ୍ଗ୍ କରିବା ପରେ ଦକ୍ଷିଣ କୋରିଆରେ ସବୁଠାରୁ ବୟସ୍କ ମଡେଲର ହୋଇପାରିଛନ୍ତି।

ଏହା ସହ ପଢନ୍ତୁ: ପାଠ ଇଞ୍ଜିନିୟରିଂ, ପେସା ଡ୍ରାଇଭିଂ . . ଭେଟନ୍ତୁ ସମାଜର ରୁଢିବାଦୀ ଚିନ୍ତାଧାରାକୁ ଭାଙ୍ଗିଥିବା ମୁମ୍ବାଇର ପ୍ରଥମ…

ବୟସ୍କ ମହିଳା ଚୋଇଙ୍କ ଜୀବନ ଖୁବ୍ ସଂଘର୍ଷମୟ। ଚୋଇଙ୍କ କହିବା ଅନୁଯାୟୀ ତାଙ୍କ ପାଖରେ ଟଙ୍କା ରୋଜଗାର କରିବା ପାଇଁ ଅନ୍ୟ କୌଣସି ଉପାୟ ନଥିଲା। ଏହି କାରଣରୁ ମୁଁ ମୋ ଜୀବନଶୈଳୀ ପରିବର୍ତ୍ତନ କଲି। ଏହା ବ୍ୟତୀତ ସେ କହିଥିଲେ ଟିଭିରେ ବିଗ୍ଞାପନ ଦେଖିବା ପରେ ତାଙ୍କ ମନରେ ମଡେଲିଙ୍ଗ୍ କରିବା ପାଇଁ ଇଛାଶକ୍ତି ଜାଗ୍ରତ ହୋଇଥିଲା। ଏହାପରେ ସେ ମଡେଲିଙ୍ଗ କ୍ଲାସ ଆବେଦନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏହା ବ୍ୟତୀତ ସୋସିଆଲ ମିଡିଆରେ ଲୋକମାନଙ୍କ ପ୍ରଶଂସା ଶୁଣି ଖୁବ୍ ଭଲ ଲାଗିଥିବା କଥା ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.