ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ କେଉଁ ନୂଆ ମୁହଁକୁ ମିଳିଲା ସୁଯୋଗ

ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଟିମ ଭାରତୀୟ ଦଳ ଘୋଷଣା । ତିନିଟି ଫର୍ମାଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଟିମର ଅଧିନାୟକ ରହିବେ ବିରାଟ କୋହଲି । ସେହିପରି ଟି-୨୦, ତିନିଟି ଦିନିକିଆ ଟିମ ଉପ ଅଧିନାୟକ ରହିବେ ରୋହିତ ଶର୍ମା । ତେବେ ଟେଷ୍ଟ ଟିମର ଉପଅଧିନାୟକ ରହିବେ ଅଜିଜ୍ଞ ରାହାଣେ । ଟି-୨୦ ଟିମରେ ଶିଖର ଧଓ୍ଵନ, କେ.ଏଲ୍. ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, କୃନାଲ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଓ୍ଵାଶିଂଟନ ସୁନ୍ଦର, ରାହୁଲ ଚହର, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ, ଦୀପକ ଚହର, ନବଦୀପ ସାଇନିଙ୍କୁ ସାମିଲ କରାଯାଇଛି ।

ସେହିପରି ଓ୍ଵାନଡେ ଟିମରେ ଶିଖର ଧଓ୍ଵନ, କେ.ଏଲ୍. ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ଥ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ,ଚହଲ,କେଦାର ଯାଦବ,ନବଦୀପ ସାଇନି, ମହମ୍ମଦ ସାମ୍ମି, ଭୁବନେଶ୍ୱର କୁମାର, ଖଲିଲ ଅହମ୍ମଦ ।ସେପଟେ ଟେଷ୍ଟ ଟିମରେ କେ.ଏଲ୍. ରାହୁଲ, ମୟଙ୍କ ଅଗ୍ରଓ୍ଵାଲ, ଚେତେଶ୍ୱର ପୂଜାରା, କେ.ଏଲ୍. ରାହୁଲ, ମୟଙ୍କ ଅଗ୍ରଓ୍ଵାଲ, ପୂଜାରା ହନୁମା ବିହାରୀ, ରୋହିତ ଶର୍ମା, ଋଷଭ ପନ୍ଥ ସାମିଲ କରାଯାଇଛି । ଆସନ୍ତା ଅଗଷ୍ଟ ୩ରୁ ଆରମ୍ଭ ହେଉଛି ଟି-୨୦ ସିରିଜ୍। ଭାରତ ୱେଷ୍ଟଇଣ୍ଡିଜ୍ ସହ ତିନିଟି ଟି-୨୦, ତିନିଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.