ଶରୀର ପାଇଁ ଆବଶ୍ୟକ ପ୍ରୋଟିନଯୁକ୍ତ ଏଗ୍‌ ସ୍ୟାଣ୍ଡଓ୍ଵିଚ, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ସକାଳ ଜଳଖିଆ ଆମ ଶରୀର ପାଇଁ ନିତାନ୍ତ ଆବଶ୍ୟକ । ଏଥିପାଇଁ ସକାଳ ଜଳଖିଆରେ ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବା ଜରୁରୀ। ସେଥିପାଇଁ ପ୍ରତିଦିନ ସକାଳ ଜଳଖିଆରେ ଅଣ୍ଡା ଖାଇବା ଦରକାର। ପାଟିକୁ ଯେତେକି ସ୍ୱାଦିଷ୍ଟ, ଶରୀର ପାଇଁ ଲାଭଦାୟୀ ମଧ୍ୟ। ମାୟୋନିଜ ଏବଂ ମଷ୍ଟଡ ସସ୍‌ରେ ନିର୍ମିତ ଅଣ୍ଡା ସ୍ୟାଣ୍ଡଓ୍ଵିଚ।

ଆବଶ୍ୟକ ସାମଗ୍ରୀ: ଅଣ୍ଡା ୮ଟି, ପାଣି, ଲହୁଣୀ ୬ ଚାମଚ, ମାୟୋନିଜ ଅଧ କପ୍‌, ମଷ୍ଟଡ ସସ୍‌ ୧ ଚାମଚ, ଲୁଣ ଅଧ ଚାମଚ, ଗୋଲମରିଚ ପାଉଡର ଅଧ ଚାମଚ, ବ୍ରେଡ ୧୨ ଖଣ୍ଡ।

ପ୍ରସ୍ତୁତି: ଏକ ପାତ୍ରରେ ପ୍ରଥମେ ଅଣ୍ଡାକୁ ୧୦ ମିନିଟ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ। ଅଣ୍ଡା ସିଝିଗଲା ପରେ ଏଥିରୁ ଚୋପା ଛଡାଇ ଛୋଟ ଛୋଟ କରି କାଟି ଦିଅନ୍ତୁ। ଏବେ ଏକ ଛୋଟ ପାତ୍ରରେ କଟା ହୋଇଥିବା ଅଣ୍ଡା, ମାୟୋନିଜ, ଲୁଣ ଏବଂ ମଷ୍ଟଡ ସସ୍‌ ଭଲଭାବେ ମିଶ୍ରଣ କରିଦିଅନ୍ତୁ। ଏକ ବ୍ରେଡ ଖଣ୍ଡ ଉପରେ ଲହୁଣୀ ଏବଂ ପ୍ରସ୍ତୁତ ମିଶ୍ରଣକୁ ଭଲ ଭାବେ ଲଗାଇଦିଅନ୍ତୁ। ପୁଣି ଆଉଗୋଟେ ବ୍ରେଡରେ ଉପରୁ ଢାଙ୍କିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଏଗ୍‌ ସ୍ୟାଣ୍ଡଓ୍ଵିଚ। ଯଦି ଚାହିଁବେ ଏହାକୁ ଆପଣ ତାଓ୍ଵାରେ ସେକି ମଧ୍ୟ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.