ମାସକୁ ୧୪ ହଜାର ଟଙ୍କା କମାଉଥିବା ୮୦ ବର୍ଷୀୟା ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରେ ରହିଛି ୨୦୦ କୋଟି ଟଙ୍କା, ହେଲେ ଆସିଲା କେଉଁଠୁ ?
ଜଣେ ୮୦ ବର୍ଷ ବୟସ୍କା ମହିଳାଙ୍କ ସ୍ୱିସ୍ ବ୍ୟାଙ୍କ ଆକାଉଣ୍ଟରେ ୧୯୬ କୋଟି କଳା ଟଙ୍କା ଥିବାଭଳି ଏକ ଘଟଣା ସାମ୍ନାକୁ ଆସିଛି । ତେବେ ମହିଳା ଦାବି କରିଛନ୍ତି ଯେ ତାଙ୍କର ମାସିକ ଆୟ ମାତ୍ର ୧୪ ହଜାର ଟଙ୍କା । ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆୟକର ବିଭାଗ ଅପିଲିୟ ଟ୍ରିବ୍ୟୁନାଲର ମୁମ୍ବାଇ ଶାଖା ମହିଳାଙ୍କୁ ଟ୍ୟାକ୍ସ ସହିତ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁଯାୟୀ, ରେନୁ ଥାରାନୀ ନାମକ ଜଣେ ମହିଳାଙ୍କ HSBC ଜିନେଭାରେ ଆକାଉଣ୍ଟ ଅଛି । ସ୍ୱିସ୍ ବ୍ୟାଙ୍କରେ ଥାରାନି ଫ୍ୟାମିଲି ଟ୍ରଷ୍ଟ ହେଉଛି ଏହି ବ୍ୟାଙ୍କର ଏକମାତ୍ର ବିବେକାଧୀନ ଲାଭାର୍ଥି । ୨୦୦୪ ମସିହା ଜୁଲାଇ ମାସରେ କେମାନ ଆଇଲ୍ୟାଣ୍ଡର GW ଇନଭେଷ୍ଟମେଣ୍ଟ ନାମରେ ଏହି ଖାତା ଖୋଲାଯାଇଥିଲା । ଯିଏକି ଏହି ଫଣ୍ଡକୁ ଆଡମିନିଷ୍ଟ୍ରେଟର ଭାବରେ ଫ୍ୟାମିଲି ଟ୍ରଷ୍ଟକୁ ସ୍ଥାନାନ୍ତର କରିଥିଲା ।
୨୦୦୫-୦୬ରେ ଦାଖଲ ହୋଇଥିବା ଆୟକର ରିଟର୍ଣ୍ଣରେ ଥାରାନି ଏହି ସୂଚନା ପ୍ରଦାନ କରିନଥିଲେ । ୩୧ ଅକ୍ଟୋବର ୨୦୧୪ ରେ ଏହି ମାମଲା ପୁଣିଥରେ ଖୋଲାଯାଇଥିଲା । ତେବେ ଏସବିସି ଜେନେଭାରେ ତାଙ୍କର କୌଣସି ବ୍ୟାଙ୍କ ଆକାଉଣ୍ଟ ନାହିଁ କିମ୍ବା ସେ GW ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଅଂଶୀଦାର ନୁହଁନ୍ତି ବୋଲି ଥାରାନି ଏକ ଆଫିଡେଭିଟ୍ ମଧ୍ୟ ଦାଖଲ କରିଥିଲେ। ସେ ନିଜକୁ ଜଣେ ଅଣ-ବାସିନ୍ଦା ବୋଲି କହିବା ସହିତ ଦାବି କରିଥିଲେ ଯେ ଯଦି ବି ଏପରି କୌଣସି ରାଶି ଅଛି ତାହେଲେ ସେଥିପାଇଁ ତାଙ୍କଠାରୁ ଟ୍ୟାକ୍ସ ଆଦାୟ କରାଯାଇପାରିବ ନାହିଁ ।
୨୦୦୫–୦୬ ଆୟକର ରିଟର୍ଣ୍ଣରେ ତାରାନିଙ୍କ ବାର୍ଷିକ ଆୟ ମାତ୍ର ୧.୭ ଲକ୍ଷ ଟଙ୍କା ବୋଲି ସେ କହିଥିଲେ । ସେ ବାଙ୍ଗାଲୋରରେ ଠିକଣା ଦେଇ ନିଜକୁ ଜଣେ ଭାରତୀୟ କରଦାତା ବୋଲି କହିଥିଲେ । ତେବେ ITAT ବେଞ୍ଚ କହିଛି ଯେ ହୁଏତ ସେ ଆବାସିକ ସ୍ଥିତିର ପ୍ରଥମ ବର୍ଷରେ ଥିଲେ। ତେବେ ଏତେ କମ୍ ସମୟ ମଧ୍ୟରେ ମାସକୁ କିପରି ଦୁଇଶହ କୋଟି ଟଙ୍କା ସଂଗ୍ରହ କରିଥିଲେ ତାହା ସ୍ପଷ୍ଟ ହୋଇପାରି ନାହିଁ।
ବେଞ୍ଚ କହିଛନ୍ତି ଯେ ଥରକାନି ଜଣେ ସାଧାରଣ ବ୍ୟକ୍ତି ଏବଂ ସେ କୌଣସି ଚାରିଟି ମଧ୍ୟ ଚଳାନ୍ତି ନାହିଁ । ତେଣୁ ତାଙ୍କ ଟ୍ରଷ୍ଟକୁ କେହି ଏତେ ଟଙ୍କା ଦାନ କରିଥିବାର ପ୍ରଶ୍ନ ଉଠୁନି । ବେଞ୍ଚ ଆହୁରି କହିଛନ୍ତି ଯେ ଯଦି ଥାରାନୀଙ୍କ ଆୟକର ରିଟର୍ଣ୍ଣରେ ଦିଆଯାଇଥିବା ସୂଚନା ଦେଖାଯାଏ, ତେବେ ତାଙ୍କ ଆକାଉଣ୍ଟରେ ଯେତିକି ଟଙ୍କା ଅଛି ତାକୁ ରୋଜଗାର କରିବାକୁ ପ୍ରାୟ ୧୩ ହଜାର ୫୦୦ ବର୍ଷ ଲାଗିବ ।