୯୫ ବର୍ଷ ବୟସରେ ଏମିତି ଜିମନାଷ୍ଟ କରୁଛନ୍ତି ଦାଦି, ଯାହାକୁ ଦେଖିଲେ ଆପଣଙ୍କ ଆଖିକୁ ବି କରି ପାରିବେନି ବିଶ୍ୱାସ

କଥାରେ ଅଛି ମନରେ ଅଧିକ ଦୃଢ ଇଛାଶକ୍ତି ଥିଲେ ଆଉ କିଛି କରି ଦେଖେଇବାର ଜୁନୁନ ଥିଲେ ସବୁ କିଛି ସମ୍ଭବ ହୋଇଥାଏ । ଏମିତିକି ବୟସ ବି ହାର ମାନିଯାଏ । ଏହି ନିକଟରେ ରେକ୍ସ ଚାପ ମ୍ୟାନ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଭିଡିଓ ଟିକୁ ଦେଖିଲେ ଏହି ବାକ୍ୟଟି ଆହୁରି ଦୃଢ ହୋଇଯିବ । ଭିଡିଓଟିକୁ ଯଦି ଆପଣ ଧ୍ୟାନର ସହ ଦେଖିବେ ତେବେ ଜାଣି ପାରିବେ ପାଖାପାଖି ୯୫
ବର୍ଷୀୟା ଜଣେ ବୃଦ୍ଧ ମହିଳା ଅତି କଷ୍ଟକର କ୍ରୀଡା ଜିମ୍ନାଷ୍ଟିକ କରୁଥିବା ନଜର ଆସିବେ । ଖୁବ ସହଜରେ ଓ ସରଳତାରେ ଜିମ୍ନାଷ୍ଟିକର ବିଭିନ୍ନ ପୋଜ ଗୁଡିକୁ କରି ଦେଖାଉଛନ୍ତି ଏହି ବୃଦ୍ଧା ଜଣଙ୍କ । ଖାଲି ସେତିକି ନୁହେଁ ଜୋହନା କୁଆସ ନାମକ ଏହି ମହିଳା ଜଣକ ବିଶ୍ୱର ସବୁଠୁ ବୟୋଜ୍ୟୋଷ୍ଠ ଜିମ୍ନାସ୍ଟ ହେବାର ରେକର୍ଡ ବି ନିଜ ନାଁରେ କରିଛନ୍ତି । ଜୋହାନଙ୍କ ଏହି ଭିଡିଓ ଟିକୁ ଏଯାବତ ୪ ଲକ୍ଷ ୫୭ ୟୁଜର ଦେଖି ସାରିଥିବା ଜଣାଯାଇଛି ।
Meet the oldest gymnast in the world — Johanna Quaas.
She lives in Germany and turned 95 this year.
Age is only a number…pic.twitter.com/wNEVQeFDni
— Rex Chapman🏇🏼 (@RexChapman) December 22, 2020
କହିରଖିବା ଉଚିତ ହେବଯେ, ଏହା ପୂର୍ବରୁ ବି ଥରେ ୨୦୧୨ ରେ ତାଙ୍କୁ ପ୍ରଥମ ଥର ପାଇଁ ସବୁଠୁ ଵୟୋଜ୍ୟୋଷ୍ଠ ଜିମ୍ନାଷ୍ଟ ହେବାର ଉପାଧି ମିଳିଥିଲା । ଏହି ମହିଳାଙ୍କ ଭିଡିଓରୁ ସେମାନଙ୍କୁ ଅନେକ ପ୍ରେରଣା ମିଳୁଥିବା ନେଇ ଅନେକ ଦର୍ଶକ ସେମାନଙ୍କ କମେନ୍ଟ ବକ୍ସରେ ମତ ଦେଉଛନ୍ତି । ଏମିତିକି ନିଜ ନିଜ ପାଖଆଖର ଲୋକଙ୍କୁ ବି ଏହି ଭିଡିଓ ଦେଖିବା ନେଇ ପରାମର୍ଶ ଦେଉଥିବା କହିଛନ୍ତି । ନିଜ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ବି ତାଙ୍କ ଭିଡିଓ ସେୟାର କରୁଛନ୍ତି । ଏବାବଦରେ ଜୋହାନଙ୍କୁ ପଚରା ଯିବାରୁ ସେ କହିଥିଲେକି, ଏମିତି ଏକ ଦୁଃସାହସିକ କାମ ହଠାତ ହୁଏନାହିଁ । ଏଥିପାଇଁ ଧୀରେ ଧୀରେ କରି ପ୍ରସ୍ତୁତି କରିବାକୁ ପଡେ । ପ୍ରତିଦିନ କିଛି କିଛି ସମୟ ଅଭ୍ୟାସ କରିବା ପରେ ହିଁ ଆଜି ସେ ଏହି ସ୍ତରକୁ ପହଂଚି ପାରିଛନ୍ତି ।