ଏମିତି ପୂରଣ ହେଲା ଏକ ପ୍ଲେନ୍‌ର ଶେଷ ଇଚ୍ଛା, ଲୋକମାନେ ଇମୋସନାଲ ହୋଇ କରୁଛନ୍ତି ପୋଷ୍ଟ; ଦେଖନ୍ତୁ ଭିଡିଓ

ମଣିଷଙ୍କର ଶେଷ ଇଚ୍ଛା ବିଷୟରେ ତ ସମସ୍ତେ ଶୁଣିଥିବେ, କିନ୍ତୁ ବିମାନର ଶେଷ ଇଚ୍ଛା ବୋଧେ ପ୍ରଥମ ଥର ପାଇଁ ସମସ୍ତେ ଶୁଣିବେ। କଥାଟି ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ବି ଏହା ସତ। ସାରା ଜୀବନ ଯାତ୍ରୀଙ୍କୁ ଧରି ଉଡ଼ୁଥିବା ଏକ ପ୍ଲେନ୍‌କୁ ନଷ୍ଟ କରିବା ପୂର୍ବରୁ ତାହାର ଶେଷ ଇଚ୍ଛା ପୂରଣ କରାଯାଇଛି। ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବିମାନର ଶେଷ ଇଚ୍ଛା ପୂରଣ ବେଳର ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି।

 

View this post on Instagram

 

A post shared by Vice Aviator (@vice.aviator)

ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ଭାଇସ୍‌ ଏଭିଏଟର ନାମକ ୟୁଜର ପୋଷ୍ଟ କରିଛନ୍ତି। ଏହି ଆକାଉଣ୍ଟକୁ ଡାନିଅଲ୍‌ ଗୋଞ୍ଜାଲେଜ୍‌ ଚଳାଇଥାନ୍ତି। ଭିଡିଓରେ ଦେଖାଯାଇଛି ଯେ ମିୟାମି ଏକ୍‌ଜିକ୍ୟୁଟିଭ୍‌ ଏୟାରପୋର୍ଟରେ କେମିତି ଏକ ଛୋଟ ପ୍ଲେନ୍‌କୁ କବାଡ଼ି(ସ୍କ୍ରାପ୍‌ୟାର୍ଡ)ରେ ଦେବା ପୂର୍ବରୁ ଏହାକୁ ପ୍ରଥମେ କ୍ରେନ୍‌ ସାହାଯ୍ୟରେ ଉଡ଼ାଯାଇଛି। ଭିଡିଓଟି କୌଣସି ବ୍ୟକ୍ତିର ଶେଷ ଇଚ୍ଛା ପୂରଣ କରିବା କଥାକୁ ମନେ ପକାଇଦେଉଛି। ଏହା ଦେଖି ୟୁଜରମାନେ ଇମୋସନାଲ ହେବା ସହ ଭିଡିଓଟିକୁ ଲଗାତାର ସେୟାର କରୁଥିବା ଦେଖାଯାଇଛି।

ଦେଖିବାକୁ ଗଲେ ଏହା ପ୍ଲେନ୍‌ର ଶେଷ ଉଡ଼ାଣ ଥିଲା। କିନ୍ତୁ ବିନା ଯାତ୍ରୀରେ ଏହାକୁ ଏକ କ୍ରେନ୍‌ ସାହାଯ୍ୟରେ ଉଠାଯାଇଥିଲା, ଯାହା ଉଡ଼ିବା ଭଳି ପ୍ରତୀୟମାନ ହେଉଛି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖାଯାଇଛି।

You might also like