ଜୁଆରେ ହାରି ମାନସିକ ଭାରସାମ୍ଯ ହାରାଇଲେ ଠିକାଦାର, ଶେଷରେ କଲେ ଆତ୍ମହତ୍ଯା

ରାଇରଙ୍ଗପୁର: ଜୁଆରେ ହାରି ଆତ୍ମହତ୍ୟା କଲେ ଠିକାଦାର। ଏପରି ଘଟଣା ଘଟିଛି ବହଳଦା ଥାନା ଦୁନ୍ଦୁ ଗ୍ରାମରେ। ମୃତ ଠିକାଦାର ହେଲେ ମୁର୍ଷିଦାବାଦର ଆନିକୁଲ ଶେଖ। ରାତାରାତି ଅଧିକ ଅର୍ଥ ରୋଜଗାର କରିବା ନିଶା ଯେ କେତେ ଭୟଙ୍କର ହୋଇପାରେ ତାହା ଦେଖିବାକୁ ମିଳିଛି ବହଳଦା ଦୁନ୍ଦୁ ଗ୍ରାମରେ।

ସୁଦୂର ପଶ୍ଚିମବଙ୍ଗର ମୁର୍ଷିଦାବାଦରୁ ଅର୍ଥ ରୋଜଗାର ପାଇଁ  ଆନିକୁଲ ଶେଖ ଧାଇଁ ଆସିଥିଲେ ମୟୁରଭଞ୍ଜ ଜିଲ୍ଲାର ବହଳଦାକୁ। ରାଜମିସ୍ତ୍ରୀ କାମ କରିବା ସହିତ ନିଜେ ଠିକାଦାର ପାଲଟି ଯାଇଥିଲେ। ଅଞ୍ଚଳରେ ସରକାରୀ ,ବେସରକାରୀ କୋଠା ନିର୍ମାଣ କରି ବେଶ ଟଙ୍କା ରୋଜଗାର କରୁଥିଲେ। କିନ୍ତୁ ଅଧିକ ଅର୍ଥ ଓ ରାତାରାତି କୋଟିପତି ହେବା ନିଶାରେ ନିଜର ଜୀବନ ଦେବାକୁ ପଡିଲା।

ସୂଚନା ଅନୁଯାଇ IPL କ୍ରିକେଟ ମ୍ୟାଚ ସମୟରେ ଲକ୍ଷାଧିକ ଟଙ୍କା ଝାଡ଼ଖଣ୍ଡର ଟାଟା ନଗରର ବୁକି ପାଖରେ ବାଜି ଲଗାଇ ହାରି ଯାଇଥିଲେ। ଫଳରେ କାମ କରୁଥିବା ଶ୍ରମିକ ମାନଙ୍କୁ ତାଙ୍କ ପ୍ରାପ୍ୟ ଦେଇ ନ ପାରିବା ସହିତ ପରିବାର ଚଳାଇ ନ ପାରି ଜବସିଥିଲେ। ଆନିକୁଲ କ୍ୟାନସର ରୋଗରେ ମଧ୍ୟ ପୀଡିତ ଥିବାରୁ ଘରେ ହିଁ ରହି କାମ କରାଉଥିଲେ।

ତେବେ ତାଙ୍କ ସହକର୍ମୀ ଓ ଶ୍ରମିକ ମାନେ କାମ ସାରି ଘରକୁ ଫେରିବା ବେଳେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକ ଓ ପୋଲିସଙ୍କୁ ଖବର ଦେଇଥିଲେ । ବହଳଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ସମାଜସେବୀ ଆନୱାରୁଲ ହକଙ୍କ ଉପସ୍ଥିତିରେ ମୃତ୍ୟଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.