ଶୀତଦିନେ ଓଜନ କମ୍‌ କରିବାକୁ ଡାଏଟ୍‌ରେ ସାମିଲ କରନ୍ତୁ ଏହି ହର୍ବାଲ ଡ୍ରିଙ୍କ୍‌, ଫଟାଫଟ୍‌ ହୋଇଯିବେ ସ୍ଲିମ୍‌; ଜାଣନ୍ତୁ ତିଆରି କରିବା ବିଧି

ଖରାପ ଲାଇଫ୍‌ଷ୍ଟାଇଲ୍‌ ଓ ଖାଦ୍ୟପେୟ ସମେତ ଦୀର୍ଘ ସମୟ ଧରି ବସି ରହିବା କାରଣରୁ ଅଧିକାଂଶ ଲୋକ ମୋଟାପଣର ଶିକାର ହେଉଛନ୍ତି। କରୋନା ଯୋଗୁ ଚାଲିଥିବା ଓ୍ଵାର୍କ ଫ୍ରମ୍‌ ହୋମ୍‌ ଯୋଗୁ ମଧ୍ୟ ଲୋକଙ୍କ ଠାରେ ଏବେ ମୋଟାପଣ, ପେଟରେ ଚର୍ବି ଭଳି ସମସ୍ୟା ଦେଖାଦେଉଛି। ଏଣୁ ଏଥିରୁ ମୁକ୍ତି ପାଇବାକୁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଝାଳ ବୁହାଇବା ସହ କଷ୍ଟକର ଡାଏଟ୍‌ ଆପଣାଉଛନ୍ତି। ତଥାପି ଓଜନ କମୁନାହିଁ। ଯଦି ଆପଣ ବି ଏହି ସମସ୍ୟା ଭୋଗୁଛନ୍ତି ତେବେ ଡାଏଟ୍‌ରେ ସାମିଲ କରନ୍ତୁ ହର୍ବାଲ ଡ୍ରିଙ୍କ୍‌। ଆସନ୍ତୁ ଜାଣିବା ଶୀତଦିନେ ଓଜନ କମାଇବାକୁ ଏହି ହର୍ବାଲ ଡ୍ରିଙ୍କ୍‌ କେମିତି ପ୍ରସ୍ତୁତ କରିବେ…

ଆବଶ୍ୟକୀୟ ସାମଗ୍ରୀ:

୧-୨ ଅଁଳା
ଅଳ୍ପ ଗହମ ଘାସ (ହ୍ଵିଟ୍‌ ଗ୍ରାସ୍‌)
୧ ଗାଜର
ଅଧା କିମ୍ବା ୧ଟି ସେଓ
ଅଳ୍ପ ଲାଉ
ଅଳ୍ପ କଞ୍ଚାହଳଦୀ
ଖଣ୍ଡେ ମୂଳା
ଅଳ୍ପ ଅଦା
ସ୍ୱାଦ ଅନୁସାରେ ଲେମ୍ବୁ

ଏମିତି ତିଆରି କରନ୍ତୁ ହର୍ବାଲ ଡ୍ରିଙ୍କ୍‌:

ଏହି ସବୁ ଜିନିଷକୁ ଗ୍ରାଇଣ୍ଡରରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ତା’ପରେ ଏକ ଚାହା ଛଣା ନେଇ ଛାଣି ଖଦା ବାହାର କରିଦିଅନ୍ତୁ। ତା’ପରେ ସେଥିରେ ସ୍ୱାଦ ଅନୁସାରେ ଲେମ୍ବୁ ରସ ଗୋଳାଇ ପିଇ ଦିଅନ୍ତୁ। ପ୍ରତିଦିନ ଏହି ଡ୍ରିଙ୍କ୍‌ ପିଇବା ଦ୍ୱାରା କେବଳ ଆପଣଙ୍କ ଓଜନ କମିବନି ବରଂ ଭୟଙ୍କର ରୋଗ ମଧ୍ୟ ଭଲ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.