Below header

ଦୁନିଆର ଏମିତି ଏକ ସହର, ଯେଉଁଠି ଘରେ ଘରେ ରହିଛି ଉଡ଼ାଜାହାଜ

ଆପଣ ଏ କଥା ନିଶ୍ଚୟ ଶୁଣିଥିବେ ଯେ ସହରରେ ରହୁଥିବା ପ୍ରାୟ ସବୁ ଲୋକଙ୍କ ପାଖରେ ନିଜସ୍ୱ ଗାଡ଼ି ଥାଏ। କିନ୍ତୁ କ’ଣ ଏମିତି ସହର ବିଷୟରେ କେବେ ଶୁଣିଛନ୍ତି କି, ଯେଉଁଠି ରହୁଥିବା ପ୍ରତ୍ୟେକ ଲୋକଙ୍କ ପାଖରେ ନିଜସ୍ୱ ଉଡ଼ାଜାହାଜ ଅଛି? ଏତିକି ନୁହେଁ, ଏହି ସହରର ଲୋକେ ଅଫିସ୍‌ କିମ୍ବା କୌଣସି କାମରେ ଯିବା ପାଇଁ ବି ନିଜସ୍ୱ ଏୟାରକ୍ରାଫ୍ଟ ବ୍ୟବହାର କରିଥାଆନ୍ତି। ତେବେ କଥାଟି ଟିକିଏ ଅଡ଼ୁଆ ଲାଗୁଥିଲେ ବି ସତ।

ଏହି ଉଡ଼ାଜାହାଜ ସହର ଆମେରିକାର କାର୍ଲିଫର୍ନିଆରେ ଅଛି। ଏଠାରେ ଅଧିକାଂଶ ଲୋକ ହେଉଛନ୍ତି ପାଇଲଟ। ତେଣୁ ସେମାନଙ୍କ ପାଖରେ ଉଡ଼ାଜାହାଜ ରହିବା ଏକ ସାଧାରଣ କଥା। ଏହାଛଡ଼ା ସହରରେ ଡାକ୍ତର ଏବଂ ଓକିଲ ମଧ୍ୟ ଅଛନ୍ତି। ସେମାନଙ୍କର ବି ଉଡ଼ାଜାହାଜ ରଖିବାର ସଉକ ଅଛି। ଉଡ଼ାଜାହାଜକୁ ଏଠାକାର ଲୋକେ ଏତେ ଭଲ ପାଆନ୍ତି ଯେ ପ୍ରତ୍ୟେକ ଶନିବାର ସକାଳେ ସମସ୍ତେ ଏକାଠି ହୁଅନ୍ତି ଏବଂ ଲୋକାଲ ଏୟାରପୋର୍ଟ ପର୍ଯ୍ୟନ୍ତ ଯାଆନ୍ତି।

ଏଠି ଉଡ଼ାଜାହାଜର ମାଲିକ ହେବା ସାଧାରଣତଃ କାର୍‌ର ମାଲିକ ହେବା ଭଳି ହୋଇଥାଏ। ସହରର ଗଳି ଏବଂ ଲୋକଙ୍କ ଘର ସାମ୍ନାରେ ତିଆରି ହ୍ୟାଙ୍ଗରରେ ଗୋଟିଏ ଗୋଟିଏ ଉଡ଼ାଜାହାଜ ଥୁଆ ହୋଇଥିବାର ଦେଖିବାକୁ ମିଳେ। ଏଠାକାର ରାସ୍ତାଗୁଡ଼ିକ ମଧ୍ୟ ଅଧିକ ଚଉଡ଼ା, ଯେପରି ପାଇଲଟ ଏହାକୁ ରନ୍‌େଓ୍ଵ ରୂପେ ବ୍ୟବହାର କରିପାରିବେ। ସେହିପରି ଉଡ଼ାଜାହାଜର ପଙ୍ଖାକୁ କୌଣସି କ୍ଷତି ନ ପହଞ୍ଚିବା ପାଇଁ ରାସ୍ତାର ସଙ୍କେତ ଏବଂ ଲେଟର ବକ୍ସକୁ ସାମାନ୍ୟଠୁ କମ୍‌ ଉଚ୍ଚାରେ ଲଗାଯାଇଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରାସ୍ତାଗୁଡ଼ିକର ନାଁ ବି ଉଡ଼ାଜାହାଜ ସହ ଜଡ଼ିତ ରହିଛି, ଯେପରି ବୋଇଙ୍ଗ୍‌ ରୋଡ୍‌।

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା ଉଡ଼ାଜାହାଜ ପରିଚାଳନାକୁ ଅଧିକ ଗୁରୁତ୍ୱ ଦେଇଥିଲା। ଆଉ ଏଥିପାଇଁ ଦେଶରେ ଅନେକ ବିମାନବନ୍ଦର ନିର୍ମାଣ କରାଯାଇଥିଲା। ଏପଟେ ପାଇଲଟଙ୍କ ସଂଖ୍ୟା ୧୯୩୯ ମସିହାରେ ୩୪,୦୦୦ ଥିବା ବେଳେ ୧୯୪୬ ମସିହା ସୁଦ୍ଧା ଏହା ବଢ଼ି ୪,୦୦,୦୦୦ରୁ ଅଧିକ ହୋଇଯାଇଥିଲା। ଏମିତି ସ୍ଥିତିରେ US Civil Aviation Authority ଦେଶରେ ଆବାସୀୟ ବିମାନବନ୍ଦର ନିର୍ମାଣର ପ୍ରସ୍ତାବ ରଖିଥିଲା, ଯାହାର ଉଦ୍ଦେଶ୍ୟ ଥିଲା ସେବାନିବୃତ ସୈନ୍ୟ ପାଇଲଟମାନଙ୍କୁ ଆବାସ ସ୍ଥାନ ଯୋଗାଇ ଦେବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.