ପାକିସ୍ତାନ ସହିତ ଆଉ ୩ଟି ଦେଶର ଯୁବତୀଙ୍କୁ ବିବାହ କରିପାରିବେନି ସାଉଦି ଆରବ ଯୁବକ, ସରକାର ତିଆରି କଲେ ନୂଆ ଆଇନ

ସାଉଦି ଆରବ ଏବଂ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତାର ଜ୍ବଳନ୍ତ ଉଦାହରଣ ପୁଣି ସାମ୍ନାକୁ ଆସିଛି। ସାଉଦି ଆରବ ସରକାର ଏମିତି କିଛି ନୂଆ ଆଇନ ଆଣିଛନ୍ତି, ଯାହା ଯୋଗୁଁ ଏହି ଦେଶର ପୁରୁଷ ପାକିସ୍ତାନ, ବାଲାଂଦେଶ, ଚାଡ ଏବଂ ମିଁଆମାରର ମହିଳାମାନଙ୍କୁ ବିବାହ କରିପାରିବେ ନାହିଁ। ପାକିସ୍ତାନ ଖବରକାଗଜ ଡନ ମୁତାବକ, ବର୍ତ୍ତମାନ ସୁଦ୍ଧା ସାଉଦି ଆରବରେ ଏହି ଚାରିଟି ଦେଶର ପାଖାପାଖି ୫ ଲକ୍ଷ ମହିଳା ରହୁଛନ୍ତି।

ରିପୋର୍ଟ ମୁତାକବ, ମକ୍କାର ପୋଲିସ ମହାନିର୍ଦ୍ଦେଶକ ମେଜର ଜେନେରାଲ ଅସଫ ଅଲ୍ଲ କୁରେଶୀ ସ୍ପଷ୍ଟ କରିଛନ୍ତି କି, ବିଦେଶୀ ମହିଳାଙ୍କୁ ବିବାହ କରିବାକୁ ଇଚ୍ଛା ରଖୁଥିବା ସାଉଦି ପୁରୁଷଙ୍କୁ ଏବେ ଏହି ନିୟମ ପାଳନ କରିବାକୁ ହେବ। ଏହି ନୂଆ ଆଇନର ଉଦ୍ଦେଶ୍ଯ କି, ସାଉଦି ଆରବର ପୁରୁଷଙ୍କୁ ବିଦେଶୀଙ୍କୁ ବିବାହ କରିବାକୁ ରୋକିବା। ଯଦି କୌଣସି ପୁରୁଷ ଏମିତି କରିବାକୁ ଚାହିଁବ, ତେବେ ସେମାନଙ୍କ ବିଶେଷ ଅନୁମତି ନେବା ସହିତ କେତେକ ଔପଚାରିକତା ପ୍ରକ୍ରିୟା ପୂରଣ କରିବାକୁ ହେବ।

sauda
photo credit: Gulf News

ବିଦେଶୀ ମହିଳାଙ୍କୁ ବିବାହ କରିବାକୁ ଚାହୁଁଥିବା ପୁରୁଷ ପ୍ରଥମେ ସରକାରଙ୍କ ଅନୁମତି ନେବା ସହିତ ଅଧିକାରକ ଚ୍ଯାନେଲ ମାଧ୍ୟମରେ ବିବାହ ଆବେଦନ ପ୍ରସ୍ତୁତ କରିବା ହେବ। ଛାଡପତ୍ର ଦେଇଥିବା ପୁରୁଷଙ୍କୁ ୬ ମାସ ମଧ୍ୟରେ ନୂଆ ବିବାହ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ଆଇନରେ କୁହାଯାଇଛି। ସମସ୍ତଙ୍କୁ ଏହି ନିୟମ କଡ଼ା ଭାବେ ପାଳନ କରିବାକୁ ହେବ। ଏହାକୁ ଉଲ୍ଲଙ୍ଘନ କଲେ କାର୍ଯ୍ଯାନୁଷ୍ଠାନ ନିଆଯିବ।

ଯେଉଁ ପୁରୁଷ ବିବାହ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ସ୍ଥାନୀୟ ଜିଲ୍ଲା ମେୟରଙ୍କ ଦ୍ବାରା ହସ୍ତାକ୍ଷର ହୋଇଥିବା ଉଚିତ ଦସ୍ତାବିଜ ସହିତ ଅନ୍ଯ ସମସ୍ତ ପରିଚୟ ପତ୍ର ସଂଲଗ୍ନ କରିବାକୁ ହେବ। ଯଦି ବିବାହିତ ପୁରୁଷଙ୍କର ପତ୍ନୀଙ୍କର ବିକଳାଙ୍ଗ କିମ୍ବା କୌଣସି ରୋଗରେ ପୀଡିତ ଥାଆନ୍ତି, ତେବେ ସେମାନେ ଏକ ହସପିଟାଲ ରିପୋର୍ଟ ସଂଲଗ୍ନ କରିବାକୁ ନିୟମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.