ଜର୍ମାନୀରେ ୧୮ ଏପ୍ରିଲ ଯାଏଁ ବଢ଼ିଲା ଲକଡାଉନ୍‌

କରୋନା ସଂକ୍ରମଣ ରୋକିବାକୁ ପୁଣି ଲକଡାଉନ୍‌ । ଜର୍ମାନୀରେ ଲକଡାଉନ ଅବଧିକୁ ଏପ୍ରିଲ ୧୮ ଯାଏ ବଢ଼ାଇ ଦିଆଯାଇଛି । ୧୬ ରାଜ୍ୟର ରାଜ୍ୟପାଳଙ୍କ ସହ ଆଲୋଚନା ପରେ ଜର୍ମାନୀ ଚ୍ୟାନସେଲର ଆଙ୍ଗଲା ମାର୍କେଲ ଏନେଇ ଘୋଷଣା କରିଛନ୍ତି । ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ଏକାଠି ନ ହେବାକୁ କୁହାଯାଇଛି । ଜର୍ମାନୀରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଆମେରିକାରେ ଦୈନିକ ସଂକ୍ରମଣ ହାରଠାରୁ ଅଧିକ ରହିଛି । ଦେଶ ଏବେ କରୋନାର ତୃତୀୟ ଲହରକୁ ସାମ୍ନାକୁ କରୁଥିବା ଜର୍ମାନୀ ଚ୍ୟାନସେଲର କହିଛନ୍ତି । ଘରେ ରହି ସଂକ୍ରମଣ ଚେନ୍‌ ଭାଙ୍ଗିବାକୁ ସେ ଆହ୍ଵାନ ଦେଇଛନ୍ତି ।

Leave A Reply

Your email address will not be published.