Below header

ବିନା ମୋବାଇଲରେ ଚାଲିପାରିବ ହ୍ବାଟସଆପ୍, ଜାଣନ୍ତୁ କେମିତି ?

ବିନା ମୋବାଇଲରେ ଚଲାଇପାରିବେ ହ୍ବାଟସଆପ୍। ହେଲେ କେମିତି ? ଏମିତି ପ୍ରଶ୍ନ ଆପଣଙ୍କ ମନକୁ ନିଶ୍ଚିତ ଆସିଥିବ ? ହ୍ବାଟସଆପ୍ ୱେବ ୟୁଜ କରିବା ପାଇଁ ଆପଣଙ୍କ ଫୋନରେ ଇଣ୍ଟରନେଟ କେନକ୍ସନ ରହିବା ନିତାନ୍ତ ଜରୁରୀ। ଇଣ୍ଟରନେଟ ନଥିବା କାରଣରୁ ଅନେକ ପ୍ରକାର ସମସ୍ଯାର ସମ୍ମୁଖୀନ ହୁଅନ୍ତି ୟୁଜର୍ସ। ଏବେ ଆପଣଙ୍କର ଏହି ସମସ୍ଯା ଦୂର ହେବାକୁ ଯାଉଛି। ହ୍ବାଟସଆପ ମଲ୍ଟି ଡିଭାଇସ ସପୋର୍ଟ ଫିଚର ଉପରେ କାମ କରୁଛି। ଏହା ଜରିଆରେ ଆପଣ ହ୍ବାଟସଆପ ଆକାଉଣ୍ଟକୁ ଅଧିକ ଡିଭାଇସରେ ୟୁଜ କରିପାରିବେ।

ହ୍ବାଟସଆପ୍ ୱେବ ଫିଚର ପାଇଁ କମ୍ପାନୀ ବିଟା ଟେଷ୍ଟିଂ ପ୍ରୋଗ୍ରାମରେ କାମ କରୁଛି। ଏହି ଟେଷ୍ଟିଂ ପ୍ରୋଗ୍ରାମ ଜଲଦି ବିଟା ଆପ ୟୁଜ କରୁଥିବା ଆଣ୍ଡ୍ରଏଡ ଏବଂ ଆଇଓଏସ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ। ଏଥିରେ ୟୁଜର୍ସ ଫୋନ ବିନା ଇଣ୍ଟରନେଟରେ ହ୍ବାଟସଆପ୍ କନେକ୍ଟ କରି ହ୍ବାଟସଆପ ୱେ ୟୁଜ କରିପାରିବେ।

whatsapp
picture courtesy: whatsapp.com

ହ୍ବାଟସଆପ୍ ଫିଚର ଉପରେ ନଜର ରଖୁଥିବା WABetainfo ଅନୁସାରେ ଗୋଟେ ଆକାଉଣ୍ଟକୁ ଚାରିଟି ଡେସ୍କଟପ ଡିଭାଇସ ସହିତ ଲିଙ୍କ କରାଯିବ। ଯଦି ଆପଣ କାହାକୁ ଚାଟ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ ହ୍ବାଟସଆପ୍ ୟୁଜର୍ସଙ୍କୁ ନିଜର ଆପ୍ ଅପଡେଟ୍ ରଖିବାକୁ ହେବ।

ଅପଡେଟଡ୍ ଆଡ ୟୁଜର୍ସଙ୍କୁ ଆପଣ ହ୍ବାଟସଆପ୍ କଲ ମଧ୍ୟ କରିପାରିବେ। ଏହି ସମୟରେ ହ୍ବାଟସଆପ୍ ୱେବ ବିଟା ପ୍ରୋଗ୍ରାମ ସମସ୍ତ ହ୍ବାଟସଆପ୍ ବିଟା ୟୁଜର୍ସଙ୍କ ପାଇଁ ଜାରି କରାଯିବ ନାହିଁ। ଏହି କାରଣରୁ ବିଟା ଭର୍ସନ ହେବା ସତ୍ତ୍ବେ ମଧ୍ୟ କେତେକ ୟୁଜର୍ସ ଏହି ଫିଚରକୁ ବ୍ଯବହାର କରିପାରିବେ ନାହିଁ। କିନ୍ତୁ ଆଗାମୀ ସମୟରେ ଏହାକୁ ସମସ୍ତ ୟୁଜର୍ସ ବ୍ଯବହାର କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.