Below header

ଜନ୍ମରୁ ସେ ଦିବ୍ୟାଙ୍ଗ, ହେଲେ ୟୁଟ୍ୟୁବ୍ ଦେଖି ଦେଖି ଆଜି ସେ ସଫଳ ମୋବାଇଲ୍ ମେକାନିକ

ଦୃଢ ମନୋବଳ ଏବଂ ଆଜିର ଜ୍ଞାନକୌଶଳକୁ ସଠିକ୍ ଉପଯୋଗ କରି ଆଜି ସେ ହୋଇପାରିଛନ୍ତି ରୋଜଗାରକ୍ଷମ ଯୁବକ । ନିଜ ମୋବାଇଲରେ ୟୁଟ୍ୟୁବ ଦେଖି ଆଜି ସେ ମେକାନିକ । ପରିବାରକୁ ଦିପଇସା ଦେବା ସହିତ ନିଜର ଖର୍ଚ୍ଚ ବି ତୁଲାଉଛନ୍ତି । ସେ ହେଉଛନ୍ତି ବେଗୁନିଆ ମାନଗୋବିନ୍ଦପୁର ଗାଁର ଦିବ୍ୟାଙ୍ଗ ମୋବାଇଲ ମେକାନିକ ସନ୍ତୋଷ ।

ବେଗୁନିଆ( କେନ୍ୟୁଜ) : ଭଗବାନଙ୍କ ସ୍ରୁଷ୍ଟି ବଡ ବିଚିତ୍ର । କାହାକୁ କେମିତି ଗଢିଥାନ୍ତି ସେକଥା ସେହିଁ ଜାଣନ୍ତି। ହେଲେ ଭଗବାନଙ୍କ ସ୍ରୁଷ୍ଟିକୁ ନିନ୍ଦା ନକରି ଯିଏ ନିଜ ଲକ୍ଷ ପଥରେ ଆଗେଇ ଚାଲେ ସେ ହିଁ ମଣିଷ ବୋଲାଏ । ଆମେ ଆଜି କଥା ହେବା ଏମତି ଜଣେ ଯୁବକଙ୍କ କଥା ଯିଏ ଜନ୍ମରୁ ଶାରୀରିକ ଅକ୍ଷମ ତା ସାଙ୍ଗକୁ ଗରିବି କରିଛି ତାଙ୍କୁ ଘାଇଲା । ହେଲେ ଦୃଢ ମନୋବଳ ଏବଂ ଆଜିର ଜ୍ଞାନକୌଶଳକୁ ସଠିକ୍ ଉପଯୋଗ କରି ଆଜି ସେ ହୋଇପାରିଛନ୍ତି ରୋଜଗାରକ୍ଷମ ଯୁବକ । ନିଜ ମୋବାଇଲରେ ୟୁଟ୍ୟୁବ ଦେଖି ଆଜି ସେ ମେକାନିକ । ପରିବାରକୁ ଦିପଇସା ଦେବା ସହିତ ନିଜର ଖର୍ଚ୍ଚ ବି ତୁଲାଉଛନ୍ତି । ସେ ହେଉଛନ୍ତି ବେଗୁନିଆ ମାନଗୋବିନ୍ଦପୁର ଗାଁର ଦିବ୍ୟାଙ୍ଗ ମୋବାଇଲ ମେକାନିକ ସନ୍ତୋଷ।

ଆଜିର ସମାଜରେ ସବୁଠାରୁ ବଡ ସ୍ଥାନ ଅଧିକାର କରିଛି ମୋବାଇଲ । ଆଉ ବିଶେଷକରି ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବୃଦ୍ଧ ସମସ୍ତଙ୍କ ହାତରେ ଏବେ ଦେଖିବାକୁ ମିଳୁଛି ସ୍ମାର୍ଟଫୋନ । ଆଉ ଏହି ସ୍ମାର୍ଟଫୋନରେ ୟୁ-ଟ୍ୟୁବର ଭୁମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ । ଏଥିରୁ କିଏ କେଉଁ ପ୍ରକାରରେ ଅର୍ଥ ଉପାର୍ଜନ କରୁଥିବା ବେଳେ ଆଉ କିଏ ଏହାକୁ ଅପବ୍ୟବହାର କରି ପଥଭ୍ରଷ୍ଟ ହେଉଛି ଯାହାକି ଏବେ ପ୍ରାୟ ଯୁବଗୋଷ୍ଠୀଙ୍କ କ୍ଷେତ୍ରରେ ଦେଖାଦେଉଛି । କିନ୍ତୁ ବେଗୁନିଆ ବ୍ଲକ ମାନଗୋବିନ୍ଦପୁର ଗ୍ରାମର ସନ୍ତୋଷ ନାୟକ ଏବେ ଏହି ମୋବାଇଲକୁ ସଠିକ ବ୍ୟବହାର କରି ୟୁଟ୍ୟୁବ ସାହାଯ୍ୟରେ ମୋବାଇଲ ମରାମତି ଶିକ୍ଷା ଗ୍ରହଣ କରି ଆଜି ସ୍ଥାନୀୟ ଅଞ୍ଚଳରେ ପାଲଟିଛନ୍ତି ଜଣେ ସଫଳ ମୋବାଇଲ କାରିଗର । ଯାହାକି ଚର୍ଚ୍ଚା ସହିତ ତାଙ୍କୁ ବେଶ୍ ପ୍ରଶଂସା ମଧ୍ୟ ମିଳୁଛି ।

santosh

ବେଗୁନିଆ ବ୍ଲକ ମାନଗୋବିନ୍ଦପୁର ଗାଁର ସନ୍ତୋଷ ନାୟକ ହେଉଛନ୍ତି ଜଣେ ଜନ୍ମରୁ ଦିବ୍ୟାଙ୍ଗ । ଜନ୍ମ ହେବା ପରେ ବାପାମାଆ ଦିବ୍ୟାଙ୍ଗ ସନ୍ତାନ ଦେଖି ଚିନ୍ତାରେ ପଡିଯାଇଥିଲେ । ସନ୍ତୋଷ ଭଲ ପାଠ ମଧ୍ୟ ପଢୁଥିଲେ ହେଲେ ଅଭାବି ଗରିବି ସାଜିଥିଲା ଦାଉ । ଅର୍ଥାଭାବ ହେତୁ ଦଶମ ପାଠ ପଢା ପରେ ପାଠରେ ଡୋରି ଲଗାଇବାକୁ ପଡିଲା ।ହେଲେ ତାଙ୍କର ଦୃଢ ମନୋବଳ ଆଜି ଦେଖାଇଛି ସଫଳତା । ଗୋଡ ଦୁଇଟି ସମ୍ପୂର୍ଣ୍ଣ ଅଚଳ ହେଲେ ପଡିଗଲେ ବି ଉଠିବାର ସାହସିକତା ପାଇଁ ସେ ଆଜି ନିଜ କାମ ନିଜେ କରିବା ସହିତ ସାଇକେଲ ଇତ୍ୟାଦି ଶିଖି ଆଜି ପାଇପାରିଛନ୍ତି ସଫଳତା ।ସରକାରୀ ସହାୟତା କହିଲେ ଏଯାଏଁ ମିଳିନି ଟ୍ରାଇ ସାଇକେଲ ଖଣ୍ଡିଏ ସହିତ ପରିବାରକୁ ମିଳିନି ଖଣ୍ଡିଏ ଘର ।

ଦିବ୍ୟାଙ୍ଗ ହେଲେ କେତେଯେ ସ୍ୱପ୍ନ କୁ ମାରିବାକୁ ପଡେ, ତାହାର କେହି କଳ୍ପନା ବି କାରପାରିବେ ନାହିଁ । ଆଉ ଏଭଳି ଲୋକଙ୍କ ପାଇଁ ସରକାର କେତେ କ’ଣ ଯୋଜନା ପ୍ରସ୍ତୁତ କରିଛନ୍ତି। ତେବେ ସନ୍ତୋଷଙ୍କ ଏପରି ଦୃଢ ମନୋବଳ ତାଙ୍କୁ ଆଗାମୀ ଦିନରେ ଆହୁରୀ ଆଗକୁ ନେଇପାରିବ ଏକଥାତ ସତ ହେଲେ ଏଥିପାଇଁ ପ୍ରଶାସନର ସହାୟତାର ନିହାତୀ ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.