ମୋଟିଭେସନାଲ୍ ସ୍ପିକର୍ ବିବେକ ବିନ୍ଦ୍ରାଙ୍କ ନାଁରେ ଅଭିଯୋଗ, ପତ୍ନୀଙ୍କୁ ମାରପିଟ୍‌ କରୁଥିବା ନେଇ ଥାନାରେ ଏତଲା

ମୋଟିଭେସନାଲ୍ ସ୍ପିକର୍ ବିବେକ ବିନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ ଆସିଛି । ସ୍ତ୍ରୀକୁ ମାର୍ ପିଟ୍ ସହ ନିର୍ଯାତନା ଦେଉଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି । ବିବେକଙ୍କ ଶଳା ଏହି ଅଭିଯୋଗ କରିଛନ୍ତି।

ଲୋକପ୍ରିୟ ମୋଟିଭେସନାଲ୍ ସ୍ପିକର୍ ବିବେକ ବିନ୍ଦ୍ରାଙ୍କ ବିରୋଧରେ ଅଭିଯୋଗ ଆସିଛି । ସ୍ତ୍ରୀକୁ ମାର୍ ପିଟ୍ ସହ ନିର୍ଯାତନା ଦେଉଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି । ବିବେକଙ୍କ ଶଳା ଏହି ଅଭିଯୋଗ କରିଛନ୍ତି। ନୋଏଡା ସେକ୍ଟର ୧୨୬ ପୋଲିସ ତାଙ୍କ ନାମରେ ଘରୋଇ ହିଂସା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ପୋଲିସ କହିବା ଅନୁସାରେ, ବିବେକଙ୍କ ସ୍ତ୍ରୀ ୟାନିକାଙ୍କ ଭାଇ ବୈଭବ କ୍ୱାତ୍ରା ଥାନାରେ ଏତଲା ଦେଇଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ବିବେକ ତାଙ୍କ ୯୪ଭଉଣୀଙ୍କୁ ନିର୍ଯାତନା ଦେଉଛନ୍ତି । ବିବେକ ଏବଂ ତାଙ୍କ ପରିବାର ନୋଏଡାର ସେକ୍ଟର ସୁପରନୋଭା ୱେଷ୍ଟ୍ ରେସିଡେନ୍ସିରେ ରୁହନ୍ତି । ଡିସେମ୍ବର ୭ ତାରିଖ ସକାଳେ ବିନ୍ଦ୍ରା ଏବଂ ତାଙ୍କ ମାଆଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ପତ୍ନୀ ୟାନିକା ବୁଝାସୁଝା କରିବାକୁ ଯାଇଥିଲେ । କିନ୍ତୁ ବିନ୍ଦ୍ରା ତାଙ୍କୁ ମାରପିଟ୍‌ କରିଥିଲେ ।

ଏଫଆଇଆରରେ କୁହାଯାଇଛି, ବିନ୍ଦ୍ର ୟାନିକାଙ୍କୁ ଏକ ରୁମ୍ ଭିତରକୁ ନେଇ ଚୁଟି ଟାଣି ବାଡେଇଥିଲେ । ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ବିନ୍ଦ୍ରା ଭାଙ୍ଗି ଦେଇଥିବା ଲେଖାଯାଇଛି । ବିନ୍ଦ୍ରା ପତ୍ନୀ ୟାନିକାଙ୍କୁ ଏତେ ଜୋରରେ ମାରିଛନ୍ତି ଯେ, ତାଙ୍କ କାନ ପରଦା ଫାଟିଯାଇଥିବା ଜଣାପଡିଛି । କେସ୍‌ ଦାୟର ହେବା ପରେ ପୋଲିସ ମାମଲାର ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ, ବିଜନେସ ପ୍ରାଇଭେଟ ଲିମିଟେଡ(BBPL) ର ସିଇଓ ତଥା ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମ ଲକ୍ଷ ଲକ୍ଷ ଫଲୋୟର୍ସ ରହିଛନ୍ତି । ନିକଟରେ ଲୋକପ୍ରିୟ ମୋଟିଭେସନାଲ ସ୍ପିକର୍ ତଥା ୟୁଟ୍ୟୁବର୍ ସନ୍ଦିପ ମାହେଶ୍ୱରୀ ତାଙ୍କ ବିରୋଧରେ ଜାଲିଆତି ଅଭିଯୋଗ ଆଣିଥିଲେ । କିନ୍ତୁ ବିନ୍ଦ୍ରା ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.