Below header

ଡ. ଇତିରାଣୀ ସାମନ୍ତଙ୍କୁ “ଶ୍ରେଷ୍ଠ ନାରୀଶକ୍ତି ସାହିତ୍ୟ ସମ୍ମାନ”, କୋଲକାତା ଓଡ଼ିଶା ୱେଲ୍ ଫେୟାର ସୋସାଇଟି କଲା ସମ୍ମାନିତ

ସୁସାହିତ୍ୟିକ ଡ.ଇତିରାଣୀ ସାମନ୍ତଙ୍କୁ "ଶ୍ରେଷ୍ଠ ନାରୀଶକ୍ତି ସାହିତ୍ୟ ସମ୍ମାନ" ପ୍ରଦାନ। କୋଲକାତାର ଓଡ଼ିଆ ସାଂସ୍କୃତିକ ସଂଗଠନ "ଓଡ଼ିଶା ୱେଲ୍ ଫେୟାର ସୋସାଇଟି" ପକ୍ଷରୁ ଲୋକପ୍ରିୟ କାଦମ୍ବିନୀ ପତ୍ରିକାର ସମ୍ପାଦିକା ଡ. ଇତିରାଣୀ ସାମନ୍ତଙ୍କୁ "ଶ୍ରେଷ୍ଠ ନାରୀ ଶକ୍ତି ସାହିତ୍ୟ ସମ୍ମାନ ୨୦୨୩" ପ୍ରଦାନ କରାଯାଇଛି।

କୋଲକାତା (କେନ୍ୟୁଜ): ସୁସାହିତ୍ୟିକ ଡ.ଇତିରାଣୀ ସାମନ୍ତଙ୍କୁ “ଶ୍ରେଷ୍ଠ ନାରୀଶକ୍ତି ସାହିତ୍ୟ ସମ୍ମାନ” ପ୍ରଦାନ। କୋଲକାତାର ଓଡ଼ିଆ ସାଂସ୍କୃତିକ ସଂଗଠନ “ଓଡ଼ିଶା ୱେଲ୍ ଫେୟାର ସୋସାଇଟି” ପକ୍ଷରୁ ଲୋକପ୍ରିୟ କାଦମ୍ବିନୀ ପତ୍ରିକାର ସମ୍ପାଦିକା ଡ. ଇତିରାଣୀ ସାମନ୍ତଙ୍କୁ “ଶ୍ରେଷ୍ଠ ନାରୀ ଶକ୍ତି ସାହିତ୍ୟ ସମ୍ମାନ ୨୦୨୩” ପ୍ରଦାନ କରାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଦୁର୍ଗା ପ୍ରସାଦ ତାରେଣିଆ ଆନୁଷ୍ଠାନିକ ଭାବେ ଏହି ସମ୍ମାନ ପ୍ରଦାନ କରିଥିଲେ। ନିରଞ୍ଜନ ରାଉତଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଆୟକର ବିଭାଗର ବରିଷ୍ଠ ଅଧିକାରୀ ସୁଶାନ୍ତ କୁମାର ପଣ୍ଡା,SRFTIର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ, ପ୍ରତିବେଶୀ ସାହିତ୍ୟ ପତ୍ରିକାର ସମ୍ପାଦକ ପୀତାମ୍ବର ବାରିକ, ଦାମୋଦର ଲେଙ୍କା, ନୀଳଚକ୍ର ସଭାପତି କୃତିବାସ ମହାପାତ୍ର, ସମ୍ପାଦକ ଶେଷ ଦେବ ସାମଲ, ନେହା ରାଉତ, ଡ.ବୀଣାପାଣି ଦେବତା, ସେତୁ ପତ୍ରିକା ସମ୍ପାଦକ ପ୍ରଶାନ୍ତ ନାଥ, ଜଗନାଥ ବସ୍ତି ଉନ୍ନୟନ ସମିତି ସମ୍ପାଦକ ଘନଶ୍ୟାମ ପାଢୀ, ଜିଏସଟି ବିଶେଷଜ୍ଞ ଦେବାଶିଷ ଦତ୍ତ ପ୍ରମୁଖ ସଭାରେ ବକ୍ତବ୍ୟ ରଖିଥିଲେ।

ପୂର୍ବତନ ଡିଜି ଶ୍ରୀ ତାରେଣିଆ କହିଥିଲେ ଯେ ମାନବବାଦୀ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ଇତି ସାମନ୍ତ ଙ୍କ ଅବଦାନ ସାହିତ୍ୟ ଜଗତ ପାଇଁ ସମ୍ପଦ ସୃଷ୍ଟି କରିଛି। ସମ୍ବର୍ଦ୍ଧନାର ଉତ୍ତରରେ ଡ.ଇତି ସାମନ୍ତ କହିଥିଲେ ପ୍ରବାସରେ ଓଡ଼ିଆ ଶିକ୍ଷା ସଂସ୍କୃତି ଓ ସାହିତ୍ୟ ବିକାଶର ବାସନା ଯେପରି ପରିପ୍ରକାଶ ପାଉଛି ତାହା କେବଳ ଅନୁଭବୀ ହିଁ ଜାଣି ପାରିବ। କୋଲକାତା ଆସି ଏକଥା ଦେଖିବା ପରେ ସେ ଅଭିଭୂତ ହୋଇଥିବା କହିଛନ୍ତି। ପ୍ରକୃତ ଅର୍ଥରେ ସାହିତ୍ୟ ମୋ ନିକଟରେ ସାଧନା। ଯାହାକୁ ଜୀବନ ର ବ୍ରତ ଭାବେ ଗ୍ରହଣ କରିଛିବୋଲି ଡ. ଇତି ସାମନ୍ତ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.