ମୃତ୍ୟୁ ତାରିଖ ଜଣାଇବ AI, ବୈଜ୍ଞାନିକମାନେ ପ୍ରସ୍ତୁତ କରୁଛନ୍ତି ଡେଥ କାଲକୁଲେଟର

AI ଟେକନିକ୍‌ ଏଭଳି କିଛି ଚମତ୍କାର ଦେଖାଇବାକୁ ଯାଉଛି, ଯାହା ଆପଣଙ୍କ ମୃତ୍ୟୁର ତାରିଖ କହିବ । AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଯାହା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ତାହା ବର୍ତ୍ତମାନ ଆପଣଙ୍କ ମୃତ୍ୟୁ ତାରିଖକୁ ଜଣାଇବ ।

ସମସ୍ତେ ଜାଣିଛନ୍ତି ମୃତ୍ୟୁ ଚିରନ୍ତନ ସତ୍ୟ । କିନ୍ତୁ ମୃତ୍ୟୁ କେତେବେଳେ ଯେ ଆସିବ ତାହା କାହାକୁ ବି ଜଣା ନଥାଏ । ଯଦି ଆପଣଙ୍କୁ ଆପଣଙ୍କ ମୃତ୍ୟୁର ସମୟ ବିଷୟରେ ପୂର୍ବରୁ ହିଁ କୁହାଯିବ ତେବେ ଆପଣ କଣ କରିବେ । ମୃତ୍ୟୁ ସମୟ ବିଷୟରେ ଜାଣିଲେ ଆପଣ ହୁଏତ ଚିନ୍ତାରେ ପଡ଼ିଯିବେ । କାରଣ ପ୍ରତ୍ୟେକ କ୍ଷଣରେ ଆପଣଙ୍କୁ ମୃତ୍ୟୁର ଭୟ ଘାରିବ । ତେବେ ମୃତ୍ୟୁର ତାରିଖ ବିଷୟରେ ଆପଣ କେମିତି ଜାଣିବେ ଭାବୁଛନ୍ତି କି । ଏଭଳି ପ୍ରଶ୍ନ ଆପଣଙ୍କ ମନରେ ଆସୁଥିଲେ ତାହା ଖୁବଶୀଘ୍ର ଦୂର ହେବ । କାରଣ ଏଭଳି ପ୍ରଶ୍ନକୁ ଦୂର କରିବା ପାଇଁ ବୈଜ୍ଞାନିକମାନେ ଆଣିଛନ୍ତି ଏକ ସ୍ୱତନ୍ତ୍ର ମଡେଲ ।

ତେବେ AI ଆପଣଙ୍କ ମୃତ୍ୟୁ ତାରିଖ ଜଣାଇବ । କଥାଟା ବିଶ୍ୱାସ ହେଉନି ବୋଧେ । କିନ୍ତୁ AI ଟେକନିକ୍‌ ଏଭଳି କିଛି ଚମତ୍କାର ଦେଖାଇବାକୁ ଯାଉଛି, ଯାହା ଆପଣଙ୍କ ମୃତ୍ୟୁର ତାରିଖ କହିବ । AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଯାହା ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ତାହା ବର୍ତ୍ତମାନ ଆପଣଙ୍କ ମୃତ୍ୟୁ ତାରିଖକୁ ଜଣାଇବ । AI ପାଇଁ ଅନେକ ଲୋକ ନିଜର ଚାକିରି ହରାଇଛନ୍ତି ଏବଂ ଆଗାମୀ ସମୟରେ ଏହା ଆହୁରି ବିପଜ୍ଜନକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଆପଣଙ୍କ ମୃତ୍ୟୁ ତାରିଖ ବିଷୟରେ ଭବିଷ୍ୟବାଣୀ କରିବ AI ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏତେ ଅଧିକ ଅଗ୍ରଗତି କରୁଛି ଯେ ଏହି ଟେକନିକ୍‌ ଦ୍ୱାରା ମଣିଷର ମୃତ୍ୟୁ ସମୟ ବିଷୟରେ କୁହାଯାଇ ପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ବୈଜ୍ଞାନିକମାନେ ଏଥିପାଇଁ ଏକ ଡେଥ କାଲକୁଲେଟର ପ୍ରସ୍ତୁତ କରୁଛନ୍ତି । କୌଣସି ବ୍ୟକ୍ତିଙ୍କର ମୃତ୍ୟୁ କେଉଁ ସମୟରେ ହେବ ତାହା ଜାଣିବା ପାଇଁ ଚାଟଜିପିଟି ଟେକନିକ୍‌ ର ବ୍ୟବହାର କରାଯିବ । ମୃତ୍ୟୁର ତାରିଖ ଜାଣିବା ପାଇଁ ଆଲଗୋରିଦିମ୍‌ ବ୍ୟବହାର କରାଯିବ । ଏହି ଆଲଗୋରିଦିମକୁ life2vec କୁହାଯାଏ । ଆପଣଙ୍କ ଆୟ, ଆପଣଙ୍କ ବ୍ୟବସାୟ, ଚାକିରି, ଠିକଣା ଏବଂ ଆପଣଙ୍କ ସ୍ୱାସ୍ଥ୍ୟକୁ ବ୍ୟବହାର କରି ଆପଣଙ୍କ ମୃତ୍ୟୁର ତାରିଖ ଜଣା ପଡ଼ିବ ।

ବୈଜ୍ଞାନିକମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମଡେଲ ପ୍ରେଡିକ୍ଟ ଡେଥ ଅଫ ପର୍ସନ ମଡେଲ ପ୍ରସ୍ତୁତ କରିଛନ୍ତି । ମଣିଷର ବ୍ୟକ୍ତିଗତ ସୂଚନା ନେଇ ଏହି ମଡେଲ ବ୍ୟକ୍ତିର ମୃତ୍ୟୁ ତାରିଖ ବିଷୟରେ ସଠିକ ସୂଚନା ଦେଇ ପାରିବ ବୋଲି ଦାବି କରାଯାଉଛି । AIର ମୃତ୍ୟୁ ତାରିଖ ୭୮ ପ୍ରତିଶତ ସଠିକ ପ୍ରମାଣିତ ହେବ ।

ମିଳିଥିବା ସୂଚନା ଅନୁସାରେ ଡେନମାର୍କ ଏବଂ ଆମେରିକାର ବୈଜ୍ଞାନିକମାନେ ଏହି ପ୍ରୋଜେକ୍ଟ ଉପରେ କାମ କରିଛନ୍ତି । ବୈଜ୍ଞାନିକମାନେ AI ମଡେଲ ପ୍ରସ୍ତୁତ କରିଛନ୍ତି, ଯାହାର ନାଁ ହେଉଛି life2vec । ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ମଡେଲର ବ୍ୟବହାର ୩୫ରୁ ୬୫ ବର୍ଷର ଲୋକଙ୍କ ଉପରେ କରାଯାଇ ପାରିବ ।

କହି ରଖିବାକୁ ଚାହିଁବୁ କି ଏହି ପ୍ରୋଜେକ୍ଟକୁ ଟେକ୍ନିକାଲ ୟୁନିଭର୍ସିଟି ଅଫ୍‌ ଡେନମାର୍କ ଆରମ୍ଭ କରିଥିଲା । ଏହି ମେସିନକୁ ଅତ୍ୟତ ବିପଜ୍ଜନକ କୁହାଯାଉଛି । ଖାସ୍‌ କରି ପ୍ରାଇଭେଟ୍‌ କମ୍ପାନୀମାନଙ୍କ ଠାରୁ ଏହି ମେସିନକୁ ଦୂରେଇ ରଖିବାର ଆବଶ୍ୟକତା ରହିଛି । ନଚେତ ସାଧାରଣ ଲୋକେ ବହୁତ ହଇରାଣ ହେବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.