ଭାରତୀୟ ଟିମକୁ ଝଟକା, ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜରୁ ବାଦ୍ ପଡ଼ିଲେ ସୂର୍ଯ୍ୟକୁମାର ଯାଦବ

ଭାରତ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ଥିବା ଟି-୨୦ ସିରିଜରୁ ସୂର୍ଯ୍ୟ କୁମାର ବାଦ୍ ପଡ଼ିଛନ୍ତି । ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ସିରିଜର ଶେଷ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଥିଲେ ।

ଭାରତୀୟ ଟିମ୍‌ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି । ଏଠାରେ ଟି-୨୦, ଦିନିକିଆ ସିରିଜ ପରେ ଟିମ୍‌ ଟେଷ୍ଟ ସିରିଜ ଖେଳିବ । ହେଲେ ଏହାପୂର୍ବରୁ ଟିମକୁ ଝଟକା ଲାଗିଛି । ଆଗାମୀ ଭାରତ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ଥିବା ଟି-୨୦ ସିରିଜରୁ ସୂର୍ଯ୍ୟ କୁମାର ବାଦ୍ ପଡ଼ିଛନ୍ତି । ତେବେ ଏଭଳି ସ୍ଥିତିରେ ଟିମ୍ ଇଣ୍ଡିଆର ଟି-୨୦ ଅଧିନାୟକ କିଏ ହେବ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି୨୦ ସିରିଜର ଶେଷ ମ୍ୟାଚରେ ଜୋହାନ୍ସବର୍ଗରେ ଖେଳାଯାଇଥିଲା । ଏହି ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଥିଲେ । ତେଣୁ ଆଗାମୀ ୭ ସପ୍ତାହ ପର୍ଯ୍ୟନ୍ତ ସୂର୍ଯ୍ୟକୁମାର ଯାଦବ ସବୁ ମ୍ୟାଚରୁ ବାଦ୍‌ ପଡିଛନ୍ତି ।

ତେବେ ଏବେ ଟି୨୦ ଟିମର ଅଧିନାୟକ କିଏ ହେବ ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ଜିତିଥିବା ବେଳେ ଏବଂ ସାଉଥ ଆଫ୍ରିକା ବିପକ୍ଷ ସିରିଜକୁ ୧-୧ରେ ବରାବର ରଖିଥିଲା ଟିମ୍‌ ।

ଆସନ୍ତା ଜାନୁଆରୀ ୧୧ରୁ ଭାରତ-ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆରମ୍ଭ ହେବ । ସେ ଅତିକମରେ ମାସେ ପର୍ଯ୍ୟନ୍ତ ଖେଳିପାରିବେ ନାହିଁ । ପ୍ରଥମ ମ୍ୟାଚ ଜାନୁଆରୀ ୧୧ରେ ଆଇଏସ ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚ ୧୪ ଜାନୁଆରୀ ଏବଂ ୧୭ ଜାନୁଆରୀରେ ଶେଷ ମ୍ୟାଚ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.