ରାଉରକେଲାରେ ନିୟନ୍ତ୍ରଣକୁ ଆସୁଛି ହଇଜା ସ୍ଥିତି, ସୂଚନା ଦେଲେ ମହାନଗର କମିଶନ

ନିୟନ୍ତ୍ରଣକୁ ଆସୁଛି ହଇଜା ସ୍ଥିତି । ଖୁବ୍ ଶୀଘ୍ର ରାଉରକେଲାରେ ସ୍ବାଭାବିକ ଅବସ୍ଥାକୁ ଫେରିବ। ସହରର ବିଭିନ୍ନ ହସପିଟାଲରେ ୫୩ ଆକ୍ରାନ୍ତ ଚିକିତ୍ସାଧିନ । ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରି ଫେରିଛନ୍ତି RMRC ଟିମ୍ । ୧୫ଶହ ସାମ୍ପୁଲ ସଂଗ୍ରହ କରାଯାଇଛି ।

ରାଉରକେଲା (କେନ୍ୟୁଜ): ନିୟନ୍ତ୍ରଣକୁ ଆସୁଛି ହଇଜା ସ୍ଥିତି । ଖୁବ୍ ଶୀଘ୍ର ରାଉରକେଲାରେ ସ୍ବାଭାବିକ ଅବସ୍ଥାକୁ ଫେରିବ। ସହରର ବିଭିନ୍ନ ହସପିଟାଲରେ ୫୩ ଆକ୍ରାନ୍ତ ଚିକିତ୍ସାଧିନ । ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରି ଫେରିଛନ୍ତି RMRC ଟିମ୍ । ୧୫ଶହ ସାମ୍ପୁଲ ସଂଗ୍ରହ କରାଯାଇଛି । ଦିନେ ଦୁଇ ଦିନ ମଧ୍ୟରେ ସ୍ବାଭାବିକ ଅବସ୍ଥାକୁ ଫେରିବ ବୋଲି ରାଉରକେଲା ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ପାୱାର ହାଉସ ଅଂଚଳର ୪୨ବର୍ଷିୟ ପଙ୍କଜ ମଣ୍ଡଳଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଝାଡାବାନ୍ତି ହେବାରୁ ପଙ୍କଜଙ୍କୁ ବୁଧବାର ଦିନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଗତ କାଲି ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରାୟ ସପ୍ତାହେ ହେଲା ରାଉରକେଲାରେ ଡରାଉଛି ଝାଡାବାନ୍ତି । ଏଥିରେ ଶହ ଶହ ଲୋକ ଆକ୍ରାନ୍ତ ହେବା ସହ ସଂକ୍ରମିତଙ୍କ ଜୀବନ ଯିବା ପରେ ସହରବାସୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ସ୍ଥିତିରେ ସୁଧାର ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.