ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ମାତ୍ର ୮୪ ସେକେଣ୍ଡ ଶୁଭ ମୁହୂର୍ତ୍ତ, କାଶୀ ପଣ୍ଡିତ ଚୟନ କଲେ ସମୟ

ଅଯୋଧ୍ୟା ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡ ବେଶ ଶୁଭ ମୁହୂର୍ତ୍ତ । ଏହି ଶୁଭ ମୁହୂର୍ତ୍ତ ଜାନୁଆରୀ ୨୨ ତାରିଖ ଦିନ ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ରହିଛି । କାଶୀର ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡ ଯେଉଁ ମୁହୂର୍ତ୍ତ ଚୟନ କରିଛନ୍ତି ।

ଆସନ୍ତା ଜାନୁଆରୀ ୨୨ରେ ଅଯୋଧ୍ୟା ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବ । ପ୍ରଧାନମନ୍ତ୍ରୀ ମୋଦି ଏହାର ଉଦ୍‌ଘାଟନ କରିବେ । ଆଉ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ ସେକେଣ୍ଡ ବେଶ ଶୁଭ ମୁହୂର୍ତ୍ତ । ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସମଗ୍ର ଦେଶର ବିଦ୍ୱାନ ଏବଂ ଜ୍ୟୋତିଷାଚାର୍ଯ୍ୟଙ୍କ ସହିତ ପ୍ରାଣ ପ୍ରତିଷ୍ଠା ସମୟ ନିର୍ଦ୍ଧାରିତ କରିବା ପାଇଁ କହିଥିଲେ ।

ତେବେ କାଶୀର ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ ଗଣେଶ୍ୱର ଶାସ୍ତ୍ରୀ ଦ୍ରାବିଡ ଯେଉଁ ମୁହୂର୍ତ୍ତ ଚୟନ କରିଛନ୍ତି, ତାହାକୁ ସଠିକ୍‌ ମାନି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ । ଏହି ଶୁଭ ମୁହୂର୍ତ୍ତ ଜାନୁଆରୀ ୨୨ ତାରିଖ ଦିନ ୧୨ଟା ୨୯ ମିନିଟ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ରହିଛି ।

ପୂର୍ବରୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ରାମଲାଲାଙ୍କ ସ୍ଥାପନା ପାଇଁ ଅନେକ ତାରିଖ ବିକଳ୍ପ ଭାବେ ଧାର୍ଯ୍ୟ କରିଥିଲା । ଏଥିରେ ୧୭ ଜାନୁଆ, ୨୫ ଜାନୁଆରୀ ସହିତ ଅନ୍ୟ ୫ଟି ତାରିଖ ଥିଲା । କିନ୍ତୁ ୨୨ ଜାନୁଆରୀକୁ ଶୁଭ ମୁହୂର୍ତ୍ତ ବୋଲି ଧରାଯାଇଛି । ଏହି ତାରିଖରେ ଶୁଭ ମୁହୂର୍ତ୍ତ ଅନେକ ବାଣ ଦୋଷରୁ ମୁକ୍ତ । ଯେପରିକି ଅଗ୍ନିବାଣ, ମୃତ୍ୟୁବାଣ, ଚୋରବାଣ, ନୃପବାଣ ଏବଂ ରୋଗବାଣ ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସମାରୋହ ୧୬ ଜାନୁଆରୀରୁ ଆରମ୍ଭ ହେବ । ଏହାକୁ ପ୍ରଧାନମନ୍ତ୍ରୀ ମୋଦି ଉଦ୍‌ଘାଟନ କରିବେ । ଏହି ଅବସରରେ ବିଶ୍ୱର ୮୦ଟି ରାଷ୍ଟ୍ରର ମୁଖ୍ୟଙ୍କୁ ନିମନ୍ତ୍ରଣ ପତ୍ର ପଠାଯିବ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏନେଇ ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଛି ।

ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରାଣ ପ୍ରତିଷ୍ଠା ପାଇଁ କେବଳ ଦେଶର ନୁହେଁ ବିଦେଶୀ ଅତିଥିଙ୍କର ଏକ ଲିଷ୍ଟ ପ୍ରସ୍ତୁତ କରାଯାଇଛି । ଟ୍ରଷ୍ଟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସୂଚୀରେ ଦେଶ ସମେତ ବିଶ୍ୱର ୮୦ଟି ଦେଶର ରାଷ୍ଟ୍ରାଧ୍ୟକ୍ଷଙ୍କ ନାମ ସାମିଲ କରାଯାଇଛି । ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମନ୍ଦିର ତୀର୍ଥକ୍ଷେତ୍ରରୁ ସମସ୍ତ ଧର୍ମାଚାର୍ଯ୍ୟ ସାମିଲ ହେବେ । ୨୫ ହଜାର ସନ୍ଥ ୧୦ହଜାରରୁ ଅଧିକ ଅତିଥି ଉପସ୍ଥିତ ରହିବ ।
ରାମ ଜନ୍ମଭୂମି ସୁରକ୍ଷାରେ ଏସଏସଏଫର ୨୮୦ ଯବାନ ନିୟୋଜିତ ରହିବେ । ଅଯୋଧ୍ୟା ବ୍ୟତୀତ କାଶୀ ଏବଂ ମଥୁରା ମନ୍ଦିରର ସୁରକ୍ଷା ଦାୟିତ୍ୱ ମଧ୍ୟ ଏସଏସଏଫ ଷ୍ଟାଫଙ୍କୁ ଦିଆଯାଇଛି । ଏସଏସଏଫର ଗଠନ ୟୁପି ସରକାର ପକ୍ଷରୁ ବିଶେଷ ସୁରକ୍ଷା ପାଇଁ କରାଯାଇଥିଲା । ରାମ ଜନ୍ମଭୂମି ପରିସରରେ ସୁରକ୍ଷା ପାଇଁ ପିଏସ୍‌ର ୧୨ କମ୍ପାନୀ ରହିଛି । ରାମଲାଲଙ୍କ ସୁରକ୍ଷା ଭିତରେ ସବୁଠାରୁ ଭିତର ଭାଗରେ ସିଆରପିଏଫ ଯବାନ ରହିଛନ୍ତି । ସିଆରପିଏଫର ୬ ବାଟାଲିୟନ ନିୟୋଜିତ ରହିଛନ୍ତି । ଯେଉଁଥିରେ ଗୋଟିଏ ମହିଳା ବାଟାଲିୟନ ମଧ୍ୟ ରହିଛି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.