ଫେରିଲା କରୋନା, ରାଜ୍ୟରେ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ

ରାଜ୍ୟରେ କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସ୍କ ପିନ୍ଧିବାକୁ ପ୍ରସ୍ତାବ ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବହୁବିଧ ରୋଗରେ ପୀଡ଼ିତ ବୟସ୍କ ମାନେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟକୁ ଫେରିଲା କରୋନା । ଓଡିଶାରୁ ଜଣେ କୋଭିଡ ପଜିଟିଭ ଚିହ୍ନଟ । ଗତ ୨୪ ଘଣ୍ଟାରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ମାସ୍କ ପିନ୍ଧିବାକୁ ପ୍ରସ୍ତାବ ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ବହୁବିଧ ରୋଗରେ ପୀଡ଼ିତ ବୟସ୍କ ମାନେ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଜନଗହଳି ସ୍ଥାନକୁ ଯିବା ବେଳେ ମଧ୍ୟ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି।

ଡିସେମ୍ବର ୩ ତାରିଖରେ ରାଜ୍ୟରେ ଶେଷ ଥର ପାଇଁ ପଜିଟିଭ ଚିହ୍ନଟ ହୋଇଥିଲେ । କୋଭିଡର ନୂଆ ଭାରିଆଣ୍ଟ JN.1ର ସଂକ୍ରମଣ ବଢ଼ିବା ପରେ ରାଜ୍ୟରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.