ଛିଡା ହୋଇ ମୋମୋ ଖାଇବା ସମୟରେ କାନ୍ଧରେ ବାଜିଗଲା କାନ୍ଧ, ତାପରେ ଯାହା ହେଲା କେବେ କଳ୍ପନା କରିନଥିବେ

ଦିଲ୍ଲୀର ଦ୍ୱାରକା ଅଞ୍ଚଳ ନିକଟ ଦାବ୍ରି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଛରତିଥରା ଘଟଣା । ଜଣେ ୧୭ ବର୍ଷୀୟ ନାବାଳର ବିଭତ୍ସ କାଣ୍ଡ ଏବେ ସମସ୍ତଙ୍କୁ ଚକିତ କରିଛି । ଏହି ୧୭ ବର୍ଷୀୟ ନାବାଳକ ଜଣକ, ଆଉ ଜଣେ ନାବାଳକଙ୍କୁ ଛୁରି ମାରି ହତ୍ୟା କରିଥିବା ଘଟଣା ଏବେ ହଇଚଇ ଖେଳାଇ ଦେଇଛି ସମଗ୍ର ଅଞ୍ଚଳରେ ।

ନୂଆଦିଲ୍ଲୀ: କଣ ହେଲାଣି ଏ ସମାଜ । ଛୋଟ ଛୋଟ କଥାରେ ଏଠି ମଣିଷ ମଣିଷର ଜୀବନ ନେବାକୁ ବି ପଛଘୁଞ୍ଚା ଦେଉନାହିଁ । ଖାସ୍ କରି ଯୁବପୀଢିଙ୍କ କଥା ତ ନକହିବା ଭଲ । ଏକ ପ୍ରକାରର କହିବାକୁ ଗଲେ ବୁଦ୍ଧି ଭ୍ରଷ୍ଟ ହେଲାଣି ଏମାନଙ୍କର । ଠିକ୍ ଭୁଲ୍, ଭଲ ମନ୍ଦ ବୁଝିବାକୁ ଏମାନଙ୍କ ପାଖରେ ସମୟ ନାହିଁ। ସାଙ୍ଗେ ସାଙ୍ଗ ଆକ୍ସନ ଆଉ ତାର ରିଆକ୍ସନ । ଠିକ୍ ଏମିତି ଏକ ଅପ୍ରିତିକର ଘଟଣା ସାମ୍ନାକୁ ଆସିଛି।

ଦିଲ୍ଲୀର ଦ୍ୱାରକା ଅଞ୍ଚଳ ନିକଟ ଦାବ୍ରି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଛରତିଥରା ଘଟଣା । ଜଣେ ୧୭ ବର୍ଷୀୟ ନାବାଳର ବିଭତ୍ସ କାଣ୍ଡ ଏବେ ସମସ୍ତଙ୍କୁ ଚକିତ କରିଛି । ଏହି ୧୭ ବର୍ଷୀୟ ନାବାଳକ ଜଣକ, ଆଉ ଜଣେ ନାବାଳକଙ୍କୁ ଛୁରି ମାରି ହତ୍ୟା କରିଥିବା ଘଟଣା ଏବେ ହଇଚଇ ଖେଳାଇ ଦେଇଛି ସମଗ୍ର ଅଞ୍ଚଳରେ । ତେବେ ହତ୍ୟା ପଛର କାରଣ ଶୁଣିଲେ ଆପଣ ବି କିଛି ସମସ୍ତ ସ୍ତବ୍ଧ ହୋଇ ରହିଯିବେ ।

ପୋଲିସ୍ ଅଧିକାରୀଙ୍କ ଠାରୁ ମଳିଥିବା ସୂଚନା ମୁତାବକ, ଏହି ଘଟଣା ଗତ ଶୁକ୍ରବାର ଦିନ ଘଟିଥିଲା । ୧୭ ବର୍ଷୀୟ ନାବାଳକ ଜଣକ ରୋହତାଶ ନଗର ଅଞ୍ଚଳରେ ଏକ ମୋମୋ ଦୋକାନରେ ଛିଡା ହୋଇ ଖାଇବା ସମୟରେ ତା କାନ୍ଧରେ ଅନ୍ୟ ଜଣେ ନାବାଳକର କାନ୍ଧ ଭୁଲ୍ ବଶତଃ ବାଜିଗଲା । ଯାହାପରେ ଆରମ୍ଭ ହୋଇଥିଲା ମହାଭାରତ।  ଉକ୍ତ ନାବାଳକ ସହ ପ୍ରଥମେ ଯୁକ୍ତି କରିଥିଲା ଅଭିଯୁକ୍ତ ଏବଂ ପରେ ତାକୁ ଛୁରି ଭୁସି ହତ୍ୟା କରିଥିଲା।

momo

ଏହି ଘଟଣା ପରେ ଉପସ୍ଥିତ ଲୋକେ ତୁରନ୍ତ ପୋଲିସ୍ କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଁଚି ଗୁରୁତର ଅବସ୍ଥାରେ ନାବାଳକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ମିଳିଥିବା ତଦନ୍ତର ରିପୋର୍ଟ ଅନୁଯାୟୀ ଏବଂ ମୃତ ନାବାଳକର ଜଣେ ବନ୍ଧୁଙ୍କୁ ପଚାରିବା ସମୟରେ ଜଣାପଡିଥିଲା ଯେ, ଅଭିଯୁକ୍ତ ନିଜେ ଜଣେ ନାବାଳକ। ତେବେ ଏହି ଘଟଣାରେ ଅଭିଯୁକ୍ତକୁ ଯଥା ଶୀଘ୍ର ଧରାଯିବ ବୋଲି ପୋଲିସ୍ କହିଛି । ଏହି ଘଟଣାର ସିସିଟିଭି ଫୁଟେଜ୍ ବି ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଜଣେ ନାବାଳକ ଅନ୍ୟ ନାବାଳକକୁ ଛୁରୀ ଭୁସି ହତ୍ୟା କରୁଛି । ତେବେ ଅଭିଯୁକ୍ତ ବିରୋଧରେ ଏକ ହତ୍ୟା ମାମଲା ରୁଜ୍ଜୁ କରାଯାଥିବା ସହିତ ଖୁବ୍ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ତଦନ୍ତକାରୀ ଟିମ୍ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.