ମା’ ସୁନାଦେଇଙ୍କ ନାଁ ଶୁଣିଲେ ଭକ୍ତର ମୁଣ୍ଡ ଆପେ ଆପେ ନଇଁ ଯାଏ, ଜାଣନ୍ତୁ କେଉଁଠାରେ ଅବସ୍ଥିତ ଏହି ମନ୍ଦିର

ମା’ ସୁନାଦେଇ କେଉଁ ଆବାହମାନ କାଳରୁ ଏଠାରେ ଥିବା ଏକ ଜଙ୍ଗଲର ଗଛ ମୂଳେ ବାସ କରୁଥିଲେ । ଅନେକ ବର୍ଷ ପୂର୍ବେ ସ୍ଥାନୀୟ ଅଞ୍ଚଳର ପୂର୍ବ ପୁରୁଷ ମାନେ ମା’ ସୁନାଦେଇଙ୍କୁ ପାଇଥିଲେ । ଆଉ ତାଙ୍କୁ ଆଣି ଏଠାରେ ସ୍ଥାପନ କରିଥିଲେ ।

କାହିଁ କେଉଁ କାଳରୁ କୋଠା ବାଡ଼ି ପରିପୂର୍ଣ୍ଣ ଅଞ୍ଚଳରେ ମନ୍ଦିର ଟିଏ ମୁଣ୍ଡ ଟେକି ରହିଛି । ମନ୍ଦିର ଟି ଭାରି ସୁନ୍ଦର ଭାବେ ସଜା ହୋଇଛି । ମୁଖ୍ୟ ଦ୍ୱାରରେ ମା’ଙ୍କ ମୂର୍ତ୍ତି । ଗୋଟିଏ ପାଖରେ ମା’ କନକ ଦୁର୍ଗା ଅନ୍ୟ ପାଖରେ ଦେବାଧିଦେବ ମହାଦେବ ଶିବ ଶଙ୍କର । ଆଉ ମଝିରେ ରାମ ଲକ୍ଷ୍ମଣ ସୀତାଙ୍କ ବିଗ୍ରହ ରହିଛି । ଆସନ୍ତୁ ଜାଣିବା ଏହି ମନ୍ଦିରର ବିଶେଷତ୍ତ୍ୱ କଣ ରହିଛି ।

ଏହି ମନ୍ଦିର ବିଷୟରେ ଆପଣ ମାନଙ୍କ ପାଖରେ ଯେଉଁ ତଥ୍ୟ ଜଣାଇବୁ ତାହା ଆସ୍ଥା ଆଉ ବିଶ୍ୱାସର କଥା । କୌଣସି ଅନ୍ଧ ବିଶ୍ୱାସର ପ୍ରସାରଣ କରିବା ଆମର ଉଦ୍ଦେଶ୍ୟ ନୁହେଁ । ଆଜି ସବୁ ସ୍ଥାନରେ ସହର କୋଠା ବାଡ଼ି ଗଢି ଉଠିଛି । କିନ୍ତୁ କିଛି ବର୍ଷ ପୂର୍ବକୁ ଫେରି ଗଲେ ପ୍ରତ୍ୟେକ ସ୍ଥାନ କିଭଳି ଥିଲା ତାହା ଆପଣ ମାନେ ଜାଣି ପାରିବେ । ବର୍ତ୍ତମାନ ଗାଁ ବି ଧୀରେ ଧୀରେ ସହର ହେବାକୁ ଲାଗିଲାଣି । ଯେଉଁ ଦେବାଦେବୀଙ୍କୁ ଯିଏ ପୂଜା କରନ୍ତି ସେମାନେ ତାଙ୍କ ଇଷ୍ଟ ଦେବାଦେବୀଙ୍କ ମନ୍ଦିର ଗଢ଼ି ପୂଜା କରୁଛନ୍ତି ।

ତେବେ ଆଜି ଆମେ ନୟାପଲ୍ଲୀ ଶବର ସାହି ମା’ ସୁନା ଦେଇଙ୍କ ମନ୍ଦିର ବିଷୟରେ ଜଣାଇବାକୁ ଯାଉଛୁ । ନୟାପଲ୍ଲୀ ଅଞ୍ଚଳ ବାସିନ୍ଦାଙ୍କ କହିବା ଅନୁସାରେ ମାଆ ସୁନାଦେଇ ଠାକୁରାଣୀ ଭାରି ପ୍ରତ୍ୟକ୍ଷ । ମା’ ଭକ୍ତର ଡାକ ଶୁଣନ୍ତି ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି । ମା’ ସୁନାଦେଇ କେଉଁ ଆବାହମାନ କାଳରୁ ଏଠାରେ ଥିବା ଏକ ଜଙ୍ଗଲର ଗଛ ମୂଳେ ବାସ କରୁଥିଲେ । ଅନେକ ବର୍ଷ ପୂର୍ବେ ସ୍ଥାନୀୟ ଅଞ୍ଚଳର ପୂର୍ବ ପୁରୁଷ ମାନେ ମା’ ସୁନାଦେଇଙ୍କୁ ପାଇଥିଲେ । ଆଉ ତାଙ୍କୁ ଆଣି ଏଠାରେ ସ୍ଥାପନ କରିଥିଲେ । ସେହି ଦିନ ଠାରୁ ମାଆ ଗଛ ମୂଳେ ରହି ପୂଜା ପାଇଲେ । ଧୀରେ ଧିରେ ମନ୍ଦିର ହେଲା । ମାଆଙ୍କ ମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଲା । ଭକ୍ତ କି ଶ୍ରଦ୍ଧାଳୁଙ୍କର ଯଦି କୌଣସି ଅସୁବିଧା ହୁଏ କିମ୍ବା ରୋଗ ହୁଏ ମା’ ପ୍ରତ୍ୟକ୍ଷ ଭାବରେ ରୋଗ ଭଲ କରିବାର ଆସ୍ଥା ଓ ବିଶ୍ୱାସ ରହିଛି । ମା’ ସୁନାଦେଇ ରାତି ହେଲେ ସହରରେ ବୁଲନ୍ତି ବୋଲି ଲୋକେ କୁହନ୍ତି ।

ମାଆ ସୁନା ଦେଇଙ୍କୁ ନୟାପଲ୍ଲୀ ଶବର ସାହିର ବାସିନ୍ଦା ଗ୍ରାମ ଦେବତୀ ଭାବରେ ମଧ୍ୟ ପୂଜା କରନ୍ତି । ବିପଦ ଆପଦରେ ଡାକିଲେ ମା’ ଶୁଣନ୍ତି । କିଏ କେବେ ଅସୁବିଧାରେ ପଡ଼ି ମା’ଙ୍କୁ ଡାକିଲେ ମା’ ତୁରନ୍ତ ଉଦ୍ଧାର କରନ୍ତି ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି । ତେବେ ମା’ ସୁନାଦେଇଙ୍କ ନାଁ ଶୁଣିଲେ ସମସ୍ତଙ୍କ ମୁଣ୍ଡ ଆପେ ଆପେ ନଇଁ ଯାଏ । ଯିଏ ଯାହା ମନସ୍କାମନା କରନ୍ତି ସବୁ ପୂର୍ଣ୍ଣ ହୁଏ ବୋଲି ପୂଜକ କୁହନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.