Below header

ଅନ୍ତିମ ସଂସ୍କାର ସମୟରେ କାହିଁକି ଚିତାର ପରିକ୍ରମା କରନ୍ତି ପରିଜନ ? ଜାଣନ୍ତୁ ଜରୁରୀ ନିୟମ

ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଯେ ଶରୀର ଶେଷ ହେବା ପରେ ଆତ୍ମା ଏକ ନୂଆ ଶରୀର ଧାରଣ କରିଥାଏ । ଜୀବନ ଓ ମୃତ୍ୟୁର ଚକ୍ର ସେତେବେଳେ ଯାଏଁ ଚାଲିଥାଏ ଯେପର୍ଯ୍ୟନ୍ତ ଆତ୍ମା ଈଶ୍ବରଙ୍କ ପାଦରେ ବିଲୀନ ହୋଇନଥାଏ । ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ ଏବଂ ତାର ଆତ୍ମା ଶରୀର ଛାଡିଦିଏ, ସେହି ଶରୀର ସହ ଆତ୍ମାର ମୋହ ଶୀଘ୍ର ଶେଷ ହୁଏ ନାହିଁ ।

ଆପଣମାନେ ନିଶ୍ଚିତ ଭାବେ ଜାଣି ଥିବେ ଯେ ଅନ୍ତିମ ସଂସ୍କାର ସମୟରେ ଚିତ୍ତା ପରିକ୍ରମା କରାଯାଏ । ଏବଂ ସମସ୍ତ କାର୍ଯ୍ୟ ସରିବା ପରେ ପଛକୁ ନଚାହିଁ ସିଧା ଘରକୁ ଲୋକମାନେ ଆସିଥାନ୍ତି । କିନ୍ତୁ ଆପଣମାନେ କେବେ ଭାବିଛନ୍ତି କି ଅନ୍ତିମ ସଂସ୍କାର ସମୟରେ ଲୋକମାନେ କାହିଁକି ଚିତାର ପରିକ୍ରମା କରନ୍ତି । ପରିଜନ ମାନେ ଅନ୍ତିମ ସଂସ୍କାର କାର୍ଯ୍ୟ ପରେ ସିଧା ଘରକୁ ଆସିଥାନ୍ତି ଏବଂ ପଛକୁ ବୁଲି ଚାହାନ୍ତି ନାହିଁ । ଯଦି ଏ ସମସ୍ତ କଥା ଆପଣମାନେ ଜାଣି ନାହାନ୍ତି ତେବେ ଆମେ ଆପଣଙ୍କୁ ଏ ବିଷୟରେ ଜଣାଇବୁ । ମୃତ୍ୟୁ ଜୀବନର ଚିରନ୍ତନ ସତ୍ୟ । ଏହାକୁ କେହି ଏଡ଼ାଇ ପାରିବେ ନାହିଁ ।

ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଯେ ଶରୀର ଶେଷ ହେବା ପରେ ଆତ୍ମା ଏକ ନୂଆ ଶରୀର ଧାରଣ କରିଥାଏ । ଜୀବନ ଓ ମୃତ୍ୟୁର ଚକ୍ର ସେତେବେଳେ ଯାଏଁ ଚାଲିଥାଏ ଯେପର୍ଯ୍ୟନ୍ତ ଆତ୍ମା ଈଶ୍ବରଙ୍କ ପାଦରେ ବିଲୀନ ହୋଇନଥାଏ । ଯେତେବେଳେ ଜଣେ ବ୍ୟକ୍ତି ମରିଯାଏ ଏବଂ ତାର ଆତ୍ମା ଶରୀର ଛାଡିଦିଏ, ସେହି ଶରୀର ସହ ଆତ୍ମାର ମୋହ ଶୀଘ୍ର ଶେଷ ହୁଏ ନାହିଁ । ଏପରି ପରିସ୍ଥିତିରେ ଆତ୍ମାର ମୋହକୁ ଶେଷ କରିବା ପାଇଁ ଶେଷ ରୀତିନୀତି କରିବା ସମୟରେ କିଛି ନିୟମ ପାଳନ କରାଯାଏ । ଯେଉଁ ନିୟମ ବିଷୟରେ ଗରୁଡ ପୁରାଣରେ ମଧ୍ୟ ଉଲ୍ଲେଖ କରାଯାଇଛି ।

ଗରୁଡ ପୁରାଣ ଅନୁଯାୟୀ, ଶେଷ ରୀତିନୀତି ପରେ ମଧ୍ୟ ଆତ୍ମା ଶେଷ ହୁଏ ନାହିଁ। ସେଥିପାଇଁ ସେ ଗୋଟିଏ ଶରୀରରେ କିମ୍ବା ଅନ୍ୟ ଶରୀରରେ ପ୍ରବେଶ କରିବାକୁ ଯଥାସମ୍ଭବ ଚେଷ୍ଟା କରିଥାଏ । ଏଥିପାଇଁ ମଣିଷ ଶରୀରକୁ ଜାଳି ଆତ୍ମାକୁ ନଷ୍ଟ କରାଯାଇ ଥାଏ । ତେଣୁ ଚିତାର ପରିକ୍ରମା କରିବା ପରେ ଘରକୁ ଯିବା ସମୟରେ ପଛକୁ ବୁଲି ଚାହିଁବା ଉଚିତ ନୁହେଁ । ଏହା ଦ୍ୱାରା ଆତ୍ମା ଜାଣି ପାରିବ ଯେ ତାର ପ୍ରିୟଜନମାନେ ତା’ ସହ ମୋହ ଭାଙ୍ଗି ଦେଇଛନ୍ତି । ଏବଂ ଆତ୍ମା ସମସ୍ତ ମୋହ ଭାଙ୍ଗି ଦୁନିଆ ଛାଡ଼ି ଦେବ ।

ଅନ୍ତିମ ସଂସ୍କାର କରିବା ପରେ, ଘରେ ପ୍ରବେଶ କରିବା ପୂର୍ବରୁ ନିମ ଡାଳକୁ ଦାନ୍ତରେ ଚୋବାଇ ଭାଙ୍ଗିବା ଉଚିତ ପରେ ହାତ ଏବଂ ପାଦକୁ ପାଣିରେ ଧୋଇବା ଉଚିତ୍ । ଏହା ପରେ ଲୁହା, ପାଣି, ଅଗ୍ନି ଏବଂ ପଥର ଛୁଇଁବା ପରେ ଘରେ ପ୍ରବେଶ କରିବା ଉଚିତ୍ । ପରିବାର ମୃତକଙ୍କ ପାଇଁ ୧୧ ଦିନ ପର୍ଯର୍୍ୟନ୍ତ ସନ୍ଧ୍ୟା ସମୟରେ ଘର ବାହାରେ ଏକ ଦୀପ ଦାନ କରିବା ଜରୁରୀ । ଏହା ଦ୍ୱାରା ମୃତ ବ୍ୟକ୍ତିଙ୍କ ଆତ୍ମା ମୋକ୍ଷ ପାଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.