Below header

ବିନା ଟିକେଟ୍‌ ଯାତ୍ରା କରୁଥିବା ଦମ୍ପତିଙ୍କୁ ୨୨ ହଜାର ଫାଇନ୍‌ କାଟିଲେ ଟିଟିଇ, କିନ୍ତୁ ପରେ ଗଣିଲେ ୪୦ ହଜାର

ବୃଦ୍ଧ ଦମ୍ପତି ଟ୍ରେନରେ ଯାତ୍ରା କରୁଥିଲେ । ତାଙ୍କ ପାଖରେ କନଫର୍ମ ଟିକେଟ ବି ଥିଲା । କିନ୍ତୁ ଟିଟିଇ ତାଙ୍କୁ ବତାଇଲେ ଏ ଟିକେଟ ଭୁଲ ଅଛି । ଯାହାପରେ ଟ୍ରେନରେ ଯାତ୍ରା କରୁଥିବା ଏହି ବୃଦ୍ଧ ଦମ୍ପତି ଚମକି ଉଠିଥଲେ । ଟିଟିଇ ତାଙ୍କ ଉପରେ ବିନା ଟିକେଟରେ ଯାତ୍ରା କରିବା କାରଣରୁ ଜରିମାନା ଲଗାଇଲେ । କିନ୍ତୁ ଟିଟିଇଙ୍କୁ ମହଙ୍ଗା ପଡିଗଲା ଜରିମାନା ଲଗାଇବା । ହଁ ଆଜ୍ଞା ଦର୍ଶକବନ୍ଧୁ ଏ ଟିଟିଇଙ୍କୁ ଏମିତି ଭାବେ କ୍ଷତି ସହିବାକୁ ପଡିଲା ଏଥିପାଇଁ, ଯାହାପରେ କୌଣସି ଟିଟିଇ ଏମିତି କରିବା ପୂର୍ବରୁ ଶହେ ଥର ଚିନ୍ତା କରିବେ । ତେବେ ଘଟଣା କଣ ହୋଇଥିଲା ଆସନ୍ତୁ ଜାଣିବା ।

ରାଜଧାନୀ ଏକ୍ସପ୍ରେସର ପ୍ରଥମ ଶ୍ରେଣୀ ଏସି ଟିକେଟ୍ କନଫର୍ମ ହେବା ସତ୍ତ୍ୱେ ବେଙ୍ଗାଲୁରୁର ଜଣେ ବୃଦ୍ଧ ଦମ୍ପତିଙ୍କୁ “ଟିକେଟ୍ ବିନା ଯାତ୍ରା” ଅଧୀନରେ ୨୨,୩୦୦ ଟଙ୍କା ଜରିମାନା ଲାଗୁ କରିବା ମାମଲାରେ କୋର୍ଟ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ଦମ୍ପତିଙ୍କୁ କ୍ଷତିପୂରଣ ହିସାବରେ ରେଳବାଇକୁ ୪୦ ହଜାର ଟଙ୍କା ଦେବାକୁ କଞ୍ଜୁମର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଲୋକ କୁମାର ନାମକ ଜଣେ ବ୍ୟକ୍ତି ଏହାକୁ କୋର୍ଟ ପର୍ଯ୍ୟନ୍ତ ନେଇଗଲେ । ତାଙ୍କର ୭୭ ବର୍ଷୀୟ ପିତା ଓ ୭୧ ବର୍ଷୀୟା ମା’ ପାଇଁ ଏହି ଟିକେଟ ବୁକ୍ କରିଥିଲେ, କିନ୍ତୁ ୨୧ ମାର୍ଚ୍ଚ ୨୦୨୨ ରେ ଏହି ଯାତ୍ରା ବୃଦ୍ଧ ଦମ୍ପତିଙ୍କ ପାଇଁ ଏକ ଯନ୍ତ୍ରଣାଦାୟକ ଅନୁଭୂତିରେ ପରିଣତ ହୋଇଥିଲା ।

ବୃଦ୍ଧ ଦମ୍ପତି ଟ୍ରେନରେ ବସି ଯାତ୍ରା କରୁଥିବାବେଳେ ଟିକେଟ୍ ପରୀକ୍ଷକ (TC) ତାଙ୍କର PNR ନମ୍ବର ଯାଞ୍ଚ କରି କହିଥିଲେ ଯେ କନଫର୍ମ ହୋଇଥିବା ଟିକେଟ୍ ପାଇଁ ଏହାର ସ୍ଥିତି “ନୋ ରୁମ୍” ଅଟେ ।
ଆଉ ଯେତେବେଳେ ପୁଅ ଏହା ବିଷୟରେ ଜାଣିଲେ, ସେ ଆଇଆରସିଟିସିରେ ଅଭିଯୋଗ କରିଥିଲେ ଓ ଦକ୍ଷିଣ ପଶ୍ଚିମ ରେଳବାଇ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ, କିନ୍ତୁ ତାଙ୍କୁ କୌଣସି ପ୍ରତିକ୍ରିୟା ମିଳି ନଥିଲା । ଏହା ପରେ ସେ ଦକ୍ଷିଣ-ପଶ୍ଚିମ ରେଳବାଇର ମୁଖ୍ୟ ବୁକିଂ ଅଫିସର ଓ ଆଇଆରସିଟିସି ଅଧିକାରୀଙ୍କ ବିରୋଧରେ ବେଙ୍ଗାଲୁରୁର ଏକ କଞ୍ଜୁମର କୋର୍ଟ ନିକଟରେ ଅଭିଯୋଗ କରିଥିଲେ।

କଞ୍ଜୁମର କୋର୍ଟ କ’ଣ କହିଛନ୍ତି?

ଆଇଆରସିଟିସି ଦାବି କରିଛି ଯେ ଏହା କେବଳ ଯାତ୍ରୀମାନଙ୍କ ପାଇଁ ଏକ ଅନଲାଇନ୍ ଟିକେଟ୍ ପ୍ଲାଟଫର୍ମ ଓ ଯାତ୍ରୀମାନଙ୍କ ଉପରେ ଜରିମାନା ଆଦାୟରେ ସମ୍ପୃକ୍ତ ନୁହେଁ, ଆଇନଗତ ନୋଟିସ୍ ଦିଆଯିବା ସତ୍ତ୍ୱେ SWR ଅଧିକାରୀମାନେ କୋର୍ଟରେ ହାଜର ହୋଇ ନଥିଲେ । ଏହା ପରେ କୁମାରଙ୍କ ପିତାମାତାଙ୍କୁ ନିର୍ଯ୍ୟାତନା ପାଇଁ କ୍ଷତିପୂରଣ ହିସାବରେ କଞ୍ଜୁମର କୋର୍ଟ ରେଳବାଇକୁ ୩୦,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଜରିମାନା ଫେରସ୍ତ ଓ କୁମାରଙ୍କ କୋର୍ଟ ଖର୍ଚ୍ଚ ହିସାବରେ ୧୦,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.