ମାଛର ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଜାଣନ୍ତୁ କେଉଁଠାରେ ମିଳିଲା ଏହି ଦାମୀ ମାଛ

ମାଛର ମୂଲ୍ୟ ସାଢେ ଚାରି କୋଟି । ଏହା ଏକ ବିରଳ ପ୍ରଜାତିର ମାଛ ସେଥିପାଇଁ ଏହା ଏତେ ମୂଲ୍ୟବାନ । ଏହି ମାଛ ଗୁଡିକର ବିଶେଷତା ଏବଂ ଭିନ୍ନ ରୂପ ଯୋଗୁଁ, ଆନ୍ତର୍ଜାତୀୟ ଆକ୍ଵାରିୟମ୍ ବ୍ୟବସାୟରେ ସେମାନଙ୍କର ଚାହିଦା ବେଶ ଅଧିକ ରହିଛି ।

ଆସାମର ଦିବ୍ରୁଗଡ ଏୟାରପୋର୍ଟରେ ଫରେଷ୍ଟ ଡିପାର୍ଟମେଣ୍ଟ ୫୦୦ଟି ବିରଳ ଚାନ୍ନା ବାର୍କା ମାଛ ଜବତ କରିଛି । ଆଜି ପର୍ଯ୍ୟନ୍ତ ଭିତରେ ଏହା ହେଉଛି ସବୁଠାରୁ ମୂଲ୍ୟବାନ ମାଛ ଜବତ । ପୂର୍ବରୁ ଏତେ ମୂଲ୍ୟବାନ ମାଛ କେବେ ବି ଜବତ ହୋଇନଥିଲା । ଏହି ଜବତ ବିଷୟରେ କହିବା ସମୟରେ ଆସାମ ମୁଖ୍ୟମନ୍ତ୍ରୀ ଏହି ମାଛର ମୂଲ୍ୟ ପ୍ରାୟ ୪.୫ କୋଟି ବୋଲି ଦାବି କରିଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ଜବତ ଵିଷୟରେ ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ସୂଚନା ଅନୁସାରେ ଅନ୍ତର୍ଜାତୀୟ ମାର୍କେଟର ଏହି ମାଛ ଗୁଡିକର ମୂଲ୍ୟ ସାଢେ ଚାରି କୋଟି । ଏହା ଏକ ବିରଳ ପ୍ରଜାତିର ମାଛ ସେଥିପାଇଁ ଏହା ଏତେ ମୂଲ୍ୟବାନ । ଏହି ମାଛ ଗୁଡିକର ବିଶେଷତା ଏବଂ ଭିନ୍ନ ରୂପ ଯୋଗୁଁ, ଆନ୍ତର୍ଜାତୀୟ ଆକ୍ଵାରିୟମ୍ ବ୍ୟବସାୟରେ ସେମାନଙ୍କର ଚାହିଦା ବେଶ ଅଧିକ ରହିଛି । ଏହି ମାଛ ତିନସୁକିଆ ଜିଲ୍ଲା ଗୁଇଜାନ ଅଞ୍ଚଳର ବାସିନ୍ଦା ଶ୍ରୀଧର ସରକାର ଏବଂ ଜିତେନ ସରକାର ନାମକ ଦୁଇଜଣ ବ୍ୟକ୍ତିଙ୍କ ନିକଟରୁ ଜବତ କରାଯାଇଛି । ସେମାନେ ଏହି ମାଛ ଗୁଡିକୁ ଇଣ୍ଡିଗୋ ବିମାନ ମାଧ୍ୟମରେ କୋଲକାତା ପଠାଇବାକୁ ଚାହୁଁଥିଲେ ।

ପଚରାଉଚରା ବେଳେ ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି ଯେ ସେମାନେ ତିନସୁକିଆ ଜିଲ୍ଲାର ଗ୍ରାମାଞ୍ଚଳର ବିଭିନ୍ନ ବ୍ୟକ୍ତିଙ୍କଠାରୁ ଏହି ମାଛ କିଣିଛନ୍ତି ଏବଂ କିଲୋଗ୍ରାମ ପିଛା ମାତ୍ର ୪୦୦ ଟଙ୍କା ଦେଇଛନ୍ତି । ଇଣ୍ଡୋନେସିଆ, ମାଲେସିଆ, ଚୀନ୍ ଏବଂ ଜାପାନ ଭଳି ଦେଶକୁ ଏହି ମାଛର ଚୋରା ଚାଲାଣ କରିବାକୁ ଉଭୟ ଏହି ଯୋଜନା କରିଥିଲେ । ଆସାମ ବନ ବିଭାଗର ତସ୍କରୀ ବିରୋଧୀ ଅଭିଯାନ ଚାଲିଥିବା ସମୟରେ ଏହି ମାଛ ଗୁଡିକୁ ଜବତ କରାଯାଇଛି । ବିଲୁପ୍ତ ତଥା ବିଦେଶୀ ପ୍ରଜାତିର ବେଆଇନ ଵାଣିଜ୍ୟକୁ ରୋକିବା ଏହି ଅଭିଯାନର ଲକ୍ଷ୍ୟ ରହିଛି । ସଫଳତାର ସହ ଏହି ମାଛ ଗୁଡିକ ଜବତ କରିଥିବାରୁ ଆସାମର ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ବନ ବିଭାଗର ଖୁବ ପ୍ରଶଂସା ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ, ଭାରତୀୟ ବଜାରରେ ଗୋଟିଏ ଜୀବନ୍ତ ଚାନ୍ନା ବାର୍କା ମାଛର ମୂଲ୍ୟ ପ୍ରାୟ ୭୫,୦୦୦ ରୁ ୮୦,୦୦୦ ଟଙ୍କା ମଧ୍ୟରେ ରହିଛି । ଏହି ଚାନ୍ନା ବାର୍କା ମାଛକୁ ବାର୍କା ସ୍ନେକହେଡ୍ ମଧ୍ୟ କୁହାଯାଏ । ଏହି ମାଛ ଉତ୍ତର-ପୂର୍ବ ଭାରତ ଏବଂ ବାଂଲାଦେଶର ପ୍ରବାହିତ ଉପରି ବ୍ରହ୍ମପୁତ୍ର ନଦୀ ଅବବାହିକାରେ ମିଳିଥାଏ । ଡିବ୍ରୁଗଡ଼ ଜଙ୍ଗଲ ପରିସରର DFO BV ସନ୍ଦୀପ ନିଶ୍ଚିତ କରିଛନ୍ତି ଯେ ଜବତ ହୋଇଥିବା ମାଛଗୁଡିକ ବର୍ତ୍ତମାନ ପ୍ରାଣୀ ବିଜ୍ଞାନୀଙ୍କ ଏକ ଦଳ ଦ୍ୱାରା ଯାଞ୍ଚ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.