Below header

ଦୁଇ ସାଙ୍ଗ ମିଶି ଚାକିରି କରିବାକୁ ଯାଉଥିଲେ ଚେନ୍ନାଇ, ହେଲେ ଅଧା ରହିଗଲା ସବୁ ସ୍ଵପ୍ନ

ଏମ୍‌ସରେ ମୃତଦେହ ରହିଥିବା ଜାଣିବାପରେ ସେଠାକୁ ଆସି ସାଙ୍ଗକୁ ଖୋଜୁଥିଲେ ସାଙ୍ଗ । ତାଙ୍କ ଅବସ୍ଥା ଦେଖି ଏମ୍‌ସର ଡାକ୍ତରୀ ଛାତ୍ର ଛାତ୍ରୀମାନେ ତାଙ୍କୁ ବହୁତ ବୁଝାଇଥିଲେ । ପରେ ବିହାର ପୋଲିସ୍‌କୁ ହସ୍ତାନ୍ତର କରାଯାଇଥିଲା । ଯଦିଓ ହିମାଂଶୁ କହୁଛନ୍ତି ତାଙ୍କ ସାଙ୍ଗ ଈଶୁ ଆଉ ଏ ଦୁନିଆରେ ନାହାଁନ୍ତି, ତେବେ ତାଙ୍କ ମାନସିକ ସ୍ଥିତି ଦେଖି ପ୍ରକୃତରେ ଘଟଣା କଣ ହୋଇଛି ତାହା କହିବା ମୁସ୍କିଲ ।

ଭୁବନେଶ୍ୱର(କେନ୍ୟୁଜ୍) : ଘରେ କହୁଥିଲେ ନିଜେ ରୋଜଗାର କର, ଜାଣି ପାରିବୁ ଟଙ୍କା କେତେ କଷ୍ଟରେ ଆସେ । ବେକାରୀ ଜୀବନକୁ ନେଇ ବିବ୍ରତ ଥିଲେ । ଘରେ ବାରମ୍ବାର କହିବା ପରେ ରାଗରେ ହିମାଂଶୁ ମିଶ୍ର ଏବଂ ଈଶୁ ମିଶ୍ର ଘରୁ ଲୁଚିକି ପଳାଇ ଆସିଥିଲେ । ଚେନ୍ନାଇ ଯାଉଥିଲେ ଚାକିରି କରି ଘରକୁ ଟଙ୍କା ପଠାଇବେ । ହେଲେ କାଳ ହେଲା କରମଣ୍ଡଳ । ବାହାନଗା ଦୁର୍ଘଟଣାରେ ସବୁଦିନ ପାଇଁ ଆଖିବୁଜି ଦେଲେ ଈଶୁ ।

ଏଇ ଘଟଣାରେ ଭୀଷଣ ମାନସିକ ଆଘାତ ପାଇଛନ୍ତି ହିମାଂଶୁ । ନିଜ ସାଙ୍ଗକୁ ହରାଇ ପୂରା ଭାଙ୍ଗି ପଡ଼ିଛନ୍ତି । ଭୁବନେଶ୍ୱର ଏମ୍‌ସରେ ହିମାଂଶୁ ପାଗଳଙ୍କ ଭଳି ବୁଲୁଥିଲେ । ହିମାଂଶୁ ଓ ଈଶୁଙ୍କ କରମଣ୍ଡଳ ଛାଡୁଥିବା ପଶ୍ଚିମବଙ୍ଗ ସାଲିମାର ଷ୍ଟେସନ୍‌ରୁ ଟ୍ରେନ୍‌ରେ ବସିଥିଲେ । ସେଠାରୁ କରମଣ୍ଡଳରେ ବାହାରିଥିଲେ ଚେନ୍ନାଇ । ତେବେ ଦୁର୍ଘଟଣା ଈଶୁଙ୍କ ମୃତ୍ୟୁ ହୋଇଥିବା କହୁଛନ୍ତି ହିମାଂଶୁ ।

ଏମ୍‌ସରେ ମୃତଦେହ ରହିଛି ଜାଣିବା ପରେ ସେଠାକୁ ଆସି ସାଙ୍ଗକୁ ଖୋଜୁଥିଲେ । ତାଙ୍କ ଅବସ୍ଥା ଦେଖି ଏମ୍‌ସର ଡାକ୍ତରୀ ଛାତ୍ର ଛାତ୍ରୀମାନେ ତାଙ୍କୁ ବହୁତ ବୁଝାଇ ଥିଲେ । ପରେ ବିହାର ପୋଲିସ୍‌କୁ ହସ୍ତାନ୍ତର କରିଥିଲେ । ଯଦିଓ ହିମାଂଶୁ କହୁଛନ୍ତି ତାଙ୍କ ସାଙ୍ଗ ଈଶୁ ଆଉ ଏ ଦୁନିଆରେ ନାହିଁ ତେବେ ତାଙ୍କ ମାନସିକ ସ୍ଥିତି ଦେଖି ପ୍ରକୃତରେ ଘଟଣା କଣ ହୋଇଛି ତାହା କହିବା ମୁସ୍କିଲ ।

sanga

ଏପଟେ ଭଙ୍ଗା ହେଉଛି ବାହାନଗା ହାଇସ୍କୁଲ। ଟ୍ରେନ୍‌ ଦୁର୍ଘଟଣା ପରେ ସ୍କୁଲରେ ମୃତଦେହ ରଖାଯାଇଥିବାରୁ ପିଲାମାନେ ଡରୁଥିବା ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍କୁଲ ଘର ଭଙ୍ଗାଯିବା କାର୍ଯ୍ୟରେ ୨ଟି ଜେସିବି ନିୟୋଜିତ କରାଯାଇଛି। ତହସିଲଦାର ଓ ପୋଲିସ ଉପସ୍ଥିତିରେ ଚାଲିଛି ଭଙ୍ଗା କାର୍ଯ୍ୟ।

ଗତକାଲି ବାଲେଶ୍ୱର ଜିଲ୍ଲାପାଳ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ। ଗ୍ରୀଷ୍ମ ଛୁଟି ସରିଆସୁଛି, ଖୁବ୍‌ଶୀଘ୍ର ସ୍କୁଲ ଖୋଲିବାକୁ ଯାଉଛି। ହେଲେ ଦୁର୍ଘଟଣା ପରେ ପିଲାମାନେ ଭୟଭୀତ ହୋଇ ରହିଥିବାରୁ ପ୍ରଶାସନ ପକ୍ଷରୁ ସ୍କୁଲ ଘର ଭଙ୍ଗାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ସେପଟେ ଶବ ରହିଥିବା ଏହି ହାଇସ୍କୁଲର ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯାଇପାରେ ବୋଲି ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.