ଆଫଗାନିସ୍ତାନ: ମସ୍‌ଜିଦରେ ଚାଲିଥିଲା ଅନ୍ତିମ ସଂସ୍କାରର ନମାଜ ପାଠ, ବିସ୍ଫୋରଣରେ ୧୧ ମୃତ

ଆଫଗାନିସ୍ତାନରେ ତାଲିବାନୀ ପ୍ରାଦେଶିକ ଡେପୁଟି ଗଭର୍ଣ୍ଣରଙ୍କ ଅନ୍ତିମ ସଂସ୍କାରର ନମାଜ ପାଠ ବେଳେ ଏକ ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଗତ ସପ୍ତାହରେ ଏକ ଆକ୍ରମଣରେ ଡେପୁଟି ଗଭର୍ଣ୍ଣରଙ୍କ ମୃତ୍ୟୁ ହୋଇଥିଲା।

ଆଫଗାନିସ୍ତାନରେ ତାଲିବାନୀ ପ୍ରାଦେଶିକ ଡେପୁଟି ଗଭର୍ଣ୍ଣରଙ୍କ ଅନ୍ତିମ ସଂସ୍କାରର ନମାଜ ପାଠ ବେଳେ ଏକ ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଗତ ସପ୍ତାହରେ ଏକ ଆକ୍ରମଣରେ ଡେପୁଟି ଗଭର୍ଣ୍ଣରଙ୍କ ମୃତ୍ୟୁ ହୋଇଥିଲା।

ତାଲିବାନ ସରକାରଙ୍କ ଗୃହ ମନ୍ତ୍ରଣାଳୟ କହିଛି ଯେ ଆଫଗାନିସ୍ତାନର ଉତ୍ତରାଞ୍ଚଳ ବଦଖଶାନ ପ୍ରଦେଶରେ ଥିବା ଏକ ମସଜିଦ ଭିତରେ ଏହି ବିସ୍ଫୋରଣ ଘଟିଛି। ଏହି ଆକ୍ରମଣରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଅଞ୍ଚଳ ଚୀନ୍ ଏବଂ ତାଜିକିସ୍ତାନର ସୀମା ନିକଟରେ ରହିଛି।

ବିସ୍ଫୋରଣରେ ଉତ୍ତର ବାଲଗାନ ପ୍ରଦେଶର ପୂର୍ବତନ ପୋଲିସ କମାଣ୍ଡର ସଫିଉଲ୍ଲାହ ସମିମ୍‌ଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ପୋଲିସ ମୁଖ୍ୟ ନଜିବୁଲ୍ଲାହ ବଦଖସୀ କହିଛନ୍ତି। ସୂଚନାଥାଉ କି, ଇସଲାମିକ୍ ଷ୍ଟେଟ୍‌ର ଆତଙ୍କବାଦୀମାନେ ମଙ୍ଗଳବାର ଏକ କାର୍ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲେ। ଏହି ବିସ୍ଫୋରଣରେ ବଦଖଶାନର ଡେପୁଟି ଗଭର୍ଣ୍ଣରଙ୍କ ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.