Below header

ଉଚ୍ଚଶିକ୍ଷା ବିଭାଗର ପଦର୍ଶନ ହୋଇଛି ଖରାପ: ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ରୋହିତ ପୂଜାରୀ

ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମ୍‌ ୱାର୍କ- ଏନ୍‌ଆଇଆର୍‌ଏଫ୍‌ ର‍୍ୟାଙ୍କିଂ ପ୍ରକାଶ ପାଇଥିଲା । nirf ର‍୍ୟାଙ୍କିଂରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ ଭଲ ନଥିଲା । ସାମଗ୍ରିକ ସଫଳତା ଆଧାରରେ କୌଣସି ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇନାହାନ୍ତି ।

କେନ୍ୟୁଜ୍(ବ୍ୟୁରୋ): ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ରୋହିତ ପୂଜାରୀ । ରୋହିତଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୁପାରିସ । ରାଜ୍ୟପାଳଙ୍କୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିଭାଗର ବାର୍ଷିକ ରିପୋର୍ଟ ସମୀକ୍ଷା କରିଥିଲେ । ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ପାରଦର୍ଶିତା ଅତ୍ୟନ୍ତ ଖରାପ ଥିବା ଜଣାପଡ଼ିଥିଲା । ଏହାପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍‌ ଦିଆଯାଇଛି । ରୋହିତ ଗତବର୍ଷ ଜୁନ ୫ରେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିଲେ । ସେ ପ୍ରାୟ ବର୍ଷେ ଧରି ଉଚ୍ଚଶିକ୍ଷା ମନ୍ତ୍ରୀ ପଦରେ ରହିଥିଲେ ।

ନିକଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁସନାଲ ରାଙ୍କିଂ ଫ୍ରେମ୍‌ ୱାର୍କ- ଏନ୍‌ଆଇଆର୍‌ଏଫ୍‌ ର‍୍ୟାଙ୍କିଂ ପ୍ରକାଶ ପାଇଥିଲା । nirf ର‍୍ୟାଙ୍କିଂରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟର ପ୍ରଦର୍ଶନ ଭଲ ନଥିଲା । ସାମଗ୍ରିକ ସଫଳତା ଆଧାରରେ କୌଣସି ସରକାରୀ ବିଶ୍ୱବିଦ୍ୟାଳୟ ସ୍ଥାନ ପାଇନାହାନ୍ତି । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରୁ ଦୁଇ ଥର ବିଧାୟକ ହୋଇଛନ୍ତି ରୋହିତ ପୂଜାରୀ । ପୂର୍ବରୁ ଦୁଇ ଥର ସରକାରୀ ଦଳ ଉପମୁଖ୍ୟ ସଚେତକ ହୋଇଥିଲେ ।

ଅତନୁ ସବ୍ୟସାଚୀ ନାୟକଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ । ରୋହିତ ପୂଜାରୀ ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ବାଦ୍‌ ପଡ଼ିବା ପରେ ଅତନୁଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଅତନୁ ସବ୍ୟସାଚୀ ନାୟକ ଏବେ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅଛନ୍ତି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.