Below header

ରାସ୍ତାକଡ଼ରେ ପଡିରହିଥିଲା ମୃତଦେହ, ପୋଲିସ ଆସିବାରୁ ଉଠି ଦୌଡିଲା ଶବ; ଦେଖନ୍ତୁ ଭିଡିଓ

ରାସ୍ତାରେ ଯାଉଥିବା ସମୟରେ ଆମେ ଅନେକ ସମୟରେ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିଥାଉ। କେତେବେଳେ କାହା ଘର ବାହାରେ ପାଟି ତୁଣ୍ଡ ହୋଇଥିବାର ଦେଖୁ ତ କେତେବେଳେ ରାସ୍ତାରେ କେହି ଜଣେ ଲୋକ ମଦ ପି ଶୋଇଥିବାର ବା କଳି କରୁଥବାର ଦେଖିଥାଉ । କିନ୍ତୁ ଆପଣ କେବେ ରାସ୍ତା କଡରେ ଏକ ଡେଡବଡି ଶୋଇଥିବାର ଦେଖିଛନ୍ତି କି? ହଁ ଆପଣ ଠିକ ଶୁଣିଛନ୍ତି , ରାସ୍ତା କଡରେ ଜଣେ ମଣିଷର ଡେଡବଡି ପଡିରହିଛି ଯାହା ପ୍ରକୃତରେ ଏକ ଡେଡବଡି ନୁହେଁ । ଆପଣ ଏହି ଭାଇରାଲ ଭିଡିଓ କ୍ଲିପକୁ ଦେଖିଲେ ପ୍ରଥମେ ତ ଆଶ୍ଚର୍ଯ୍ୟ ହେବେ କିନ୍ତୁ ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖି ସାରିଲା ପରେ ନିଜ ହସକୁ ରୋକି ପାରିବେ ନାହିଁ । ତେବେ ଭାଇରାଲ ହୋଇଥିବା ଭିଡିଓଟି ହେଉଛି ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳର ।

ଆପଣ ଦେଖି ପାରୁଥିବେ ରାସ୍ତା ମଝିରେ କିଛି ଲୋକଙ୍କ ଗହଳି ଲାଗି ରହିଛି । ଗହଳିରୁ ଟିକେ ନଜର ହଟାଇ ରାସ୍ତା କଡକୁ ଦେଖନ୍ତୁ । ଆପଣଙ୍କୁ ସେଠାରେ ଏକ ଧଳା ବୋରା ଭିତରେ ଜଣେ ବ୍ୟକ୍ତି ପଡିଥିବା ଦେଖିବେ । ସେହି ବ୍ୟକ୍ତି ଜଣକ ଏମିତି ଭାବରେ ପଡି ରହିଛନ୍ତି ଯେ ଯିବା ଆସିବା ଲୋକେ ତାକୁ ମୃତ ଶରୀର ବା ଡେଡବଡି ଭାବି ଡରିଯାଇଛନ୍ତି । ଆପଣ ଦେଖିପାରୁଥିବେ ଜଣେ ପୁଲିସ ଅଫିସର ମଧ୍ୟ ସେହି ଡେଡବଡି ପାଖରେ ଛିଡା ହୋଇଛନ୍ତି । ଏହି ଦୃଶ୍ୟ ଦେଖି ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗୁଛି ନା ? ଜଣେ ମଣିଷର ମୃତ ଶରୀରକୁ ଏଭଳି ନିର୍ଦ୍ଦୟୀ ଭାବରେ ରାସ୍ତା କଡରେ କିଏ ପକାଇ ଯାଇଛି । କାହାର ସେହି ମୃତ ଶରୀର ।


ତେବେ ଆମେ ଏଠାରେ କହି ରଖୁଛୁ ଯେ ଏହା ଏକ ଡେଡବଡି ନୁହେଁ । ଭିଡିଓଟିକୁ କିଛି ସମୟ ଦେଖିଲା ପରେ ଆପଣ ଜାଣିପାରିବେ ଯାହାକୁ ଲୋକେ ଡେଡବଡି ଭାବି ଡରିଯାଉଛନ୍ତି , ପ୍ରକୃତରେ ସେ ଜଣେ ଜୀବିତ ବ୍ୟକ୍ତି । ଦେଖନ୍ତୁ କେତେ ଆରାମରେ ରାସ୍ତା କଡକୁ ନିଜ ବେଡରୁମ ଭାବି ଶୋଇଛନ୍ତି ବ୍ୟକ୍ତି ଜଣକ । ଲୋକଙ୍କ ପାଟି ଶୁଣି ତାଙ୍କ ଗଭୀର ନିଦ ଭାଙ୍ଗି ଯାଉଛି । ନିଦ ଭାଙ୍ଗିବା ପରେ ବ୍ୟକ୍ତି ଜଣକ ଉଠିଯାଇ ନିଜ ମୁଣ୍ଡ କୁଣ୍ଡାଉଛନ୍ତି । ତାଙ୍କୁ ଦେଖି ଏମିତି ଲାଗୁଛି ସତେ ଯେମିତି ତାଙ୍କୁ କେହି ନିଦରୁ ଜବରଦସ୍ତି ଉଠାଇ ଦେଇଛନ୍ତି ଏବଂ ସେ ଚିଡି ଯାଇ କହୁଛନ୍ତି , ଶାନ୍ତିରେ ମଣିଷକୁ ଟିକେ ଶୋଇବାକୁ ବି ଦେଉ ନାହାନ୍ତି ଏମାନେ । ଏହି ଦୃଶ୍ୟ ଦେଖିଲା ପରେ ଆପଣ ମଧ୍ୟ ନିଜ ହସକୁ ରୋକି ପାରୁ ନାହାନ୍ତି ନା ? ବ୍ୟକ୍ତି ଜଣକର ଶୋଇବା ଷ୍ଟାଇଲ ଦେଖିଲେ ସତରେ ଖୁବ ମଜା ଲାଗୁଛି । ନିଦରୁ ଉଠିଯାଇ ସେ ଶୋଇଥିବା ଧଳା ବୋରାକୁ ଧରି ସେଠାରୁ ଚୁପ ହୋଇ ଚାଲି ଯାଉଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.