IPL 2020: ୧୯ ସେପ୍ଟେମ୍ବରରୁ ଆଇପିଏଲ ଖେଳିବେ ନାହିଁ ଏହି ୨୦ ଷ୍ଟାର କ୍ରିକେଟର, ଜାଣନ୍ତୁ କ’ଣ ରହିଛି କାରଣ

ଆଇପିଏଲ ୨୦୨୦ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡର ଖେଳାଳିଙ୍କୁ ଛାଡି ବାକି ସମସ୍ତେ ନିଜ ନିଜ ଟିମ ସହ ମିଶିସାରିଛନ୍ତି। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଟି୨୦ ମ୍ୟାଚର ସିରିଜ ଚାଲିଛି। ଏହି ଦୁଇ ଟିମର ଖେଳାଳି ଆଇପିଏଲ ପାଇଁ ୧୭ ସେପ୍ଟେମ୍ବରରେ ୟୁଏଇ ପହଞ୍ଚିପାରନ୍ତି।

ଖବର ମୁତାବକ, ଇଂଲଣ୍ଡରୁ ଦୁଇଟି ଟିମ ୟୁଏଇ ପହଞ୍ଚିବା ପରେ ୬ ଦିନ ପାଇଁ କ୍ଵରେଣ୍ଟିନରେ ରହିବେ ଏବଂ ସେହି ସମୟରେ ସେମାନଙ୍କ କରୋନା ଟେଷ୍ଟ ହେବ। ଏହାପରେ ହିଁ ସେମାନେ ୨୪ ସେପ୍ଟେମ୍ବରରେ ନିଜ ନିଜ ଟିମ ସହ ମିଶିପାରିବେ। ୨୪ ସେପ୍ଟେମ୍ବର ପୂର୍ବରୁ ସମସ୍ତ ଟିମ ଅତି କମରେ ଗୋଟିଏ ଲେଖାଏ ମ୍ୟାଚ ଖେଳିସାରିଥିବେ।

m

କ୍ଵରେଣ୍ଟିନ ସମୟରେ ମିଳିବନି ବିଶ୍ରାମ

ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳି ୟୁଏଇରେ ପହଞ୍ଚିବା ପରେ କ୍ଵରେଣ୍ଟିନ ସମୟରେ ସେମାନଙ୍କୁ ବିଶ୍ରାମ ମିଳିବନି। ଆରସିବି ସମେତ କିଛି ଫ୍ରାଞ୍ଚାଇଜ ଦାବି କରିଥିଲେ କି, ଦୁଇଟି ଟିମର ଖେଳାଳିମାନେ ପୂର୍ବରୁ ହିଁ ବାୟୋ ବବଲରେ ଅଛନ୍ତି ଏବଂ ସେମାନେ ୟୁଏଇ ଚାର୍ଟର ବିମାନରେ ଆସିବେ। ଏଭଳି ସ୍ଥିତିରେ ସେମାନଙ୍କ ନିୟମରେ ଛାଡ କରାଯାଇପାରିବ।

ଦୁଇଟି ଟିମର ଖେଳାଳିମାନଙ୍କୁ ଦେଖିଲେ, ରାଜସ୍ଥାନ ରୟାଲସରେ ଷ୍ଟିଭ ସ୍ମିଥ, ଜୋସ ବଟଲର, ଜୋଫ୍ରା ଆର୍ଚ୍ଚର, ଆଣ୍ଡରୁ ଟିଙ୍କ ଭଳି ମହାନ ଖେଳାଳି ୧୯ ତାରିଖରୁ ମ୍ୟାଚ ଖେଳିବେନି। ସନରାଇଜର୍ସ ହାଇଦ୍ରାବାଦରେ ଡେଭିଡ ବର୍ନର, ଜନି ବେୟାରଷ୍ଟ, ମିସେଲ ମାର୍ସ ପ୍ରମୁଖ ରହିଛନ୍ତି। ସେହିପରି ରୟାଲ ଚ୍ୟାଲେଞ୍ଜରସ ବାଙ୍ଗାଲୋରରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆକୁ ମିଶାଇ ଏରୋନ ଫିଞ୍ଚ, ଜୋସୁଆ ଫିଲିପ, ଏଡମ ଜମ୍ପା ଓ ମୋଇନ ଅଲ୍ଲୀ ମୋଟ ୪ଜଣ ଖେଳାଳି ଅଛନ୍ତି।

nk

କେକେଆରରେ ପେଟ କମିନ୍ସ, ଆୟନ ମୋର୍ଗନ, ଟମ ବେଥାନ, ପଞ୍ଜାବରେ ଗ୍ଲେନ ମେକ୍ସବେଲ, କ୍ରିସ ଜର୍ଦାନ, ଦିଲ୍ଲୀ କ୍ୟାପିଟାଲସରେ ମାର୍କସ ଷ୍ଟୋଇନିଶ, ଏଲେକ୍ସ କେରୀ ଏବଂ ସିଏସକେରେ ଜୋସ ହେଜଲବୁଡ, ସେମ କୁରେନ ପ୍ରମୁଖ ଷ୍ଟାର ଖେଳାଳିମାନେ ୧୯ ସେପ୍ଟେମ୍ବରରୁ ଆଇପିଏଲ ମ୍ୟାଚ ଖେଳିବେ ନାହିଁ।

Leave A Reply

Your email address will not be published.