ଦୁନିଆର ସବୁଠୁ ବଡ ଏବଂ କୁଖ୍ୟାତ ଡ୍ରଗ ମାଫିଆ, ଯାହାଙ୍କ ପଇସାକୁ କାଟିଦେଉଥିଲେ ମୂଷା ଓ ଲାଗିଯାଉଥିଲା ଉଇ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ପରେ ପୁଣି ଡ୍ରଗ୍ସକୁ ନେଇ ଖୋଳତାଡ ଆରମ୍ଭ ହୋଇଯାଇଛି। ବଲିଉଡ ଏବଂ ଡ୍ରଗ୍‌ କାରବାର ସହିତ ସଂପୃକ୍ତି ଥିବା ଘଟଣା କିଛି ନୂଆ ନୁହେଁ। ବେଆଇନ ଡ୍ରଗ୍ସ କାରବାରର ଇତିହାସ ବହୁତ ପୁରୁଣା। ଯାହା ବିଷୟରେ ଚିନ୍ତା କରିବା ମଧ୍ୟ ଅସମ୍ଭବ। ଏମିତି ଅନେକ ଡ୍ରଗ ମାଫିଆ ରହିଛନ୍ତି, ଯାହାଙ୍କ ଉପରେ ସମଗ୍ର ଦୁନିଆ ଡ୍ରଗ୍ସ ବ୍ୟବସାୟ କରୁଥିବା ଆରୋପ ଲଗାଇଥିଲେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ଡ୍ରଗ୍ସ ମାଫିଆ ବିଷୟରେ ଜଣାଇବୁ, ଯିଏକି ବ୍ୟବସାୟରେ କୌଣସି ବ୍ୟକ୍ତି ଅସୁବିଧା ସୃଷ୍ଟି କରୁଥିଲେ, ତାଙ୍କୁ ମାରିଦେଉଥିଲେ।

ଏମିତି ଜଣେ ଡ୍ରଗ୍ସ ମାଫିଆ ହେଉଛନ୍ତି, ପାବ୍ଲୋ ଏମିଲିୟା ଏସ୍କୋବାର ଗୋବିରିୟା। ତାକୁ ବିଶ୍ୱରେ କିଙ୍ଗ ଅଫ୍‌ କୋକେନ ନାମରେ ଜଣା ଯାଉଥିଲା। ଆମେରିକାରର ଡ୍ରଗ ଏନଫୋର୍ସମେଣ୍ଟ ଆଡମିନିଷ୍ଟ୍ରେସନର ଏଜେଣ୍ଟ ଥିବା ଷ୍ଟିଭ ମର୍ଫି ଏକ ଇଣ୍ଟରଭ୍ୟୁରେ କହିଥିଲେ କି, ପାବ୍ଲୋ ପାଖରେ ପଇସାର ଭଣ୍ଡାର ରହିଛି। କେବଳ ଏତିକି ନୁହେଁ, ନିଜ ଶତ୍ରୁକୁ ମାରିବା ପାଇଁ ୧୬ ଆରବ ଟଙ୍କା ଖର୍ଚ୍ଚ କରିଦେଇଥିଲେ।

drug

୧୯୯୩ ଡିସେମ୍ବର ୨ ତାରିଖରେ ପାବ୍ଲୋ ଏସ୍କୋବାରଙ୍କୁ କଲମ୍ବିଆ ପୋଲିସ ମାରିଥିଲା। କିନ୍ତୁ ଏହା ପୂର୍ବରୁ ପୋଲିସ ଏବଂ ସୈନକିଙ୍କୁ ବହୁତ ହଇରାଣ କରିଥିଲେ ପାବ୍ଲୋ। କଲମ୍ବିଆରେ ପାବ୍ଲୋ ଭୀଷଣ ଆତଙ୍କ ରଚିଥିଲେ। କାର ବିସ୍ଫୋରଣ କରିବା ହେଉ ଅବା କୌଣସି ବଡ ନେତାର ଜୀବନ ନେବା ହେଉ ତାଙ୍କ ପାଇଁ ଅତି ସାଧାରଣ କଥା । କଲମ୍ବିଆର ରାଷ୍ଟ୍ରପତି ହେବାକୁ ଇଚ୍ଛା ରଖିଥିଲେ ପାବ୍ଲୋ।

88

୧୯୭୦ ଦଶରେ ପାବ୍ଲୋ କୋକେନର ବେଆଇନ କାରବାର ସହିତ ଜଡିତ ମାଫିଆ ସହିତ ମିଶି ମେଡେଲିନ କାଣ୍ଟେଲ ନିର୍ମାଣ କରିଥିଲେ। ପାବ୍ଲୋ ଏସ୍କୋବାରଙ୍କ ଶକ୍ତି ବିଷୟରେ ଆପଣ ଅନୁମାନ ଲଗାଇପାରୁଥିବେ। ସେ ସରକାର ଉପରେ ପ୍ରଭାବ ପକାଇ ନିଜ ପାଇଁ ସ୍ୱତନ୍ତ୍ର ଜେଲ ମଧ୍ୟ ନିର୍ମାଣ କରିଥିଲେ। ତା ସହିତ ସର୍ତ୍ତ ରଖିଥିଲେ କି, ଜେଲର କିଛି କିଲୋମିଟର ପର୍ଯ୍ୟନ୍ତ ଯେପରି ପୋଲିସ ନ ଆସିବ।

mafia

ପାବ୍ଲୋ ପାଖରେ ୮୦୦ରୁ ଊର୍ଦ୍ଧ୍ୱ ଘର ଥିଲା। ତାଙ୍କ ପାଖରେ ୬୫୦୦ ବର୍ଗଫୁଟ ବଙ୍ଗଳା ଆମେରିକାରେ ଥିଲା, ଯାହା ଫ୍ଲୋରିଡାର ମିୟାମି ବିଚରେ ଥିଲା। କେବଳ ଏତିକି ନୁହେଁ, କାରିବିୟନରେ ଆଇଲା ଗୋନ୍ଦ ନାମକ କୋରଲ ଦ୍ୱୀପ ମଧ୍ୟ କିଣିଥିଲେ। ଏପରି ଏକ ସମୟ ଥିଲା, ଯେତେବେଳେ ଆମେରିକାକୁ ସପ୍ଲାଇ ହେଉଥିବା ୮୦ ପ୍ରତିଶତ କୋକିନ ପାବ୍ଲୋଙ୍କ କଣ୍ଟ୍ରୋଲରେ ଥିଲା।

gg

କୋକିନରୁ ଏତେ ଅଧିକ ଆୟ କରୁଥିଲେ ଯେ, ଫୋବର୍ସ ମାଗାଜିନରେ ବିଶ୍ୱର ସବୁଠାରୁ ଧନୀ ଲୋକ ତାଲିକାରେ ସାମିଲ ହୋଇଥିଲେ ପାବ୍ଲୋ। କୁହାଯାଏ କି, ତାଙ୍କ ପାଖରେ ଏତେ ମାତ୍ରାର ଟଙ୍କା ଥିଲା ଯେ, ଯେଉଁଥିରେ ଉଇ ଲାଗିଯାଉଥିଲେ ଏବଂ ମୂଷା କାଟିଦେଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.