Below header

ବନ୍ୟା ଛାଡି ଯିବା ପରେ ବଢ଼ିଛି ବିପନ୍ନଙ୍କ ଦୁର୍ଦ୍ଦଶା, ରାଜରାସ୍ତା ଉପରେ ଆଶ୍ରୟ ନେଉଛନ୍ତି ଅନେକ ପରିବାର

ଯାଜପୁର ଜିଲ୍ଲା(କେନ୍ୟୁଜ): ଯାଜପୁର ଜିଲାକୁ ଆସିଥିବା ମହାବନ୍ୟା ଛାଡି ଯିବା ପରେ ବଢ଼ିଛି ବିପନ୍ନଙ୍କ ଦୁର୍ଦ୍ଦଶା। ବ୍ରାହ୍ମଣୀ,ବୈତରଣୀ ଓ ଖରସ୍ରୋତା ନଦୀର ବନ୍ୟା ଯୋଗୁଁ ୩୦ରୁ ଉର୍ଦ୍ଧ ଘାଇ ସୃଷ୍ଟି ହୋଇଥିଲା । ଏହି ଘାଇ ଯୋଗୁଁ ଅନେକ ପରିବାର ସମ୍ପୂର୍ଣ୍ଣ ବାସହୀନ ହୋଇପଡିଛନ୍ତି । ଏହି ବାସହୀନ ପରିବାର ଏବେ ରାଜରାସ୍ତା ଉପରେ ଆଶ୍ରୟ ନେଇଛନ୍ତି । ବିଂଝାରପୁର ବ୍ଲକ ଚନ୍ଦ୍ରମୁଁ ପଂଚାୟତର ମଲ୍ଲିପୁର ଗାଁରେ ବନ୍ୟା ଯୋଗୁ ସୃଷ୍ଟି ହୋଇଥିଲା ବିରାଟ ଘାଇ । ଅନେକ ପରିବାର ସଂପୁର୍ଣ୍ଣ ବାସହୀନ ହୋଇପଡିଥିବା ବେଳେ ମିଳିଛି କେବଳ କେଇ ମୁଠା ଚୁଡା ଓ ଚାଉଳ ।

jajpur town floodଅନ୍ୟପଟେ ବନ୍ୟା ଛାଡିବା ପରେ ପ୍ରଶାସନ ପକ୍ଷରୁ ଦିଆଯାଇଥିବା କଳା ପଲିିଥିନ ତଳେ ବିତୁଛି ଜୀବନ । ଖୋଲା ଆକାଶ ତଳେ ଚାଲିଛି ତେଲ ଲୁଣର ସଂସାର । ଯେଉଁଠି ମଣିଷ ନିଜର ମୁଣ୍ଡ ଗେଂଜିବାକୁ ଘର ଖଣ୍ଡେ ନାହିଁ ସେଠି ଗୃହପାଳିତ ପଶୁଙ୍କ କଥା ପଚାରେ କିଏ? ପ୍ରଶାସନ ପକ୍ଷରୁ କେଇ ମୁଠା ଚୁଡା ଓ ଚାଉଳ ଯୋଗାଇ ଦିଆଯାଇଛି କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ । ବର୍ଷ ବର୍ଷର ପୁଂଜିକୁ ସବୁ ଭସାଇ ନେଇଛି ଏହି ପ୍ରଳୟଙ୍କରି ବନ୍ୟା । କିନ୍ତୁ ଅନେକ ମଧ୍ୟ ନିଜସ୍ୱ ଉଦ୍ୟମରେ ଘାଇ ମୁହଁରୁ ବର୍ତି ଯାଇଛନ୍ତି । ଯେଉଁମାନଙ୍କର ସଂପୁର୍ଣ୍ଣ ଘର ଭସାଇନେଇଛି ବନ୍ୟା ସେହି ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ ଦାବୀ କରିଛନ୍ତି ବିପନ୍ନ ପରିବାର । ସେପଟେ ବନ୍ୟାଜନିତ କ୍ଷୟକ୍ଷତିର ଆକଳନ ରିପୋର୍ଟ ପ୍ରସ୍ତୁତ ହେଉଛି । ରିପୋର୍ଟ ଆସିବା ପରେ ଯାହା କିଛି କ୍ଷତିପୁରଣ ମିଳିବ ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବନ୍ୟା ଯୋଗୁଁ ଏହି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.