ମଲାଇକାଙ୍କ ସ୍ଥାନ ନେଲେ ନୋରା, ହେଲେ ‘ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର’ ଶୋ’ର ଜଜ

ନିଜର କିଲର ମୁଭ ଏବଂ ଜବରଦସ୍ତ ଡ୍ୟାନ୍ସ ପାଇଁ ବେଶ ପରିଚିତ ଅଭିନେତ୍ରୀ ନୋରା ଫତେହୀ। ନୋରା ଫିଲ୍ମ ‘ ରୋର୍‌: ଟାଇଗର ଅଫ୍‌ ଦ ସୁନ୍ଦରବନସ’ରେ ଡେବ୍ୟୁ କରିଥିଲେ। ତା’ ଛଡା ନୋରା ବେଲି୍‌ ଡ୍ୟାନ୍ସିଂ ପାଇଁ ମଧ୍ୟ ବେଶ୍‌ ପରିଚିତ। ଏବେ ନୋରା ଅଭିନେତ୍ରୀରୁ ଜଜ୍‌ ହେବାକୁ ଯାଉଛନ୍ତି। କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥାଇପାରେ।

ରିପୋର୍ଟ ମୁତାବକ, ଅଭିନେତା ଅର୍ଜ୍ଜୁନ କପୁରଙ୍କ ପରେ ତାଙ୍କ ଗର୍ଲଫ୍ରେଣ୍ଡ ମଲାଇକା ଅରୋରା ନିକଟରେ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ। ମଲାଇକା ନୃତ୍ୟଭିତ୍ତିକ ରିଅଲିଟି ସୋ’ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର’ର ଜଜ୍‌ ରହିଥିବା ବେଳେ ତାଙ୍କ ସ୍ଥାନରେ ଏବେ ଅଭିନେତ୍ରୀ ନୋରା ଫତେହୀଙ୍କୁ ଦେଖିବାକୁ ମିଳିବ। ନୋରା କୋରିଓଗ୍ରାଫର ଗୀତା କପୁର ଏବଂ ଟେରେନ୍ସ ଲୁଇସଙ୍କ ସହ ଜଜ୍‌ ଭାବେ ଯୋଗ ଦେବେ । ସୋ’ର ପ୍ରଯୋଜକ ରଞ୍ଜିତ ଠାକୁର ଏହି ଖବରକୁ ସ୍ୱୀକାର କରିଛନ୍ତି ।

malaika

‘ଆମେ ଭାବୁଥିଲୁ ଏତେ କମ୍ ସମୟରେ କେହି ସ୍ୱତନ୍ତ୍ର ବିଚାରପତି ଭାବେ ସୋ’ରେ ଯୋଗ ଦେବାକୁ ରାଜି ହେବେ ନାହିଁ । କିନ୍ତୁ ସୌଭାଗ୍ୟକୁ ନୋରା ପୂର୍ବରୁ ଏକ ଏପିସୋଡରେ ସ୍ୱତନ୍ତ୍ର ଅତିଥି ହୋଇ ଆସିଥିବାବେଳେ ସେ ଏଥିପାଇଁ ରାଜି ହୋଇଗଲେ । ସେଥିଲାଗି ତାଙ୍କୁ ଧନ୍ୟବାଦ ଜଣାଉଛି । ମଲାଇକା ସୁସ୍ଥ ହୋଇଯିବା ପରେ ସୋ’କୁ ଫେରିବେ ।’ ସେପଟେ ରିଅଲିଟି ସୋ’ର ଜଜ୍‌ ହେବାକୁ ନେଇ ନୋରା ଉତ୍ସାହିତ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.