Below header

ଥରେ ଦେଖନ୍ତୁ ଏହି ଭିଡିଓ; ଜୀବନରେ ହାର ନ ମାନିବାର ଏହା ଏକ ବଢିଆ ଉଦାହରଣ

ଭଗବାନ କାହାକୁ କେମିତି ସୃଷ୍ଟି କରିଥାନ୍ତି ତାହା କେବଳ ସେହି ସୃଷ୍ଟିକର୍ତ୍ତାଙ୍କୁ ହିଁ ଜଣା । ଅନେକ ସମୟରେ ଆପଣ ଏମିତି ଅନେକ ଲୋକଙ୍କୁ ଦେଖିଥିବେ ଯାହା ପାଖରେ କିଛି ଭଲ ଟ୍ୟାଲେଣ୍ଟ ଥିବ ତା ପାଖରେ କିଛି ନା କିଛି ଜିନିଷର ଅଭାବ ଥିବ । ଯେମିତି ଏଇ ପିଲାଟିକୁ ହିଁ ଦେଖିନିଅନ୍ତୁ ଯାହାକୁ ଦେଖିବା ମାତ୍ରେ ଆପଣ ବି ଟିକିଏ ଇମୋସନାଲ ହୋଇପଡିବେ । କେତେ ସୁନ୍ଦର ଭାବରେ ସେ ନିଜର ଶରୀରକୁ ମୁଭ କରୁଛି କିନ୍ତୁ ଥରେ ତାର ଶରୀର ଉପରେ ନଜର ପକାନ୍ତୁ ତ । ବିଶ୍ୱାସ ହେଉନି ନା ଜଣେ ଭିନ୍ନକ୍ଷମ ହୋଇ ବି ସେ ଏମିତି କିଛି କରିପାରୁଛି ଯାହାକୁ ଆମେ ନିଜେ କରିବାକୁ ଚେଷ୍ଟା କଲେ ବୋଧହୁଏ କରିପାରିବ ନାହିଁ ।


ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରଲ ହୋଇଥାଏ ଯାହାକୁ ଦେଖିବା ପରେ ଆମ ଭିତରେ ଥିବା ଆତ୍ମବିଶ୍ୱାସ ଆହୁରି ବଢି ଯାଇଥାଏ । ସେହିପରି ଏକ ଭିଡିଓ ପୋଷ୍ଟ କରିଛନ୍ତି ମନୋଜ କୁମାର ନାମକ ଜଣେ ଟ୍ୱିଟର ୟୁଜର । ଯେଉଁ ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଏହି ଭିଡିଓରେ ଜଣେ ଭିନ୍ନକ୍ଷମ ଯୁବକଙ୍କୁ ଦେଖିବାକୁ ମିଳିଛି । ଯାହାର ଗୋଟିଏ ଗୋଡ଼ ନାହିଁ କିନ୍ତୁ ସେ ଏମିତି ଷ୍ଟଣ୍ଟ କରୁଛନ୍ତି ଯାହା ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । କଣ ଆପଣ ବି ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ନା ତାହେଲେ ନିଜ ଆତ୍ମବିଶ୍ୱାସ କୁ ବଢ଼ାଇ ଦିଅନ୍ତୁ କାରଣ ଗୋଟେ ମଣିଷ ଚାହିଁଲେ ଅସମ୍ଭବ କୁ ବି ସମ୍ଭବ କରିପାରିବାର କ୍ଷମତା ରଖିଥାଏ । ତେବେ ଏହି ଭିଡିଓକୁ ଦେଖିବା ପରେ ଲୋକେ କହୁଛନ୍ତି ଜୀବନରେ ହାର ନ ମାନିବାର ଏହା ଏକ ବଢିଆ ଉଦାହରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.