Below header

ଗଞ୍ଜାମ: ପାର୍ବଣ ମାସରେ ଗାଁ ଗାଁରେ ଜମୁଛି ଜୁଆ ଓ ମଦର ଆସର, ଚଢାଉ କରି କିଛିଙ୍କୁ ଧରୁଛି ପୋଲିସ ଆଉ କଛି ବେଫିକର ହୋଇ ମାତିଛନ୍ତି

ବ୍ରହ୍ମପୁର(କେନ୍ୟୁଜ୍): ପାର୍ବାଣ ମାସରେ ଜମୁଛି ମଦ ଓ ଜୁଆର ଆସର । ଗତ ପନ୍ଦର ଦିନ ଧରି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୋଲିସ୍ ପକ୍ଷରୁ ଅତର୍କିତ ଚଢାଉ କରି ବିଭିନ୍ନ ଗାଁ ରୁ ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଓ ଜୁଆଡିଙ୍କୁ ଗିରଫ କରିଛି। କିନ୍ତୁ ଯେତେ ଗିରଫ କରାଗଲେ ମଧ୍ୟ ଏହି ମଦ ଓ ଜୁଆର ଆସାର କମିବାର ଦେଖିବାକୁ ମିଳୁନାହିଁ । ଆଶ୍ବିନ ମାସ ପାର୍ବଣର ମାସ କୁମାର ପୁର୍ଣ୍ଣମା ଯାଏଁ ଗାଁ ଗାଁ ରେ ଜୁଆ ଖେଳିବା ଦେଖାଯାଇଥାଏ ।

ganjam gam

ତେବେ ଚଳିତ ବର୍ଷ ପୋଲିସ ଆଇଆଇସି ବସନ୍ତ କୁମାର ସେଠୀଙ୍କ ନେତୃତ୍ଵରେ ଚଢାଉ ଜୋରଦାର କରାଯାଇଛି ।  ଏହା ସହିତ ବହୁ ପରିମାଣରେ ବିଦେଶୀ ମଦ ପାନ ଦୋକାନରୁ ଆରମ୍ଭ କରି ଛୋଟିଆ ହୋଟେଲ ଓ ତେଜରାତି ଦୋକାନରୁ ମଧ୍ୟ ଜବତ କରାଯାଇଛି । ଜୁଆଖେଳରେ ତାସ୍ ଖେଳିବା ସହିତ ପାଲୀ ଖେଳ ମଧ୍ୟ ଲାଗୁଥିବା ଯୋଗୁଁ ଏହାକୁ ରୋକିବା ପୋଲିସ ପାଇଁ ଏକ ଚାଲେଞ୍ଜ୍  ହୋଇଛି । ଏବେ ଦେଖିବାକୁ ବାକି ରହିଲା କେବେ ଏହି ମଦ ଓ ଜୁଆର ଆସର ଥମିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.